ରତ୍ନଭଣ୍ଡାର ଯାଞ୍ଚ, ମରାମତି ନେଇ ପ୍ରଶାସନ ନୀରବ

ପୁରୀ ଅଫିସ,୪ା୪: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଓ ଯାଞ୍ଚ ପାଇଁ ସାଧାରଣରେ ଦାବି ହେଉଥିବାବେଳେ ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନିକଟକୁ ଏକ ଚିଠି ଲେଖାଯାଇଛି। ସୂଚନା ଅଧିକାର କର୍ମୀ ଦିଲୀପ ବରାଳ ସୋମବାର ଏହି ଚିଠି ଲେଖିଛନ୍ତି। ବାହାର ରତ୍ନଭଣ୍ଡାର ତଦନ୍ତକୁ ୫ବର୍ଷ ପୂରିଲା। ତେବେ ଏ ସଂକ୍ରାନ୍ତ ରିପୋର୍ଟ ସାର୍ବଜନୀନ କରାଯାଇନାହିଁ। ସେହିପରି ପ୍ରତି ୩ବର୍ଷରେ ଥରେ ରତ୍ନଭଣ୍ଡାର ଯାଞ୍ଚ ହେବାର ନିୟମ ରହିଛି। ମାତ୍ର ଗତ ୩୭ ବର୍ଷ ହେବ ଭିତର ରତ୍ନଭଣ୍ଡାର ଖୋଲାଯାଇନାହିଁ। ୧୯୮୫ ମସିହାରେ ଶେଷଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ତେଣୁ ଭିତର ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ ଓ ମରାମତି ସହ ବାହାର ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବାକୁ ବରାଳ ତାଙ୍କ ଚିଠିରେ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ରତ୍ନଭଣ୍ଡାର ଖୋଲି ଅଳଙ୍କାର ଯାଞ୍ଚ କରିବା ପାଇଁ ୨୦୧୮ରେ ଓଡ଼ିଶା ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ସଂସ୍ଥାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ଏନେଇ ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲା। ରାଜ୍ୟ ସରକାର ଅନୁମତି ଦେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ୧୭ଜଣିଆ ପ୍ରତିନିଧି ଦଳ ଗଠନ କରାଯାଇଥିଲା। ଉକ୍ତ ୧୭ଜଣିଆ ଦଳ ୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାର ଯାଞ୍ଚ କରିବା ପାଇଁ ଯାଇଥିଲେ। ତେବେ କିଛି ସମୟ ରତ୍ନଭଣ୍ଡାର ଯାଞ୍ଚ କରି ପ୍ରସ୍ଥାନ କରିଥିଲେ। ପରେ ଏନେଇ ପ୍ରତିନିଧି ଦଳ ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେଇଥିଲେ। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ଏହି ରିପୋର୍ଟକୁ ସାର୍ବଜନୀନ କରି ନ ଥିଲା। ଫଳରେ ସୂଚନା ଅଧିକାର କର୍ମୀ ଦିଲୀପ ବରାଳ ସୂଚନା ଅଧିକାର ଆଇନ ବଳରେ ରତ୍ନଭଣ୍ଡାର ଯାଞ୍ଚର ତଥ୍ୟ ଶ୍ରୀମନ୍ଦିର ପ୍ରଶାସନକୁ ମାଗିଥିଲେ। ୨୦୨୧ ସେପ୍ଟେମ୍ବରରେ ଶ୍ରୀମନ୍ଦିର ପ୍ରଶାସନ ବରାଳଙ୍କୁ ଯାଞ୍ଚ ରିପୋର୍ଟର ନକଲ ପ୍ରଦାନ କରିଥିଲା, ଯେଉଁଥିରେ ଊଲେଖ ଥିଲା ଯେ, ୧୭ଜଣିଆ ପ୍ରତିନିଧି ଦଳ ଶ୍ରୀମନ୍ଦିର ପରିସରକୁ ଯାଇ ପ୍ରଥମେ ବାହାର ରତ୍ନଭଣ୍ଡାର ଦେଖିଥିଲେ। ସେଥିରେ ଅଳନ୍ଧୁ ଲାଗିଥିଲା। ସେମାନେ ଅଳନ୍ଧୁୁ ସଫା କରିବା ପରେ କାନ୍ଥରେ ଫାଟ ସହ ଓଦାଳିଆ ଥିବା ଦେଖିବାକୁ ପାଇଥିଲେ। କାନ୍ଥରେ ହାତ ମାରିଲେ ପମ୍ପା ଶବ୍ଦ ହୋଇଥିଲା। ଅପରପକ୍ଷରେ ଭିତର ରତ୍ନଭଣ୍ଡାରର ସ୍ଥିତି ବାହାର ରତ୍ନ ଭଣ୍ଡାରଠାରେ ଠିଆହୋଇ ଦେଖାଯାଉଥିବାରୁ ଭିତର ରତ୍ନଭଣ୍ଡାରକୁ ଯିବାପାଇଁ ଆବଶ୍ୟକ ମନେ କରି ନ ଥିଲେ। ଏକ ପାଇପ ସାହାଯ୍ୟରେ ଭିତର ରତ୍ନଭଣ୍ଡାରର ଦୈଘ୍ୟ ଓ ପ୍ରସ୍ଥ ମାପିଥିଲେ। ଟର୍ଚ୍ଚଲାଇଟ ମାଧ୍ୟମରେ ଦେଖିଥିଲେ କାନ୍ଥ ଓଦା ରହିଥିଲା ଓ କାନ୍ଥରେ ବଡ ବଡ ଫାଟ ଥିଲା। କାନ୍ଥରୁ ପଥର ଖସି ଚଟାଣରେ ପଡ଼ିିଥିଲା। ଛାତରୁ ସିମେଣ୍ଟ ଖସି ରଡ୍‌ ଦିଶୁଥିଲା। ସ୍ଥିତି ଖରାପ ଥିବାରୁ ସେହିବର୍ଷ ରଥଯାତ୍ରା କିମ୍ବା ମୌସୁମୀ ବର୍ଷା ସମୟରେ ରତ୍ନଭଣ୍ଡାର ପୁନଃ ଯାଞ୍ଚ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରତିନିଧି ଦଳ ପ୍ରସ୍ତାବ ଦେଇଥିଲା। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ପରେ ରତ୍ନଭଣ୍ଡାର ଚାବି ହଜିଯାଇଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ବିିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ଦୋଳନ ହୋଇଥିଲା। ପରେ ସରକାର ତଦନ୍ତ କମିଶନ ବସାଇଥିଲେ। ଅବସରପ୍ରାପ୍ତ ବିଚାରପତି ରଘୁବୀର ଦାସଙ୍କୁ ତଦନ୍ତ ଦ୍ୱାୟିତ୍ୱ ଦିଆଯାଇଥିଲା। ତଦନ୍ତ ବାବଦକୁ ସରକାର ୨୨ ଲକ୍ଷ ୨୭ ହଜାର ୯୧୮ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଥିଲା। ତଦନ୍ତ କମିଶନ ୨୦୧୮ ନଭେମ୍ବର ୨୯ରେ ୩୨୪ ପୃଷ୍ଠାର ତଦନ୍ତ ରିପୋର୍ଟ ଗୃହ ବିଭାଗକୁ ପ୍ରଦାନ କରିଥିଲେ। ତେବେ ଉକ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯାଇନାହିଁ। ଇତିମଧ୍ୟରେ ତଦନ୍ତକୁ ୪ବର୍ଷ ବିତିଯାଇଥିଲେ ମଧ୍ୟ ରିପୋର୍ଟ ସାର୍ବଜନୀନ ହୋଇପାରିନାହିଁ। ଏ ନେଇ ଅଗଣିତ ଜଗନ୍ନାଥପ୍ରେମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୧୭ଜଣିଆ ପ୍ରତିନିଧି ଦଳର ଯାଞ୍ଚକୁ ୫ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ରତ୍ନଭଣ୍ଡାର ଯାଞ୍ଚ, ସଂରକ୍ଷଣ ଓ ମରାମତି ପାଇଁ ପଦକ୍ଷେପ ନିଆଯାଉନାହିଁ। ଏପରିକି ରତ୍ନଭଣ୍ଡାର ମରାମତି ପାଇଁ ୨୦୨୨ ଅଗଷ୍ଟ ୮ରେ ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିଲେ ବି ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟିରେ ମଧ୍ୟ ଏହି ପ୍ରସଙ୍ଗ ଆଲୋଚନା କରାଯାଉନାହିଁ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବାରୁ ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ ଓ ମରାମତି କରାଯିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri