ରତ୍ନଭଣ୍ଡାର ଯାଞ୍ଚ, ମରାମତି ନେଇ ପ୍ରଶାସନ ନୀରବ

ପୁରୀ ଅଫିସ,୪ା୪: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଓ ଯାଞ୍ଚ ପାଇଁ ସାଧାରଣରେ ଦାବି ହେଉଥିବାବେଳେ ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନିକଟକୁ ଏକ ଚିଠି ଲେଖାଯାଇଛି। ସୂଚନା ଅଧିକାର କର୍ମୀ ଦିଲୀପ ବରାଳ ସୋମବାର ଏହି ଚିଠି ଲେଖିଛନ୍ତି। ବାହାର ରତ୍ନଭଣ୍ଡାର ତଦନ୍ତକୁ ୫ବର୍ଷ ପୂରିଲା। ତେବେ ଏ ସଂକ୍ରାନ୍ତ ରିପୋର୍ଟ ସାର୍ବଜନୀନ କରାଯାଇନାହିଁ। ସେହିପରି ପ୍ରତି ୩ବର୍ଷରେ ଥରେ ରତ୍ନଭଣ୍ଡାର ଯାଞ୍ଚ ହେବାର ନିୟମ ରହିଛି। ମାତ୍ର ଗତ ୩୭ ବର୍ଷ ହେବ ଭିତର ରତ୍ନଭଣ୍ଡାର ଖୋଲାଯାଇନାହିଁ। ୧୯୮୫ ମସିହାରେ ଶେଷଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ତେଣୁ ଭିତର ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ ଓ ମରାମତି ସହ ବାହାର ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବାକୁ ବରାଳ ତାଙ୍କ ଚିଠିରେ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ରତ୍ନଭଣ୍ଡାର ଖୋଲି ଅଳଙ୍କାର ଯାଞ୍ଚ କରିବା ପାଇଁ ୨୦୧୮ରେ ଓଡ଼ିଶା ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ସଂସ୍ଥାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ଏନେଇ ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲା। ରାଜ୍ୟ ସରକାର ଅନୁମତି ଦେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ୧୭ଜଣିଆ ପ୍ରତିନିଧି ଦଳ ଗଠନ କରାଯାଇଥିଲା। ଉକ୍ତ ୧୭ଜଣିଆ ଦଳ ୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାର ଯାଞ୍ଚ କରିବା ପାଇଁ ଯାଇଥିଲେ। ତେବେ କିଛି ସମୟ ରତ୍ନଭଣ୍ଡାର ଯାଞ୍ଚ କରି ପ୍ରସ୍ଥାନ କରିଥିଲେ। ପରେ ଏନେଇ ପ୍ରତିନିଧି ଦଳ ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେଇଥିଲେ। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ଏହି ରିପୋର୍ଟକୁ ସାର୍ବଜନୀନ କରି ନ ଥିଲା। ଫଳରେ ସୂଚନା ଅଧିକାର କର୍ମୀ ଦିଲୀପ ବରାଳ ସୂଚନା ଅଧିକାର ଆଇନ ବଳରେ ରତ୍ନଭଣ୍ଡାର ଯାଞ୍ଚର ତଥ୍ୟ ଶ୍ରୀମନ୍ଦିର ପ୍ରଶାସନକୁ ମାଗିଥିଲେ। ୨୦୨୧ ସେପ୍ଟେମ୍ବରରେ ଶ୍ରୀମନ୍ଦିର ପ୍ରଶାସନ ବରାଳଙ୍କୁ ଯାଞ୍ଚ ରିପୋର୍ଟର ନକଲ ପ୍ରଦାନ କରିଥିଲା, ଯେଉଁଥିରେ ଊଲେଖ ଥିଲା ଯେ, ୧୭ଜଣିଆ ପ୍ରତିନିଧି ଦଳ ଶ୍ରୀମନ୍ଦିର ପରିସରକୁ ଯାଇ ପ୍ରଥମେ ବାହାର ରତ୍ନଭଣ୍ଡାର ଦେଖିଥିଲେ। ସେଥିରେ ଅଳନ୍ଧୁ ଲାଗିଥିଲା। ସେମାନେ ଅଳନ୍ଧୁୁ ସଫା କରିବା ପରେ କାନ୍ଥରେ ଫାଟ ସହ ଓଦାଳିଆ ଥିବା ଦେଖିବାକୁ ପାଇଥିଲେ। କାନ୍ଥରେ ହାତ ମାରିଲେ ପମ୍ପା ଶବ୍ଦ ହୋଇଥିଲା। ଅପରପକ୍ଷରେ ଭିତର ରତ୍ନଭଣ୍ଡାରର ସ୍ଥିତି ବାହାର ରତ୍ନ ଭଣ୍ଡାରଠାରେ ଠିଆହୋଇ ଦେଖାଯାଉଥିବାରୁ ଭିତର ରତ୍ନଭଣ୍ଡାରକୁ ଯିବାପାଇଁ ଆବଶ୍ୟକ ମନେ କରି ନ ଥିଲେ। ଏକ ପାଇପ ସାହାଯ୍ୟରେ ଭିତର ରତ୍ନଭଣ୍ଡାରର ଦୈଘ୍ୟ ଓ ପ୍ରସ୍ଥ ମାପିଥିଲେ। ଟର୍ଚ୍ଚଲାଇଟ ମାଧ୍ୟମରେ ଦେଖିଥିଲେ କାନ୍ଥ ଓଦା ରହିଥିଲା ଓ କାନ୍ଥରେ ବଡ ବଡ ଫାଟ ଥିଲା। କାନ୍ଥରୁ ପଥର ଖସି ଚଟାଣରେ ପଡ଼ିିଥିଲା। ଛାତରୁ ସିମେଣ୍ଟ ଖସି ରଡ୍‌ ଦିଶୁଥିଲା। ସ୍ଥିତି ଖରାପ ଥିବାରୁ ସେହିବର୍ଷ ରଥଯାତ୍ରା କିମ୍ବା ମୌସୁମୀ ବର୍ଷା ସମୟରେ ରତ୍ନଭଣ୍ଡାର ପୁନଃ ଯାଞ୍ଚ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରତିନିଧି ଦଳ ପ୍ରସ୍ତାବ ଦେଇଥିଲା। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ପରେ ରତ୍ନଭଣ୍ଡାର ଚାବି ହଜିଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ବିିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ଦୋଳନ ହୋଇଥିଲା। ପରେ ସରକାର ତଦନ୍ତ କମିଶନ ବସାଇଥିଲେ। ଅବସରପ୍ରାପ୍ତ ବିଚାରପତି ରଘୁବୀର ଦାସଙ୍କୁ ତଦନ୍ତ ଦ୍ୱାୟିତ୍ୱ ଦିଆଯାଇଥିଲା। ତଦନ୍ତ ବାବଦକୁ ସରକାର ୨୨ ଲକ୍ଷ ୨୭ ହଜାର ୯୧୮ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଥିଲା। ତଦନ୍ତ କମିଶନ ୨୦୧୮ ନଭେମ୍ବର ୨୯ରେ ୩୨୪ ପୃଷ୍ଠାର ତଦନ୍ତ ରିପୋର୍ଟ ଗୃହ ବିଭାଗକୁ ପ୍ରଦାନ କରିଥିଲେ। ତେବେ ଉକ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯାଇନାହିଁ। ଇତିମଧ୍ୟରେ ତଦନ୍ତକୁ ୪ବର୍ଷ ବିତିଯାଇଥିଲେ ମଧ୍ୟ ରିପୋର୍ଟ ସାର୍ବଜନୀନ ହୋଇପାରିନାହିଁ। ଏ ନେଇ ଅଗଣିତ ଜଗନ୍ନାଥପ୍ରେମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୧୭ଜଣିଆ ପ୍ରତିନିଧି ଦଳର ଯାଞ୍ଚକୁ ୫ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ରତ୍ନଭଣ୍ଡାର ଯାଞ୍ଚ, ସଂରକ୍ଷଣ ଓ ମରାମତି ପାଇଁ ପଦକ୍ଷେପ ନିଆଯାଉନାହିଁ। ଏପରିକି ରତ୍ନଭଣ୍ଡାର ମରାମତି ପାଇଁ ୨୦୨୨ ଅଗଷ୍ଟ ୮ରେ ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିଲେ ବି ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟିରେ ମଧ୍ୟ ଏହି ପ୍ରସଙ୍ଗ ଆଲୋଚନା କରାଯାଉନାହିଁ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବାରୁ ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ ଓ ମରାମତି କରାଯିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri