ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ ହୋଇଛନ୍ତି । ବିଇଓ ଗୁରୁବାର ଦିନ ଚିଠି ନଂ ୧୫୬୭ରେ ନିଲମ୍ବନ ନେଇ ଘୋଷଣା କରିଛନ୍ତି ।

କହିରଖୁଛି କି, ମଙ୍ଗଳବାର ଦିନ ସ୍କୁଲ ସମୟରେ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ନ ଯାଇ ସ୍ଥାନୀୟ ମତୋ ବଜାରରେ ମଦ ପିଇ ମାତାଲ୍ ହୋଇଥିଲେ । ସେହି ସମୟର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ସାଧାରଣ ଲୋକଙ୍କୁ ଗାଳିଗୁଲଜ କରିବା ସହିତ ଅସଭ୍ୟ ଭାଷା ବ୍ୟବହାର କରିଥିଲେ। ଏହି ଘଟଣାରେ ଖବର ପ୍ରସାରିତ ପରେ ଶିକ୍ଷକଙ୍କୁ ପ୍ରଶାସନ ପକ୍ଷରୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।

 

Dharitri – Odisha’s No.1 Odia Daily

Share