ବଲାଙ୍ଗୀର, ୨୮।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ ପ୍ରକଳ୍ପର ବିସ୍ଥାପିତମାନଙ୍କ ସହ ମଙ୍ଗଳବାର ଜିଲା ପ୍ରଶାସନ ଓ ଲୋୟର ସୁକତେଲ ପ୍ରକଳ୍ପ ଅଧିକାରୀମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଝାଙ୍କରପାଲି ଓ ଗେଡାବାଞ୍ଜି ପୁନର୍ବାସ କଲୋନୀରେ ରହୁଥିବା ବିସ୍ଥାପିତମାନେ ବିସ୍ଥାପିତମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳଯୋଗାଣ ସମସ୍ୟାର ସମାଧାନ ଉପରେ ଆଲୋଚନା କରିଥିଲେ। ଦୀର୍ଘ ଦିନ ହେଲା ସମସ୍ୟାର ସମାଧାନ ପାଇଁ ଦାବି କରୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ବିସ୍ଥାପିତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିସ୍ଥାପିତ ହେବାର ୮୫୦ ଦିନ ବିତି ଯାଇଥିଲେ ମଧ୍ୟ ବିସ୍ଥାପିତ କଲୋନୀ ରହୁଥିବା ବିସ୍ଥାପିତମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କୌଣସି ମୌଳିକ ସୁବିଧାର ବ୍ୟବସ୍ଥା କରାଯାଇନାହିଁ। ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତଙ୍କ ଦାବି ପୂରଣ ନ ହେଲେ ସେମାନେ ବାଧ୍ୟ ହୋଇ ଆସନ୍ତାକାଲି ଅର୍ଥାତ୍ ବୁଧବାର ରାସ୍ତା ରୋକୋ କରି ଆନ୍ଦୋଳନ କରିବେ ବୋଲି କହିଛନ୍ତି ।
Dharitri – The Largest & Most Trusted Odia Daily
\


