ସମୟ ନ ଦେଇ ଘର ଭାଙ୍ଗିଲା ପ୍ରଶାସନ

ବୌଦ୍ଧ, ୨୮।୨(ସ୍ବ.ପ୍ର.): ଖରଭୂଇଁ ଗ୍ରାମରେ କ୍ରସର ଚାଲିବା ନେଇ ପ୍ରଶାସନର ଅଧିକାରୀମାନେ ଚାହୁଁଥିବା ବେଳେ ଏପଟେ କିନ୍ତୁ ଗ୍ରାମବାସୀ କ୍ରସର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆନ୍ଦୋଳନ ଚାଲୁରଖିଛନ୍ତି। ପ୍ରଶାସନ ଗ୍ରାମବାସୀଙ୍କ ଆନ୍ଦୋଳନକୁ ଭଣ୍ଡରୁ କରିବାକୁ ଗ୍ରାମବାସୀଙ୍କ ନାମରେ ବହୁ ମିଥ୍ୟା ମାମଲା କରିଛି। ଏହି ଆନ୍ଦୋଳନର ମୁଖ୍ୟ ଥିଲେ ଭାରତୀୟ କମ୍ପ୍ୟୁନିଷ୍ଟ ପାର୍ଟିର ରାଜ୍ୟ ପରିଷଦ ସଦସ୍ୟ ଓ ପୂର୍ବତନ ଜିଲା ପରିଷଦ ଅବକାଶ ସାହୁ। ପ୍ରଶାସନ ପକ୍ଷରୁ ଗତ ୧୫।୧୧।୨୦୨୨ରେ କପୋଳକଳ୍ପିତ କାହାଣୀ ରଚନା କରି ଅବକାଶ ସାହୁଙ୍କୁ ମିଥ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ା ଏପଟେ ଜେଲ ଭିତରେ ଥିବା ବେଳେ ପୁଣି ତାଙ୍କ ନାମରେ ୫ ଗୋଟି ମାମଲା ରୁଜୁ କରିଥିଲା। କ୍ରସର ଯୋଗୁ ଗ୍ରାମରେ ବହୁ ଘର ଭାଙ୍ଗିବା ସହ ଲୋକମାନେ ବହୁ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରି କ୍ରସର ବନ୍ଦ କରିବାକୁ ଆନ୍ଦୋଳନ ଚାଲୁରଖିଛନ୍ତି। ଦୀର୍ଘ ଏକ ବର୍ଷରୁ ଅଧିକ ଦିନ ଗ୍ରାମବାସୀ ବନ୍ଦ କରିବାକୁ ଆନ୍ଦୋଳନ କରିଆସୁଛନ୍ତି। ଗୋଟିଏ ଗୋଟିଏ ପରେ ମାମଲା ରୁଜୁ କରି ଆସୁଥିବା ବେଳେ ସୋମବାର ଛତରଙ୍ଗ ଠାରେ ଏକ ବେଆଇନ ଘର କରିଥିବା ନେଇ ଭଙ୍ଗା ଯାଇଛି। ଘର ଭାଙ୍ଗିବା ସମୟରେ ପରିବାର ଲୋକ ସେ ଜେଲରେ ଅଛନ୍ତି। ଆମକୁ କିଛି ସମୟ ଦିଆଯାଉ। ଯଦି ବେଆଇନ ଘର ନିର୍ମାଣ ହୋଇଥିବ ଆମେ ନିଶ୍ଚୟ ଭାଙ୍ଗିବୁ ବୋଲି କହିବା ସତ୍ତ୍ୱେ କିନ୍ତୁ ପ୍ରଶାସନର ଅଧିକାରୀମାନେ କୌଣସି କଥାକୁ ନ ଶୁଣି ଘରକୁ ଭାଙ୍ଗିଥିଲେ। ଆହୁରୀ ମଧ୍ୟ ଗ୍ରାମର ଅନେକ ଲୋକ ବେଆଇନ ଘର କରିଛନ୍ତି। ସେମାନଙ୍କ ଘର କାହିଁକି ଭଙ୍ଗା ଯାଉନାହଁ ବୋଲି ପରିବାର ପ୍ରଶାସନର ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଭାଙ୍ଗିବା ସମୟରେ ତାଙ୍କର ସ୍ତ୍ରୀ, ମାଆ , ଝିଅ ଓ ଗ୍ରାମର କିଛି ମହିଳା ବନ୍ଦ କରିବାକୁ ଗାଡି ଆଗକୁ ଆସିଥିବା ବେଳେ ପୋଲିସ ଜୋରଜବରଦସ୍ତ ଉଠାଇ ନେଇ ଯାଇ ଘରକୁ ଭାଙ୍ଗିଥିବା ଜଣାପଡିଛି। ପ୍ରଶାସନର ଏପରି ପ୍ରତିହିଂସା ପରାୟଣ କାର୍ଯ୍ୟକୁ ଭାରତୀୟ କମ୍ପ୍ୟୁନିଷ୍ଟ ପାର୍ଟି ରା୍ଯଯ କମିଟି ସମ୍ପାଦକ ମଣ୍ଡଳି ସଦସ୍ୟ ଜୟନ୍ତ ଏକ ପ୍ରେସ ରିଲଜ ଜରିଆରେ ଦୃଢ ନିନ୍ଦା କରିଛନ୍ତି। ଏହାକୁ ପୂର୍ବତନ ବିଧାୟକ ନାରାୟଣ ରେଡୀ ମଧ୍ୟ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri