ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ କରି ମନଇଚ୍ଛା କାର୍ଯ୍ୟ କରିଚାଲିଛନ୍ତି। ଏଥିଯୋଗୁ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି। ଫଳରେ ସାଧାରଣ ଲୋକେ ହଇରାଣ ହେଉଥିବା ବେଳେ ଉପରିସ୍ଥ ଅଧିକାରୀ, ଜନପ୍ରତିନିଧି ମାଲାମାଲ ହେଉଛନ୍ତି। ଏସବୁକୁ ସାଧାରଣ ଲୋକେ ବିରୋଧ କଲେ ନିର୍ଯାତନା ଭୋଗୁବାକୁ ପଡୁଛି। ଏହାକୁ ନେଇ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ବୁଦ୍ଧିଜୀବୀ ଅବନ୍ତି ଜେନା କହିଛନ୍ତି, ପଟ୍ଟାମୁଣ୍ଡାଇରେ ବିଭାଗୀୟ ଅଧିକାରୀମାନେ ତାଙ୍କର କାର୍ଯ୍ୟଶୈଳୀ ଭୁଲି ମନମାନୀ କରୁଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଛି। ଉଦାହରଣ ଅବକାରୀ ବିଭାଗ କର୍ତ୍ତବ୍ୟରେ ଅବହେଳା ହେତୁ ବେଆଇନ ନିଶା କାରବାର ବଢ଼ିଚାଲିଛି। ଫଳରେ ଯୁବଗୋଷ୍ଠୀ ପ୍ରଥଭ୍ରଷ୍ଟ ହେଉଛନ୍ତି। ଭେଷଜ ବିଭାଗର ଅବହେଳା ହେତୁ ବେଆଇନ ଔଷଧ କାରବାର ଗାଁ  ଗହଳିରେ ମାଡିଚାଲିଛି। ସାଧାରଣ ରୋଗୀଟିଏ ସେହି ଓଷଧ ସେବନ କରି ମୃତ୍ୟୁମୁଖରେ ପଡୁଛି। ଶିକ୍ଷା ବିଭାଗର ଅବହେଳା ଯୋଗୁ ଶିକ୍ଷକ ନ ଥିବାରୁ ପିଲାଙ୍କ ପାଠପଢ଼ା ଠିକ୍‌ ଭାବେ ହୋଇପାରୁନାହିଁ। ଫଳରେ ବେସରକାରୀ ଶିକ୍ଷାନୁଷ୍ଠାନ ଗଢ଼ି ଉଠି ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ଶୋଷଣ କରୁଛନ୍ତି। ସେହିପରି ଯୋଗାଣ, କୃଷି, ପରିବହନ ଓ ଉନ୍ନୟନ ବିଭାଗ ଆଦିର କାର୍ଯ୍ୟଶୈଳୀରେ ନୀତିନିୟମ, କର୍ତ୍ତବ୍ୟକୁ ଉଲ୍ଲଂଘନ କରାଯାଉଛି। ଯୁବତୀଯୁବକଙ୍କୁ କର୍ମନିଯୁକ୍ତି ମିଳୁ ନ ଥିବାରୁ ବାଧ୍ୟ ହୋଇ ଘରଦ୍ୱାର, ପରିବାର ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟ ଓ ବିଦେଶ ଯିବାକୁ ପଡୁଛି। ରାଜସ୍ବ ବିଭାଗ ଅପାରଗତା ହେତୁ ଶତାଧିକ ସରକାରୀ ଜମି ପଟ୍ଟାମୁଣ୍ଡାଇରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ କବ୍‌ଜାରେ ରହିଛି। ବେଆଇନ ମାଟି ଇଟାଭାଟି ଗଢ଼ି ଉଠିଥିବାବେଳେ ଏହାକୁ ବନ୍ଦ କରିବାରେ ପ୍ରଶାସନିକ ଅଧିକାରୀ ବିଫଳ ହୋଇଛନ୍ତି। ଧୂଆଁ ଯୋଗୁ ତାତି ବଢୁଥିବା ବେଳେ ଲୋକେ ଗରମରେ ଆଉଟୁପାଉଟୁ ହେଉଛନ୍ତି। ଖଣି ବିଭାଗର ପଦକ୍ଷେପ ଶୂନ ଯୋଗୁ ନଦୀ ସଇରାତରୁ ବେଆଇନ ବାଲି ଚାଲାଣ ବୃଦ୍ଧି ପାଇଛି। ଓଭରଲୋଡିଂ ଯୋଗୁ ରାସ୍ତାଘାଟ ନଷ୍ଟ ହେଉଥିବାବେଳେ ପରିବେଶ ପ୍ରଦୂଷିତ ହେଉଛି। ଲୋକମାନେ ବାଛିଥିବା ଜନପ୍ରତିନିଧି ମଧ୍ୟ ଜନସାଧାରଣଙ୍କ ଅଭିଯୋଗକୁ ବେଖାତିରକରି ଚାଲୁଛନ୍ତି। ଶିକ୍ଷାବିତ୍‌ ପ୍ରଭାକର ସେଠୀ କହିଛନ୍ତି, ୧୯୪୭ରେ ଭାରତ ସ୍ବାଧୀନତା ଲାଭ କଲା। ୧୯୫୦ ଜାନୁଆରୀ ୨୬ରେ ସର୍ବଭୌମ ଗଣତନ୍ତ୍ର ପ୍ରତିଷ୍ଠା ହେଲା। ସମସ୍ତ ନାଗରିକଙ୍କୁ ନ୍ୟାୟ, ସମାନତା ଏବଂ ସ୍ବତନ୍ତ୍ରତା ପ୍ରଦାନ କରାଗଲା। ଏବେ ଲୋକମାନଙ୍କ ଅଧିକାର କଲମ କାଗଜରେ ଦବାଇ ଦିଆଯାଉଛି। ଅମଲା ଓ ନିର୍ବାଚିତ ପ୍ରତିନିଧିମାନେ ଭୟଙ୍କର ଅରାଜକତା ଚାଳାଇଛନ୍ତି। ପ୍ରତିବାଦ, ଆନ୍ଦୋଳନ କି ବିରୋଧ କଲେ ହାଜତକୁ ଯିବା ସାର ହେଉଛି। ସାଧାରଣ ଲୋକେ ସ୍ବାଧୀନତା ହରାଉଛନ୍ତି। ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ୨୦୨୪ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନଗର ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ରାଜନୈତିକ ଘଟଣାବଳୀ ସେତିକି ନାଟକୀୟ ଓ ରୋମାଞ୍ଚକର ହୋଇଚାଲିଛି। ସାଧାରଣ ମଣିଷର ଏଥିରେ କିଛି ଲାଭ ପାଉ ନ ଥିବା ବେଳେ ନିତିଦିନିଆ ସମସ୍ୟା ଯେପରି ରୋଜଗାର ନ ମିଳିବା, ରୋଜଗାର ହରାଇବା, ଆୟରେ ହ୍ରାସ ଘଟିବା, ଖାଦ୍ୟ ଜିନିଷରେ ଅହେତୁକ ଦରଦାମ ବୃଦ୍ଧି ହେବା, ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ନିଜ ଆୟରୁ ଅଧିକ ହୋଇଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ…

ଭୁବନେଶ୍ୱର,୮।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ପୂର୍ବତନ ବିଧାୟକଙ୍କର ପେନସନ ମଧ୍ୟ ବୃଦ୍ଧି ହେବ। ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା,...

ଜାପାନ ଭୂକମ୍ପରେ ୩୩ ଆହତ, ପ୍ରଧାନମନ୍ତ୍ରୀ ଗଠନ କଲେ ଏମରଜେନ୍ସି ଟାସ୍କ ଫୋର୍ସ

ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ...

ସବୁଜ ଆମୋନିଆ ପ୍ଲାଣ୍ଟ ନିର୍ମାଣ ସ୍ଥାନ ଦେଖିଲା ଜିଲା ପ୍ରଶାସନ

ମହାକାଳପଡ଼ା, ୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ସ୍ବାଧୀନତା ପରେ ଛୁଞ୍ଚତ୍ କାରଖାନାଟିଏ ନାହିଁ। ୨୪ବର୍ଷ ଶାସନ ବିଜେଡି ଅମଳରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବା ପୂର୍ବରୁ...

ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁଙ୍କ ଶରଣ ପଶିଲେ ଟିମ୍‌ ଇଣ୍ଡିଆର ଖେଳାଳି

ଭୁବନେଶ୍ୱର,୯।୧୨: ବାରବାଟୀ ଲଢେଇ ପୂର୍ବରୁ ମହାପ୍ରଭୁ ଶୀ ଜଗନ୍ନାଥଙ୍କ ଶରଣ ପଶିଛନ୍ତି ଟିମ ଇଣ୍ଡିଆର ଖେଳାଳି। ପୁରୀ ଅଭିମୁଖେ ଟିମ ଇଣ୍ଡିଆର ୪ ଖେଳାଳି ବାହାରିଛନ୍ତି।...

ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ କଲେ ଶାହିଦ ଆଫ୍ରିଦି, ରୋହିତ ଏବଂ ବିରାଟଙ୍କ ବିଷୟରେ କହିଲେ ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ନୂଆଦିଲ୍ଲୀ,୯।୧୨: ପୂର୍ବତନ ପାକିସ୍ତାନୀ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଥରେ ଭାରତୀୟ କ୍ରିକେଟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏଥର ସେ ଟିମ ଇଣ୍ଡିଆର...

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ମୁନିର

ଇସଲାମାବାଦ,୯।୧୨: ପାକିସ୍ତାନ ପ୍ରତିରକ୍ଷା ବାହିନୀର ମୁଖ୍ୟ (CDF), ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର କହିଛନ୍ତି ଯେ ପାକିସ୍ତାନ ଏକ ଶାନ୍ତିପ୍ରିୟ ଦେଶ ଏବଂ କାହାକୁ...

ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ୍‌: ଶାଳ ପତ୍ର ବ୍ୟବହାର ପାଇଁ ସଂକଳ୍ପ

ଦାରିଙ୍ଗବାଡି, ୯/୧୨(ଅରୁଣ ସାହୁ):ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଅଞ୍ଚଳରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପର୍ଯ୍ୟଟନ କ୍ଷେତ୍ରର ପରିବେଶ...

ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳାଙ୍କ ଚାଲିଗଲା ଜୀବନ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri