ବିଶ୍ୱ ଛେନାପୋଡ଼ ଦିବସ ପାଳନ କରିବ ପ୍ରଶାସନ

ନୟାଗଡ଼ ଅଫିସ,୮ା୪: ଛେନାପୋଡ଼କୁ ଲୋକାଭିମୁଖୀ କରିବାକୁ ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ପ୍ରଚେଷ୍ଟା କରାଯାଉଛି। ନୟାଗଡ଼ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏପ୍ରିଲ ୧୧ରେ ପ୍ରଥମ ଥର ପାଇଁ ପାଳନ ହେବ ବିଶ୍ୱ ଛେନାପୋଡ଼ ଦିବସ। ଏ ନେଇ ନୟାଗଡ଼ ଜିଲାପାଳ ରବୀନ୍ଦ୍ରନାଥ ସାହୁ ସମସ୍ତ ବିଭାଗର ଜିଲା ମୁଖ୍ୟ ଅଧିକାରୀଙ୍କୁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି।