ପ୍ରଶାସନିକ ମରୁଡ଼ି

Dillip Cherian

ହିମାଚଳ ପ୍ରଦେଶରେ ଦକ୍ଷ ବାବୁଙ୍କର ଘୋର ଅଭାବ ଦେଖାଦେଇଛି। ଏହି ଜଟିଳ ସ୍ଥିତି ଯୋଗୁ ଉପୁଜିଥିବା ପ୍ରଶାସନିକ ସମସ୍ୟା ଦୂର କରିବାରେ ସରକାର ନଷ୍କ୍ରିୟ ଥିବା ମନେହେଉଛି। ପର୍ଯ୍ୟବେକ୍ଷକମାନେ ଦର୍ଶାଇଛନ୍ତି ଯେ, ରାଜ୍ୟରେ ମୋଟ ୧୫୩ କ୍ୟାଡର ମଧ୍ୟରୁ ୩୫ ଆଇଏଏସ୍‌ ଅଧିକାରୀ କମ୍‌ ଥିବାବେଳେ ଚଳିତ ବର୍ଷ ୫ ଜଣ ବରିଷ୍ଠ ବାବୁ ଅବସର ନେବାର ଅଛି। ଏବେ ହିମାଚଳପ୍ରଦେଶରେ ୧୧୦ ଆଇଏଏସ୍‌ ଅଧିକାରୀ ବିଭିନ୍ନ ପଦବୀରେ ଅଛନ୍ତି, ଯାହା ଆବଶ୍ୟକ ସଂଖ୍ୟାଠାରୁ ବହୁତ କମ୍‌। ଆଶ୍ଚର୍ଯ୍ୟର କଥା, ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ପ୍ରତ୍ୟକ ବ୍ୟାଚ୍‌ରେ ମାତ୍ର ୨ରୁ ୩ ଜଣ ଅଧିକାରୀ ପାଇବାକୁ ଚେଷ୍ଟା କରିଆସିଛନ୍ତି, ଯାହା ଅଭାବ ପୂରଣ କରିବା ଲାଗି ପର୍ଯ୍ୟାପ୍ତ ନୁହେଁ। ଏଭଳି ଅଣଦେଖାର ପ୍ରମାଣ ମଧ୍ୟ ତଥ୍ୟରୁ ସ୍ପଷ୍ଟ ହୁଏ। ଅର୍ଥାତ୍‌ ପୂର୍ବ ପ୍ରଶାସନରେ ୨୦୧୬ରେ ରାଜ୍ୟ କେବଳ ୬ ଜଣ ଆଇଏଏସ୍‌ ଅଧିକାରୀ ପାଇଥିଲା। ଉଲ୍ଲେଖନୀୟ ଯେ, ମୁଖ୍ୟ ସଚିବଙ୍କ ସମେତ ରାଜ୍ୟର ୫ଟି ଅତିରିକ୍ତ ମୁଖ୍ୟ ସଚିବ(ଏସିଏସ୍‌) ପଦବୀ ରହିଥିଲେ ବି ଜଣେ ହେଲେ ଏବେ ଏହି ପଦବୀରେ ନାହାନ୍ତି। ଦୁଇଜଣ ଏସିଏସ୍‌ ସ୍ତରୀୟ ଅଧିକାରୀ ସେଣ୍ଟ୍ରାଲ ଡେପୁଟେଶନରେ ଥିବାବେଳେ ୪ଜଣ ଅଧିକାରୀଙ୍କ ଅଭାବରୁ ଅନ୍ୟ ପଦବୀଗୁଡ଼ିକ ଖାଲି ପଡ଼ିଛି। ସୂତ୍ରରୁ ପ୍ରକାଶ ଯେ,ଜାନୁୟାରୀ ୨୦୨୪ରେ ପଦୋନ୍ନତି ପାଇବାକୁ ଥିବା ଯୋଗ୍ୟ ଅଧିକାରୀ ଅନୁରାଧା ଠାକୁର ଓ ଓଙ୍କାର ଚାନ୍ଦ ଶର୍ମା ମଧ୍ୟ ଏହି ପଦବୀରେ ଆସୀନ ହେବାକୁ ଅସମର୍ଥ ହୋଇଛନ୍ତି। ତେବେ ପ୍ରଭାବୀ ନୀତି ନିର୍ଦ୍ଧାରଣ ଏବଂ ସାମଗ୍ରିକ ଶାସନ ପାଇଁ ଏଭଳି ପ୍ରଶାସନିକ ‘ମରୁଡ଼ି’ର ତୁରନ୍ତ ସମାଧାନ କରିବା ଆବଶ୍ୟକ।
କାଠଗଡ଼ାରେ କ୍ୟାଡର ଟ୍ରାନ୍ସଫର
ଆଇପିଏସ୍‌ ଅଧିକାରୀ ସାଗରଙ୍କ କ୍ୟାଡର ସ୍ଥାନାନ୍ତର ମାମଲାରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ରାୟ ବିରୋଧରେ ପଶ୍ଚିମବଙ୍ଗ ସରକାରଙ୍କ ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ୨୦୧୯ ବ୍ୟାଚ୍‌ ଅଧିକାରୀ ସାଗର ପଶ୍ଚିମବଙ୍ଗରୁ ରାଜସ୍ଥାନକୁ କ୍ୟାଡର ସ୍ଥାନାନ୍ତର ପାଇଁ ଅନୁରୋଧ କରି ଦର୍ଶାଇଥିଲେ ଯେ,ତାଙ୍କ ସ୍ତ୍ରୀ ବି ଜଣେ ଆଇପିଏସ୍‌ ଅଧିକାରୀ ଓ ସେ ରାଜସ୍ଥାନ କ୍ୟାଡରରେ କାର୍ଯ୍ୟ କରନ୍ତି। ଏମିତି ପୃଥକ୍‌ ରାଜ୍ୟରେ ଅବସ୍ଥାପିତ ଦମ୍ପତିଙ୍କ କ୍ଷେତ୍ରରେ ମଧ୍ୟ କ୍ୟାଡର ସ୍ଥାନାନ୍ତର କରାଯାଇଥିଲା ବୋଲି ସେ କୋର୍ଟଙ୍କୁ ଜଣାଇଥିଲେ। ଫେବୃୟାରୀରେ ସେଣ୍ଟ୍ରାଲ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ(ସିଏଟି) ଏହି ଅଧିକାରୀଙ୍କୁ ନୋ ଅବଜେକ୍‌ଶନ ସାର୍ଟିଫିକେଟ(ଏନ୍‌ଓସି) ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଟ୍ରିବ୍ୟୁନାଲଙ୍କ ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ ବି ତାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ସିଏଟି ନିର୍ଦ୍ଦେଶକୁ ଏବେ ସୁପ୍ରିମକୋର୍ଟ ମଧ୍ୟ ସମର୍ଥନ କରିଛନ୍ତି। ତେବେ କୋର୍ଟଙ୍କ ରାୟ ଉପରେ ମମତା ବାନାର୍ଜୀ ସରକାର କେମିତି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ତାହା ଦେଖିବା କୌତୂହଳପୂର୍ଣ୍ଣ ହେବ। ଏହା ସିଏଟିର ଆଦେଶ ପାଳନ କରିବ ନା କ୍ୟାଡର ସ୍ଥାନାନ୍ତର ପାଇଁ ସାଗରଙ୍କ ଅନୁରୋଧକୁ ଅନୁମୋଦନ କରିବ କିମ୍ବା କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିବା ଲାଗି ବିକଳ୍ପ ଉପାୟ ସନ୍ଧାନ କରିବ, ତାହା ହିଁ ପ୍ରଶ୍ନ। ସାଗରଙ୍କ କ୍ୟାଡର ସ୍ଥାନାନ୍ତର ଅନୁରୋଧକୁ ରାଜ୍ୟ ସରକାର ବିରୋଧ କରୁଥିବା ପର୍ଯ୍ୟବେକ୍ଷକମାନେ ଅନୁମାନ କରୁଛନ୍ତି । ରାଜ୍ୟରେ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀ ଅଭାବ ଥିବାରୁ ସରକାର ଏହା କରୁଥାଇ ପାରନ୍ତି ବୋଲି ଅଧିକାଂଶ ବିଶ୍ୱାସ କରୁଛନ୍ତି। ତେବେ ସରକାରଙ୍କ ଉତ୍ତର ଉପରେ ତୀକ୍ଷ୍‌ଣ ନଜର ରଖାଯିବ, କାରଣ ତାଙ୍କ ଦୃଷ୍ଟିକୋଣ କ୍ୟାଡର ସ୍ଥାନାନ୍ତର ଏବଂ ଆଇନଗତ ପ୍ରକ୍ରିୟା ପ୍ରତି ସମ୍ମାନର ସଙ୍କେତ ଦେବ।
ନେତୃତ୍ୱ ନେବେ ରାଜାରାମନ
ଅଥରିଟି(ଆଇଏଫ୍‌ଏସ୍‌ସିଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସେ ଏହି ପଦବୀରେ ୩ ବର୍ଷ କିମ୍ବା ତାଙ୍କ ୬୫ ବର୍ଷ ବୟସ ହେବା ପର୍ଯ୍ୟନ୍ତ ରହିବେ। ସୂତ୍ରରୁ ପ୍ରକାଶ ଯେ, ସେ ଅଗଷ୍ଟରେ ଯୋଗଦେବାର ସମ୍ଭାବନା ରହିଛି। ସେ ଆଇଏଫ୍‌ଏସ୍‌ସିଏର ପ୍ରଥମ ଅଧ୍ୟକ୍ଷ ଇଞ୍ଜେଟି ଶ୍ରୀନିବାସଙ୍କ ପରେ ଯୋଗ ଦେବେ। ଆର୍ଥିକ ଉପତ୍ାଦ, ଆର୍ଥିକ ସେବା ଓ ଆର୍ଥିକ ସଂସ୍ଥାଗୁଡ଼ିକର ବିକାଶ ଓ ସଞ୍ଚାଳନ ପାଇଁ ଏହା ଏକ ଏକୀକୃତ ପ୍ରାଧିକରଣ ଭାବେ କାର୍ଯ୍ୟ କରେ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଭାରତୀୟ ଅର୍ଥନୀତିର ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୃଢ଼ ବିଶ୍ୱସ୍ତରୀୟ ସଂଯୋଗ ସୃଷ୍ଟି କରିବା। ଏହି ଆଞ୍ଚଳିକ ଓ ବିଶ୍ୱ ସ୍ତରରେ ଏକ ଅନ୍ତର୍ଜାତୀୟ ଆର୍ଥିକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରୁଛି । କୌତୂହଳର ବିଷୟ, ଆଇଏଫ୍‌ଏସ୍‌ସିଏ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ମାନସ ସନ୍ତାନ ଥିଲା, ଯିଏ ୨୦୦୭ରେ ଭାରତରେ ଏକ ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ରହିବା ଉଚିତ ବୋଲି ପରାମର୍ଶ ଦେଇଥିଲା। କିନ୍ତୁ ସେତେବେଳର ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ଏବକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଗାନ୍ଧୀନଗରରେ ଗୁଜରାଟ ଇଣ୍ଟରନ୍ୟାଶନାଲ ଫାଇନାନ୍ସ ଟେକ୍‌-ସିଟି (ଜିଆଇଏଫ୍‌ଟି)ପ୍ରତିଷ୍ଠା ବିଷୟରେ ଘୋଷଣା କରିଥିଲେ। ରାଜାରାମନଙ୍କ ଅଭିଜ୍ଞତା ଓ ବିଶେଷ ଜ୍ଞାନ ଆଇଏଫ୍‌ଏସ୍‌ସିଏ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ସହ ଏହାର ଆଦେଶକୁ ସଫଳତାର ସହିତ ପୂରଣ କରିବାକୁ ସକ୍ଷମ କରିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri