ସମୟ ନ ଦେଇ ଘର ଭାଙ୍ଗିଲା ପ୍ରଶାସନ

ବୌଦ୍ଧ, ୨୮।୨(ସ୍ବ.ପ୍ର.): ଖରଭୂଇଁ ଗ୍ରାମରେ କ୍ରସର ଚାଲିବା ନେଇ ପ୍ରଶାସନର ଅଧିକାରୀମାନେ ଚାହୁଁଥିବା ବେଳେ ଏପଟେ କିନ୍ତୁ ଗ୍ରାମବାସୀ କ୍ରସର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆନ୍ଦୋଳନ ଚାଲୁରଖିଛନ୍ତି। ପ୍ରଶାସନ ଗ୍ରାମବାସୀଙ୍କ ଆନ୍ଦୋଳନକୁ ଭଣ୍ଡରୁ କରିବାକୁ ଗ୍ରାମବାସୀଙ୍କ ନାମରେ ବହୁ ମିଥ୍ୟା ମାମଲା କରିଛି। ଏହି ଆନ୍ଦୋଳନର ମୁଖ୍ୟ ଥିଲେ ଭାରତୀୟ କମ୍ପ୍ୟୁନିଷ୍ଟ ପାର୍ଟିର ରାଜ୍ୟ ପରିଷଦ ସଦସ୍ୟ ଓ ପୂର୍ବତନ ଜିଲା ପରିଷଦ ଅବକାଶ ସାହୁ। ପ୍ରଶାସନ ପକ୍ଷରୁ ଗତ ୧୫।୧୧।୨୦୨୨ରେ କପୋଳକଳ୍ପିତ କାହାଣୀ ରଚନା କରି ଅବକାଶ ସାହୁଙ୍କୁ ମିଥ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ା ଏପଟେ ଜେଲ ଭିତରେ ଥିବା ବେଳେ ପୁଣି ତାଙ୍କ ନାମରେ ୫ ଗୋଟି ମାମଲା ରୁଜୁ କରିଥିଲା। କ୍ରସର ଯୋଗୁ ଗ୍ରାମରେ ବହୁ ଘର ଭାଙ୍ଗିବା ସହ ଲୋକମାନେ ବହୁ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରି କ୍ରସର ବନ୍ଦ କରିବାକୁ ଆନ୍ଦୋଳନ ଚାଲୁରଖିଛନ୍ତି। ଦୀର୍ଘ ଏକ ବର୍ଷରୁ ଅଧିକ ଦିନ ଗ୍ରାମବାସୀ ବନ୍ଦ କରିବାକୁ ଆନ୍ଦୋଳନ କରିଆସୁଛନ୍ତି। ଗୋଟିଏ ଗୋଟିଏ ପରେ ମାମଲା ରୁଜୁ କରି ଆସୁଥିବା ବେଳେ ସୋମବାର ଛତରଙ୍ଗ ଠାରେ ଏକ ବେଆଇନ ଘର କରିଥିବା ନେଇ ଭଙ୍ଗା ଯାଇଛି। ଘର ଭାଙ୍ଗିବା ସମୟରେ ପରିବାର ଲୋକ ସେ ଜେଲରେ ଅଛନ୍ତି। ଆମକୁ କିଛି ସମୟ ଦିଆଯାଉ। ଯଦି ବେଆଇନ ଘର ନିର୍ମାଣ ହୋଇଥିବ ଆମେ ନିଶ୍ଚୟ ଭାଙ୍ଗିବୁ ବୋଲି କହିବା ସତ୍ତ୍ୱେ କିନ୍ତୁ ପ୍ରଶାସନର ଅଧିକାରୀମାନେ କୌଣସି କଥାକୁ ନ ଶୁଣି ଘରକୁ ଭାଙ୍ଗିଥିଲେ। ଆହୁରୀ ମଧ୍ୟ ଗ୍ରାମର ଅନେକ ଲୋକ ବେଆଇନ ଘର କରିଛନ୍ତି। ସେମାନଙ୍କ ଘର କାହିଁକି ଭଙ୍ଗା ଯାଉନାହଁ ବୋଲି ପରିବାର ପ୍ରଶାସନର ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଭାଙ୍ଗିବା ସମୟରେ ତାଙ୍କର ସ୍ତ୍ରୀ, ମାଆ , ଝିଅ ଓ ଗ୍ରାମର କିଛି ମହିଳା ବନ୍ଦ କରିବାକୁ ଗାଡି ଆଗକୁ ଆସିଥିବା ବେଳେ ପୋଲିସ ଜୋରଜବରଦସ୍ତ ଉଠାଇ ନେଇ ଯାଇ ଘରକୁ ଭାଙ୍ଗିଥିବା ଜଣାପଡିଛି। ପ୍ରଶାସନର ଏପରି ପ୍ରତିହିଂସା ପରାୟଣ କାର୍ଯ୍ୟକୁ ଭାରତୀୟ କମ୍ପ୍ୟୁନିଷ୍ଟ ପାର୍ଟି ରା୍ଯଯ କମିଟି ସମ୍ପାଦକ ମଣ୍ଡଳି ସଦସ୍ୟ ଜୟନ୍ତ ଏକ ପ୍ରେସ ରିଲଜ ଜରିଆରେ ଦୃଢ ନିନ୍ଦା କରିଛନ୍ତି। ଏହାକୁ ପୂର୍ବତନ ବିଧାୟକ ନାରାୟଣ ରେଡୀ ମଧ୍ୟ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?