ସମୟ ନ ଦେଇ ଘର ଭାଙ୍ଗିଲା ପ୍ରଶାସନ

ବୌଦ୍ଧ, ୨୮।୨(ସ୍ବ.ପ୍ର.): ଖରଭୂଇଁ ଗ୍ରାମରେ କ୍ରସର ଚାଲିବା ନେଇ ପ୍ରଶାସନର ଅଧିକାରୀମାନେ ଚାହୁଁଥିବା ବେଳେ ଏପଟେ କିନ୍ତୁ ଗ୍ରାମବାସୀ କ୍ରସର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆନ୍ଦୋଳନ ଚାଲୁରଖିଛନ୍ତି। ପ୍ରଶାସନ ଗ୍ରାମବାସୀଙ୍କ ଆନ୍ଦୋଳନକୁ ଭଣ୍ଡରୁ କରିବାକୁ ଗ୍ରାମବାସୀଙ୍କ ନାମରେ ବହୁ ମିଥ୍ୟା ମାମଲା କରିଛି। ଏହି ଆନ୍ଦୋଳନର ମୁଖ୍ୟ ଥିଲେ ଭାରତୀୟ କମ୍ପ୍ୟୁନିଷ୍ଟ ପାର୍ଟିର ରାଜ୍ୟ ପରିଷଦ ସଦସ୍ୟ ଓ ପୂର୍ବତନ ଜିଲା ପରିଷଦ ଅବକାଶ ସାହୁ। ପ୍ରଶାସନ ପକ୍ଷରୁ ଗତ ୧୫।୧୧।୨୦୨୨ରେ କପୋଳକଳ୍ପିତ କାହାଣୀ ରଚନା କରି ଅବକାଶ ସାହୁଙ୍କୁ ମିଥ୍ୟା ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ା ଏପଟେ ଜେଲ ଭିତରେ ଥିବା ବେଳେ ପୁଣି ତାଙ୍କ ନାମରେ ୫ ଗୋଟି ମାମଲା ରୁଜୁ କରିଥିଲା। କ୍ରସର ଯୋଗୁ ଗ୍ରାମରେ ବହୁ ଘର ଭାଙ୍ଗିବା ସହ ଲୋକମାନେ ବହୁ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରି କ୍ରସର ବନ୍ଦ କରିବାକୁ ଆନ୍ଦୋଳନ ଚାଲୁରଖିଛନ୍ତି। ଦୀର୍ଘ ଏକ ବର୍ଷରୁ ଅଧିକ ଦିନ ଗ୍ରାମବାସୀ ବନ୍ଦ କରିବାକୁ ଆନ୍ଦୋଳନ କରିଆସୁଛନ୍ତି। ଗୋଟିଏ ଗୋଟିଏ ପରେ ମାମଲା ରୁଜୁ କରି ଆସୁଥିବା ବେଳେ ସୋମବାର ଛତରଙ୍ଗ ଠାରେ ଏକ ବେଆଇନ ଘର କରିଥିବା ନେଇ ଭଙ୍ଗା ଯାଇଛି। ଘର ଭାଙ୍ଗିବା ସମୟରେ ପରିବାର ଲୋକ ସେ ଜେଲରେ ଅଛନ୍ତି। ଆମକୁ କିଛି ସମୟ ଦିଆଯାଉ। ଯଦି ବେଆଇନ ଘର ନିର୍ମାଣ ହୋଇଥିବ ଆମେ ନିଶ୍ଚୟ ଭାଙ୍ଗିବୁ ବୋଲି କହିବା ସତ୍ତ୍ୱେ କିନ୍ତୁ ପ୍ରଶାସନର ଅଧିକାରୀମାନେ କୌଣସି କଥାକୁ ନ ଶୁଣି ଘରକୁ ଭାଙ୍ଗିଥିଲେ। ଆହୁରୀ ମଧ୍ୟ ଗ୍ରାମର ଅନେକ ଲୋକ ବେଆଇନ ଘର କରିଛନ୍ତି। ସେମାନଙ୍କ ଘର କାହିଁକି ଭଙ୍ଗା ଯାଉନାହଁ ବୋଲି ପରିବାର ପ୍ରଶାସନର ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଭାଙ୍ଗିବା ସମୟରେ ତାଙ୍କର ସ୍ତ୍ରୀ, ମାଆ , ଝିଅ ଓ ଗ୍ରାମର କିଛି ମହିଳା ବନ୍ଦ କରିବାକୁ ଗାଡି ଆଗକୁ ଆସିଥିବା ବେଳେ ପୋଲିସ ଜୋରଜବରଦସ୍ତ ଉଠାଇ ନେଇ ଯାଇ ଘରକୁ ଭାଙ୍ଗିଥିବା ଜଣାପଡିଛି। ପ୍ରଶାସନର ଏପରି ପ୍ରତିହିଂସା ପରାୟଣ କାର୍ଯ୍ୟକୁ ଭାରତୀୟ କମ୍ପ୍ୟୁନିଷ୍ଟ ପାର୍ଟି ରା୍ଯଯ କମିଟି ସମ୍ପାଦକ ମଣ୍ଡଳି ସଦସ୍ୟ ଜୟନ୍ତ ଏକ ପ୍ରେସ ରିଲଜ ଜରିଆରେ ଦୃଢ ନିନ୍ଦା କରିଛନ୍ତି। ଏହାକୁ ପୂର୍ବତନ ବିଧାୟକ ନାରାୟଣ ରେଡୀ ମଧ୍ୟ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନଇଚ୍ଛା ପାସ୍‌ ବଣ୍ଟନ କରୁଛି ବ୍ଲକ ପ୍ରଶାସନ: ସରପଞ୍ଚଙ୍କ ସ୍ବାମୀଙ୍କୁ ସରପଞ୍ଚ ମାନ୍ୟତା

ଜୁନାଗଡ,୨୯।୩(ଡି.ଏନ୍‌.ଏ): କୋଭିଡ-୧୯ ପାଇଁ ରାଜ୍ୟରେ ଲକ୍‌ଡାଉନ ହୋଇଛି। ଜରୁରୀକାଳୀନ ସେବା ପାଇଁ ପଞ୍ଚାୟତ ଓ ବ୍ଲକ କର୍ମଚାରୀଙ୍କୁ ଭେଇକିଲ ପାସ୍‌ ଦିଆଯାଉଛି। ଏହି ପାସ୍‌ଗୁଡିକ କଳାହାଣ୍ଡି...

କରୋନା ସ୍ଥିତି ସଙ୍ଗିନ: ଯୁଦ୍ଧ କାଳୀନ ଭିତ୍ତିରେ ହେବ ୧୦୩ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାରର ସେଣ୍ଟର

ସୋରଡ଼ା,୩୦।୪: ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ୁଛି। ଏହାକୁ ଦୃଷ୍ଟିରେ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟରେ ୧୦୩ ଶଯ୍ୟା ବିଶିଷ୍ଠ କୋଭିଡ୍‌ କେୟାରର ସେଣ୍ଟର...

ଲବ କୁମାର ବିଜୟୀ

ଅମରପାଲି,୨୭।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଜୋନ-୧ ରେ କଂଗ୍ରେସର ଲବ କୁମାର ସାହୁ ବିଜୟୀ ହୋଇଛନ୍ତି। ସେ ବିଜେଡିର ରଞ୍ଜିତ ରଥଙ୍କଠାରୁ ୧୮୮୩ ଖଣ୍ଡ ଭୋଟ...

ଯୁବକଙ୍କ ସହ ବଟି ମୂଲଚାଲର ଭିଡିଓ ଭାଇରାଲ: ରାତାରାତି ବଦଳିଲେ ବଡ଼ସାହି ଥାନା ଅଧିକାରୀ

ବାରିପଦା ଅଫିସ/ବଡ଼ସାହି,୧୨ା୧୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧିକାରୀ ବିଶ୍ୱଜ କୁମାର ରାଉତରାୟଙ୍କୁ ସୋମବାର ରାତିରେ ବଦଳି କରାଯାଇଛି। ତାଙ୍କୁ ଜିଲା ପୋଲିସ ମୁଖ୍ୟାଳୟରେ ଅବସ୍ଥାପିତ...

ଜଗଜ୍ଜନନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମଙ୍ଗଳା

କାକଟପୁର, ୭।୧୦(ଡି.ଏନ୍‌.ଏ.): ସୋମବାର ପୀଠେ ଦଶହରା ପାଳନ ଅବସରରେ ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳା ଜଗଜ୍ଜନନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ବ୍ରାହ୍ମ...

ଏଣିକି ଦୂର ହେବ ସରପଞ୍ଚଙ୍କ ଅସୁବିଧା

କୋରୁକୋଣ୍ଡା,୧୬ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ୧୨ଟି ପଞ୍ଚାୟତରେ ନୂତନ ଭାବେ ନିର୍ବାଚିତ ଜନପ୍ରତିନିଧି ତଥା ସରପଞ୍ଚମାନଙ୍କ ସହମତି ପ୍ରକ୍ରିୟାରେ ବୁଧବାର କାମବାଡ଼ା ସରପଞ୍ଚ...

ବସ୍‌ଷ୍ଟାଣ୍ଡ ନିକଟରୁ ମିଳିଲା ଜଣେ ବ୍ୟକ୍ତିଙ୍କ ମୃତଦେହ

କୋକସରା,୨୪ା୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମୋଟେର ଛକ ବସ୍‌ଷ୍ଟାଣ୍ଡର ଦୁର୍ଗାମଣ୍ଡପ ନିକଟରେ ବୁଧବାର ଜଣେ ଯୁବକଙ୍କ ମୃତଦେହ ରହିଥିବା ଦେଖି ସ୍ଥାନୀୟ ଲୋକେ ମୋଟେର...

ବଢୁଛି ସୁସ୍ଥହାର, କମୁଛନ୍ତି ଆକ୍ରାନ୍ତ

କଟକ ଅଫିସ,୧୭।୮: କଟକ ଜିଲାରେ ଆରୋଗ୍ୟ ହାର ବଢୁଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଏହି ତଥ୍ୟ...

Advertisement
Archives

Model This Week