ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ କରି ମନଇଚ୍ଛା କାର୍ଯ୍ୟ କରିଚାଲିଛନ୍ତି। ଏଥିଯୋଗୁ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି। ଫଳରେ ସାଧାରଣ ଲୋକେ ହଇରାଣ ହେଉଥିବା ବେଳେ ଉପରିସ୍ଥ ଅଧିକାରୀ, ଜନପ୍ରତିନିଧି ମାଲାମାଲ ହେଉଛନ୍ତି। ଏସବୁକୁ ସାଧାରଣ ଲୋକେ ବିରୋଧ କଲେ ନିର୍ଯାତନା ଭୋଗୁବାକୁ ପଡୁଛି। ଏହାକୁ ନେଇ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ବୁଦ୍ଧିଜୀବୀ ଅବନ୍ତି ଜେନା କହିଛନ୍ତି, ପଟ୍ଟାମୁଣ୍ଡାଇରେ ବିଭାଗୀୟ ଅଧିକାରୀମାନେ ତାଙ୍କର କାର୍ଯ୍ୟଶୈଳୀ ଭୁଲି ମନମାନୀ କରୁଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଛି। ଉଦାହରଣ ଅବକାରୀ ବିଭାଗ କର୍ତ୍ତବ୍ୟରେ ଅବହେଳା ହେତୁ ବେଆଇନ ନିଶା କାରବାର ବଢ଼ିଚାଲିଛି। ଫଳରେ ଯୁବଗୋଷ୍ଠୀ ପ୍ରଥଭ୍ରଷ୍ଟ ହେଉଛନ୍ତି। ଭେଷଜ ବିଭାଗର ଅବହେଳା ହେତୁ ବେଆଇନ ଔଷଧ କାରବାର ଗାଁ  ଗହଳିରେ ମାଡିଚାଲିଛି। ସାଧାରଣ ରୋଗୀଟିଏ ସେହି ଓଷଧ ସେବନ କରି ମୃତ୍ୟୁମୁଖରେ ପଡୁଛି। ଶିକ୍ଷା ବିଭାଗର ଅବହେଳା ଯୋଗୁ ଶିକ୍ଷକ ନ ଥିବାରୁ ପିଲାଙ୍କ ପାଠପଢ଼ା ଠିକ୍‌ ଭାବେ ହୋଇପାରୁନାହିଁ। ଫଳରେ ବେସରକାରୀ ଶିକ୍ଷାନୁଷ୍ଠାନ ଗଢ଼ି ଉଠି ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ଶୋଷଣ କରୁଛନ୍ତି। ସେହିପରି ଯୋଗାଣ, କୃଷି, ପରିବହନ ଓ ଉନ୍ନୟନ ବିଭାଗ ଆଦିର କାର୍ଯ୍ୟଶୈଳୀରେ ନୀତିନିୟମ, କର୍ତ୍ତବ୍ୟକୁ ଉଲ୍ଲଂଘନ କରାଯାଉଛି। ଯୁବତୀଯୁବକଙ୍କୁ କର୍ମନିଯୁକ୍ତି ମିଳୁ ନ ଥିବାରୁ ବାଧ୍ୟ ହୋଇ ଘରଦ୍ୱାର, ପରିବାର ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟ ଓ ବିଦେଶ ଯିବାକୁ ପଡୁଛି। ରାଜସ୍ବ ବିଭାଗ ଅପାରଗତା ହେତୁ ଶତାଧିକ ସରକାରୀ ଜମି ପଟ୍ଟାମୁଣ୍ଡାଇରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ କବ୍‌ଜାରେ ରହିଛି। ବେଆଇନ ମାଟି ଇଟାଭାଟି ଗଢ଼ି ଉଠିଥିବାବେଳେ ଏହାକୁ ବନ୍ଦ କରିବାରେ ପ୍ରଶାସନିକ ଅଧିକାରୀ ବିଫଳ ହୋଇଛନ୍ତି। ଧୂଆଁ ଯୋଗୁ ତାତି ବଢୁଥିବା ବେଳେ ଲୋକେ ଗରମରେ ଆଉଟୁପାଉଟୁ ହେଉଛନ୍ତି। ଖଣି ବିଭାଗର ପଦକ୍ଷେପ ଶୂନ ଯୋଗୁ ନଦୀ ସଇରାତରୁ ବେଆଇନ ବାଲି ଚାଲାଣ ବୃଦ୍ଧି ପାଇଛି। ଓଭରଲୋଡିଂ ଯୋଗୁ ରାସ୍ତାଘାଟ ନଷ୍ଟ ହେଉଥିବାବେଳେ ପରିବେଶ ପ୍ରଦୂଷିତ ହେଉଛି। ଲୋକମାନେ ବାଛିଥିବା ଜନପ୍ରତିନିଧି ମଧ୍ୟ ଜନସାଧାରଣଙ୍କ ଅଭିଯୋଗକୁ ବେଖାତିରକରି ଚାଲୁଛନ୍ତି। ଶିକ୍ଷାବିତ୍‌ ପ୍ରଭାକର ସେଠୀ କହିଛନ୍ତି, ୧୯୪୭ରେ ଭାରତ ସ୍ବାଧୀନତା ଲାଭ କଲା। ୧୯୫୦ ଜାନୁଆରୀ ୨୬ରେ ସର୍ବଭୌମ ଗଣତନ୍ତ୍ର ପ୍ରତିଷ୍ଠା ହେଲା। ସମସ୍ତ ନାଗରିକଙ୍କୁ ନ୍ୟାୟ, ସମାନତା ଏବଂ ସ୍ବତନ୍ତ୍ରତା ପ୍ରଦାନ କରାଗଲା। ଏବେ ଲୋକମାନଙ୍କ ଅଧିକାର କଲମ କାଗଜରେ ଦବାଇ ଦିଆଯାଉଛି। ଅମଲା ଓ ନିର୍ବାଚିତ ପ୍ରତିନିଧିମାନେ ଭୟଙ୍କର ଅରାଜକତା ଚାଳାଇଛନ୍ତି। ପ୍ରତିବାଦ, ଆନ୍ଦୋଳନ କି ବିରୋଧ କଲେ ହାଜତକୁ ଯିବା ସାର ହେଉଛି। ସାଧାରଣ ଲୋକେ ସ୍ବାଧୀନତା ହରାଉଛନ୍ତି। ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ୨୦୨୪ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନଗର ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ରାଜନୈତିକ ଘଟଣାବଳୀ ସେତିକି ନାଟକୀୟ ଓ ରୋମାଞ୍ଚକର ହୋଇଚାଲିଛି। ସାଧାରଣ ମଣିଷର ଏଥିରେ କିଛି ଲାଭ ପାଉ ନ ଥିବା ବେଳେ ନିତିଦିନିଆ ସମସ୍ୟା ଯେପରି ରୋଜଗାର ନ ମିଳିବା, ରୋଜଗାର ହରାଇବା, ଆୟରେ ହ୍ରାସ ଘଟିବା, ଖାଦ୍ୟ ଜିନିଷରେ ଅହେତୁକ ଦରଦାମ ବୃଦ୍ଧି ହେବା, ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ନିଜ ଆୟରୁ ଅଧିକ ହୋଇଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri