ଏଡିଏମ୍‌ -ଜିଲା ଆଦିବାସୀ ନେତା ମୁହାଁମୁହିଁ: ଖବରପାଇ ପହଞ୍ଚିଲା ପୋଲିସ

ଲୋଇସିଂହା,୩୧।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ସୋମବାର ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ବଲାଙ୍ଗୀର ଏଡିଏମ୍‌ ପବିତ୍ର ବେହେରା ଓ ଜିଲା ଆଦିବାସୀ ସଂଘ ନେତା ସତ୍ୟନାରାୟଣ ଭୋଇ ମୁହାଁମୁହିଁ ହୋଇଥିଲେ। ଲୋଇସିଂହା ପଞ୍ଚାୟତ ଅନ୍ତର୍ଗତ ସୁଜିଆ ଗ୍ରାମର କେତେଜଣ ଅସହାୟ ହିତାଧିକାରୀଙ୍କୁ ଉପଯୁକ୍ତ ନ୍ୟାୟ ପାଇଁ ବ୍ଲକରୁ ଜିଲାସ୍ତରୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ବହୁ ଅଭିଯୋଗ ସତ୍ତ୍ୱେ ଅସହାୟ ହିତାଧିକାରୀଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାରେ ଜିଲା ପ୍ରଶାସନ ବିଫଳ ହୋଇଛି। ଏହାକୁ ନେଇ ଶିବିରରେ ଅଧ୍ୟକ୍ଷତା କରୁଥିବା ଏଡିଏମ୍‌ ବେହେରା ଓ ଆଦିବାସୀ ନେତା ଭୋଇ କଥା କଟାକଟି ହେବା ଚର୍ଚ୍ଚାର ବିଷୟ ହୋଇଛି। ଶିବିର ସମ୍ପର୍କରେ ଜାଣି ଆଦିବାସୀ ନେତା ଭୋଇ ସୁଜିଆ ଗ୍ରାମର କେତେଜଣ ଅସହାୟ ବ୍ୟକ୍ତି ଓ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଧରି ଶିବିରକୁ ଆସିଥିଲେ। ଦିବ୍ୟାଙ୍ଗ ମଥୁରା ଧରୁଆ (୪୬)ଙ୍କ ୨ଗୋଡ ଅଚଳ ଥିବାରୁ ଘୋଷାରି ଘୋଷାରି ହୋଇ ଯିବାଆସିବା କରିଥାନ୍ତି। ତାଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଟ୍ରାଇସାଇକେଲ ମିଳିନାହିଁ। ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଥୁରାଙ୍କୁ ମିଳିଥିବା ୟୁଡିଆଇଡି ପରିଚୟପତ୍ରରେ ୪୫ ପ୍ରତିଶତ ଭିନ୍ନକ୍ଷମ ବୋଲି ଦର୍ଶାଯାଇଛି। ସେହିପରି ମା’ବାପଛେଉଣ୍ଡ ଗ୍ରାମର ଆହ୍ଲାଦିନୀ ହନୁମାନ ଓ ଆଭା ହନୁମାନ ୨ ଭଉଣୀଙ୍କୁ ପଞ୍ଚାୟତରୁ ୫ କେଜି ଲେଖାଏ ପିଡିଏସ ଚାଉଳ ମିଳୁଥିବାବେଳେ ସେମାନେ ୩୫ କେଜି ଚାଉଳ ଦାବି କରିଛନ୍ତି। ଏପରି ଭାବେ ଗ୍ରାମର ୨୮ ଜଣ ଅସହାୟ ବ୍ୟକ୍ତି ଓ ଦିବ୍ୟାଙ୍ଗ ଉପଯୁକ୍ତ ସରକାରୀ ସହାୟତା ନ ପାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଏହାକୁ ନେଇ ଆଦିବସୀ ନେତା ଭୋଇ ଶିବିରର ଅଧ୍ୟକ୍ଷ ଏଡିଏମ୍‌ ବେହେରା ଏବଂ ସେଠାରେ ଉପସ୍ଥିତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶିବିରର ଅଧ୍ୟକ୍ଷ ବେହେରା ବ୍ଲକ ପ୍ରଶାସନ ଉପରେ ଦୋଷାରୋପ କରିଥିଲେ ା ଅଧିକାରୀଙ୍କ ଆରୋପପ୍ରତ୍ୟାରୋପରେ ଅସହାୟ ବ୍ୟକ୍ତି ଓ ଦିବ୍ୟାଙ୍ଗ ବଳିପଡୁଥିବା ଅଭିଯୋଗ କରି ଆଦିବାସୀ ନେତା ଭୋଇ ଶିବିରରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଘଟଣାକୁ ନେଇ ଏଡିଏମ୍‌ ବେହେରା ଓ ଭୋଇ କଥା କଟାକଟି ହୋଇଥିଲେ। ବ୍ଲକ ପ୍ରଶାସନର ମନମାନିକୁ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରି ଭୋଇଙ୍କ ଦାବିକୁ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଥିଲା। ଏହି ଖବରପାଇ ଲୋଇସିଂହା ପୋଲିସ ଶିବିରରେ ପହଞ୍ଚତ୍ଥିଲା। ସେହିପରି ଲୋଇସିଂହା ପଞ୍ଚାୟତ ଅଧୀନ ପତ୍ରପାଲି ଗ୍ରାମର ମହିଳାମାନେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଥିଲେ। ମହିଳାମାନେ ଓଭରହେଡ ଟାଙ୍କି କାହା ସ୍ବାର୍ଥରେ ନିର୍ମାଣ ହୋଇଛି ବୋଲି ଜିଲା ପ୍ରଶାସନକୁ ପ୍ରଶ୍ନ କରିଥିଲେ। ସେହିପରି ବ୍ଲକରେ ବନ୍ଦ ଥିବା ତଲିଉଡାର ପଞ୍ଚାୟତର ଜଟିପାଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ପୁନଃ ଖୋଲିବାକୁ ଶିବିର ଦ୍ୱାରସ୍ଥ ହୋଇଥିଲେ ଗ୍ରାମବାସୀ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାରେ ମୋଦି ସରକାରଙ୍କୁ ଘେରିଲେ ଓଡ଼ିଶା ଏମ୍‌ପି: କେନ୍ଦ୍ରୀକରଣ ବଢ଼ିଲେ ସମନ୍ବୟ ନୁହେଁ, ବଢ଼ିବ ସଂଘର୍ଷ

ପଦ୍ମପୁର, ୩୧।୩(ପ୍ରଦୀପ୍ତ ଦାଶ): ରାଜ୍ୟ ସଭା ଏମ୍‌ପି ନିରଞ୍ଜନ ବିଶି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସାଧାରଣ ପ୍ରଶାସନ) ବିଧେୟକ, ୨୦୨୬ ଉପରେ ଚର୍ଚ୍ଚା କରି ବିଲ୍‌ରେ…

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ଶୌଚ ହେବାକୁ ଯାଇଥିଲେ ମଥୁରୀ: ୪ ଦିନ ପରେ ଘଟିଲା…

ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri