କରଓ୍ବାଚୌଥରେ ହେଲା ଶ୍ୱେତା-ଆଦିତ୍ୟଙ୍କ ରୋକା

ମୁମ୍ବାଇ: ବଲିଉଡ୍‌ର ନାଁକରା ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ତଥା ଗାୟକ ଆଦିତ୍ୟ ନାରାୟଣ ବର୍ତ୍ତମାନ ନିଜ ବିବାହକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ବୁଧବାର ସାରା ଦେଶରେ କରଓ୍ବାଚୌଥ ପୂଜା ପାଳିତ ହୋଇଥିବା ବେଳେ ଉକ୍ତ ଦିନ ଆଦିତ୍ୟ ନାରାୟଣ ଓ ଶ୍ୱେତା ଅଗ୍ରଓ୍ବାଲଙ୍କ ରୋକା ସେରିମନି ଅନୁଷ୍ଠିତ ହୋଇଥିଲା। ରୋକାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ଆଦିତ୍ୟ ନୁହେଁ ବରଂ ତାଙ୍କ ବାପା ଉଦିତ୍‌ ନାରାୟଣ ଶେୟାର କରିଛନ୍ତି। ଉକ୍ତ ଫଟୋରେ ଆଦିତ୍ୟ ଓ ଶ୍ୱେତାଙ୍କ ସହ ଉଭୟଙ୍କ ପରିବାର ଲୋକ ନଜର ଆସିଛନ୍ତି। ଏଥିରେ ଦୁଇ ଲଭ୍‌ବାର୍ଡ଼ ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି। ଆଦିତ୍ୟଙ୍କ ହାତରେ ଗୋଟେ ନଡ଼ିଆ ଥିବା ବେଳେ ଶ୍ୱେତାଙ୍କ ହାତରେ ଶଗୁନର ଏକ ଥାଳି ଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି। ସୂଚନା ମୁତାବକ ଦୀର୍ଘ ୧୦ ବର୍ଷରୁ ଶ୍ୱେତା ଓ ଆଦିତ୍ୟ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଥିଲେ। ଗତ ମାସରେ ଦୁହେଁ ଡିସେମ୍ବର ୧ରେ ବିବାହ କରିବେ ବୋଲି ଆଦିତ୍ୟ ଘୋଷଣା କରିଥିବା ବେଳେ ମଙ୍ଗଳବାର ଇନ୍‌ଷ୍ଟାଗ୍ରାମରେ ଶ୍ୱେତାଙ୍କ ପାଇଁ ଏକ ପ୍ରେମଭରା ବାର୍ତ୍ତା ଲେଖିଥିଲେ। କରୋନା କାଳ ଯୋଗୁ କମ୍‌ ଅତିଥିଙ୍କ ଉପସ୍ଥିତିରେ ମୁମ୍ବାଇର ଏକ ମନ୍ଦିରରେ ସେମାନଙ୍କ ବିବାହ ଅନୁଷ୍ଠିତ ହେବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ହିନାଙ୍କ ବ୍ରେକ୍‌ଅପ୍‌ ପୋଷ୍ଟ, ଦ୍ୱନ୍ଦ୍ୱରେ ପ୍ରଶଂସକ

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ହିନା ଖାନ ତାଙ୍କ ବୃତ୍ତିଗତ ଜୀବନରେ ବହୁତ ସଫଳତା ହାସଲ କରିଛନ୍ତି। ହିନା ନିଜର ବ୍ୟକ୍ତିଗତ ଜୀବନ ଏବଂ ବୃତ୍ତିଗତ...

ଐଶ୍ୱର୍ଯ୍ୟାଙ୍କ ପାଇଁ ଦବଙ୍ଗ ଖାନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ଏହି ଅଭିନେତା: ପରେ ଯାହା ଘଟିଲା ସ୍ବପ୍ନରେ ଭାବି ନ ଥିଲେ

ବମ୍ବେ: ଏକଦା ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ି ସଲମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ ଅଭିନେତା ବିବେକ ଓବରୟ। ଏହାକୁ ଅନେକ ବର୍ଷ ବିତିଥିଲେ ହେଁ ଅନେକ...

ବିହାର କଲେଜରେ ପଢ଼ୁଛନ୍ତି ଇମ୍ରାନ ହାଶମୀ-ସନି ଲିଓନିଙ୍କ ୨୦ ବର୍ଷର ପୁଅ!

ବଲିଉଡ୍‌ର ଚର୍ଚ୍ଚିତ ଅଭିନେତା ଇମରାନ ହାଶମୀ ଏବଂ ସନି ଲିୟୋନିଙ୍କ ପୁଅ ବିହାର କଲେଜରେ ପାଠ ପଢ଼ୁଛନ୍ତି। ସ୍ନାତମ ପରୀକ୍ଷା ଦେଉଛନ୍ତି ତାଙ୍କର ୨୦ ବର୍ଷର...

ଅକ୍ଷୟ କୁମାରଙ୍କ ସହ ମନ୍ଦିରରେ ନିର୍ବନ୍ଧ, ଅଜୟ ଦେବଗନଙ୍କୁ ରକ୍ତରେ ଚିଠି ଲେଖିଥିଲେ ଏହି ଅଭିନେତ୍ରୀ; ହେଲେ…

ବମ୍ବେ: ୧୯୯୧ରେ ଫିଲ୍ମ ‘ପଥର କେ ଫୁଲ’ ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ରବିନା ଟଣ୍ଡନ। ଫିଲ୍ମରେ ତାଙ୍କର ନାୟକ ସାଜିଥିଲେ ସଲମାନ୍‌ ଖାନ।...

ମ୍ୟୁଜିକ ଭିଡିଓ ପାଇଁ ଐଶ୍ୱର୍ଯ୍ୟାଙ୍କୁ ଶୁଭେଚ୍ଛା ଜଣାଇଲେ ଧନୁଷ

ଅଭିନେତା ଧନୁଷ-ଐଶ୍ୱର୍ଯ୍ୟା ରଜନୀକାନ୍ତ ତାଙ୍କ ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ୧୮ ବର୍ଷର ସମ୍ପର୍କ ପରେ ଦୁହେଁ ଏବେ ପରସ୍ପରଠାରୁ ଅଲଗା...

ଏହି ଅଭିନେତ୍ରୀ ବିବାହ କରନ୍ତୁ ବୋଲି ଚାହୁଁ ନ ଥିଲେ ବାପା

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲଙ୍କ ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ବିବାହ କରିଥିଲେ। ମାତ୍ର ଉଭୟଙ୍କ ଏହି ବିବାହା ପ୍ରସ୍ତାବକୁ...

୭୫ ବର୍ଷର ସଂଘର୍ଷମୟ ଜୀବନ: ଜାଭେଦ୍‌ ଅଖତରଙ୍କ ମୁହଁକୁ ସ୍କ୍ରିଫ୍ଟ ଫୋପାଡ଼ି ଦେଇଥିଲେ ଜଣେ ଫିଲ୍ମ ନିର୍ମାତା

ମୁମ୍ବାଇ: ବିଶିଷ୍ଟ ଗୀତିକାର ଜାଭେଦ୍‌ ଅଖତର୍‌ ଶୁକ୍ରବାର ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୫ ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ ଜନ୍ମଗ୍ରହଣ କରିଥିଲେ। ଜୀବନର ପ୍ରାଥମିକ...

ଯୁବକ ଭଳି ଦେଖାଯିବାକୁ ସାପ ରକ୍ତ ପିଅନ୍ତି ଅନିଲ କପୁର? ଅଭିନେତା କହିଲେ…

ବମ୍ବେ: ବୟସ ବଢ଼ିବା ସହ ବାର୍ଦ୍ଧକ୍ୟ ଆସିବା ସ୍ବାଭାବିକ କଥା। ହେଲେ ବଲିଉଡ୍‌ ଅଭିନେତା ଅନିଲ କପୁର ଏଭଳି ଜଣେ ଅଭିନେତା ଯାହାଙ୍କୁ ଦେଖିଲେ ଲାଗେ...

Advertisement
Archives

Model This Week