ହନୁମାନ ଜୟନ୍ତୀରେ ବିଶୃଙ୍ଖଳା ହେଲେ ପ୍ରଶାସନ ଦାୟୀ

ସମ୍ବଲପୁର,୧୨ା୪(ବ୍ୟୁରୋ): ଚଳିତବର୍ଷ ମଧ୍ୟ ହନୁମାନ ଜୟନ୍ତୀ ଧୁମ୍‌ଧାମରେ ପାଳନ ହେବ। ଶୋଭାଯାତ୍ରା, ଆଳତି ସହ ପୂଜାର୍ଚ୍ଚନା କରାଯିବ। ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଆଖଡା କରାଯିବ। ନାଗାବାବା ଓ ପାରମ୍ପରିକ ନୃତ୍ୟ ଦଳ ସାମିଲ ହେବେ। ହେଲେ ପ୍ରଶାସନ ପକ୍ଷରୁ ଶୋଭାଯାତ୍ରାରେ କଟକଣା ଲଗାଯାଇଛି। ଏହା ହିନ୍ଦୁଧର୍ମ ବିରୋଧୀ। ଯଦି ହନୁମାନ ଜୟନ୍ତୀରେ କୌଣସି ଅଘଟଣ କିମ୍ବା ସାମାଜିକ ବିଶୃଙ୍ଖଳା ଘଟେ ତା’ହେଲେ ପ୍ରଶାସନ ଦାୟୀ ରହିବ ବୋଲି ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଅନୁଷ୍ଠାନର ଆବାହକ ପ୍ରଦୀପ ବହିଦାର କହିଥିଲେ।
ସେ ଆହୁରି କହିଥିଲେ, ବିଗତ ବର୍ଷରେ ଜୟନ୍ତୀ ପାଳନ ବେଳେ କୌଣସି ଅଘଟଣ ହୋଇନାହିଁ। ସମିତି ଶାନ୍ତିଶୃଙ୍ଖଳା ରକ୍ଷାକରି ଓ ପ୍ରଶାସନକୁ ସହଯୋଗ କରି ଜୟନ୍ତୀ ପାଳନ କରିଆସୁଛି। କୋଭିଡ୍‌ ପରେ ପ୍ରଥମ କରି ଏହି ଉତ୍ସବ ପାଳନ କରାଯାଉଛି। ହେଲେ ପ୍ରଶାସନ ଏଥିରେ ରୋକ ଲଗାଉଛି। ଶୋଭାଯାତ୍ରାରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରିବାର ନିୟମ ରହିଥିବାରୁ ତାହା ପାଳନ କରାଯିବ। ରାସ୍ତାରେ ଶୋଭାଯାତ୍ରା ଯିବା ଓ ଆଖଡା ପ୍ରଦର୍ଶନ କରିବା ଆଇନ ସଙ୍ଗତ। ହେଲେ ପ୍ରଶାସନ ଜାଣିଶୁଣି ରୋକ ଲଗାଇ ଅସନ୍ତୋଷର ବାତାବରଣ ସୃଷ୍ଟି କରୁଛି। ଚଳିତବର୍ଷ ଛତିଶଗଡର ଝଞ୍ଜ ବାଦ୍ୟ, ଛତିଶଗଡ ମହିଳା ଆଦିବାସୀ ନୃତ୍ୟ, ରାୟଗଡର ସମ୍ପ୍ରଦା ଓ ମୟୁରଝାଳ, ରେମେତାର ବାଡିନାଚ, ଅନୁଗୋଳର ବୀରବାଦ୍ୟ, ଦୁଲଦୁଲ ବାଜା ରହିବ। ଜୋନସ୍ତରୀୟ କମିଟି ନିଜ ଅଞ୍ଚଳରୁ ଶୋଭାଯାତ୍ରା କରି ଜିଲା ସ୍କୁଲ ଛକରେ ମୁଖ୍ୟ ଶୋଭାଯାତ୍ରା ସହ ସାମିଲ ହେବେ। ମହିଳାମାନେ ସାମୂହିକ ଆଳତି କରିବେ। ହନୁମାନ ଜୟନ୍ତୀ ପାଇଁ ଚାନ୍ଦା ଓ ଦାନ ସଂଗ୍ରହ କରାଯାଇଛି। ଆଗାମୀ ୧୦ ଦିନ ଭିତରେ ହିସାବ ସର୍ବସାଧାରଣ କରାଯିବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଜପା ଜିଲା ସଭାପତି ତଥା ସମିତି ସଭାପତି ଗିରିଷ ପଟେଲ, ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ବହିଦାର, ଉପଦେଷ୍ଟା ସତ୍ୟନାରାୟଣ ପଣ୍ଡା, କାର୍ଯ୍ୟକାରୀ ସଭାପତି ଶିବ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ବାଙ୍କୀରେ ୧୬୩ ଧାରା ଉଲ୍ଲଂଘନ: ଭାଜପା-ବିଜେଡି ମୁହାଁମୁହିଁ, ୭ ଦିନିଆ ଚେତାବନୀ: ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଏନ୍‌ଏସ୍‌ର ୧୬୩ ଧାରା ଜାରି ହୋଇଥିବା ସତ୍ତ୍ବେ ଦୁଇ ପ୍ରମୁଖ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା-ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଗଞ୍ଜାମ, ୧୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପରିସରରେ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମଙ୍ଗଳବାର…

ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଘଟିଥିଲା ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ: ବର୍ଷେ ପରେ ୩ ଅଭିଯୁକ୍ତ ଗଲେ ଜେଲ 

ଦିଗପହଣ୍ଡି, ୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଗତ ବର୍ଷ ଘଟିଥିବା ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଉଦ୍ୟମ ମାମଲାରେ…

ଭିଟାମାଟିରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ରେଡକ୍ରସରୁ ସହାୟତା, ଗୃହହୀନ ପରିବାରକୁ ଥଇଥାନ ଦାବି

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ତାମିଲନାଡ଼ୁରେ ଟ୍ରେନରୁ ଖସି ମୃତ୍ୟୁବରଣ କରିଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଦାଦନ ଶ୍ରମିକ ଟୁନା ବେହେରାଙ୍କ ମୃତଦେହ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri