ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲା: ‘ସାଇକୋ ଲେଡି’ ପ୍ରସଙ୍ଗରେ ମୁହଁ ଖୋଲିଲେ ଯୁବତୀ

ଭୁବନେଶ୍ୱର,୪।୯ (ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୨ମାସ ପାଖାପାଖି ବିତିବାକୁ ବସିଲାଣି। ଜିଆର୍‌ପି ପରେ ମାସେ ହେବ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲେ ମଧ୍ୟ କିଛି ବି ସୁରାକ ମିଳିପାରୁନି। ଏଭଳିସ୍ଥଳେ ବର୍ତ୍ତମାନ ଆଦିତ୍ୟଙ୍କ ମୃତ୍ୟୁ ପଛରେ ‘ସାଇକୋ ଲେଡି’ ଙ୍କ ହାତ ରହିଥିବା ହଠାତ୍‌ ବଡ଼ ଅଭିଯୋଗ ଉଠିଛି। ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସମେତ ବାପା, ମା’ ଓ ସାମାଜିକ କର୍ମୀମାନେ ଏହି ପ୍ରସଙ୍ଗ ଉଠାଇ ହାଇକୋର୍ଟଙ୍କଠାରୁ ଆରମ୍ଭ କରି ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରଥମେ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ସହଯୋଗୀ ବିକାଶ, ପପୁ ଏବଂ ଦୀପକ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଥିଲେ। ଏହାମଧ୍ୟରେ ଅନେକ ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସିଥିଲା। ଘଟଣାର ଏତେଦିନ ପରେ ହଠାତ୍‌ ଏବେ ‘ସାଇକୋ ଲେଡି’ ପ୍ରସଙ୍ଗ ପୂରା ଘଟଣାକୁ ଭିନ୍ନ ମୋଡ଼ ଦେବାରେ ଲାଗିଛି। ଏପରିସ୍ଥଳେ ବାଲେଶ୍ୱରର ଚିନ୍ମୟୀ ମହାପାତ୍ର ନାମକ ଜଣେ ଯୁବତୀ ଗଣମାଧ୍ୟମ ସମ୍ମୁଖକୁ ଆସି ବୟାନ ଦେଇଛନ୍ତି। ତାଙ୍କୁ ସାଇକୋ ଲେଡିର ଆଖ୍ୟା ଦିଆଯାଇ ଆଦିତ୍ୟଙ୍କ ମୃତ୍ୟୁ ସହ ଯୋଡ଼ାଯାଉଥିବାରୁ ସେ ମର୍ମାହତ ଥିବା କହିଛନ୍ତ। ମୋର ସେମିତି କିଛି ସମସ୍ୟା ନାହିଁ ଯେ, ଯେଉଁଥିପାଇଁ ମୋତେ ସାଇକୋ ଲେଡି କୁହାଯିବ। ମୋତେ ମିଛଟାରେ ଯେଉଁ ବଦନାମ କରିବାକୁ ଚେଷ୍ଟା କରାଯାଉଛି ସେନେଇ ଆଇନର ଆଶ୍ରୟ ନେବି ବୋଲି କହିଛନ୍ତି ଚିନ୍ମୟୀ। ସେ କହିଛନ୍ତି, ଆଦିତ୍ୟଙ୍କ ସହ ଫେସ୍‌ବୁକ୍‌ରୁ ତାଙ୍କର ପବିତ୍ର ପ୍ରେମ ସମ୍ପର୍କ ରହିଥିଲା, କିନ୍ତୁ ଏକତରଫା ନ ଥିଲା। ଏହି ସମ୍ପର୍କ ୪ରୁ ୫ ମାସ ଧରି ଚାଲିଥିଲା। ତେବେ ବାପାଙ୍କର ନିକଟରେ ମୃତ୍ୟୁ ଘଟିଥିବାରୁ ପରିବାର ଲୋକେ ଏତେ ଶୀଘ୍ର ବିବାହ ପାଇଁ ରାଜି ନ ଥିଲେ। ଭୁବନେଶ୍ୱରରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିବାବେଳେ ୨ଥର ଆଦିତ୍ୟଙ୍କ ଆଶ୍ରମକୁ ଯାଇ ତାଙ୍କୁ ଭେଟିଥିଲି। ବିଦ୍ୟାଶ୍ରୀଙ୍କ ସହ ପ୍ରେମ ପୂର୍ବରୁ ଆଦିତ୍ୟ ମୋ ସହ ପ୍ରେମ ସମ୍ପର୍କରେ ଥିଲେ। ମୁଁ ବିବାହ ପାଇଁ ରାଜି ଥିଲି, ହେଲେ କିଛି ସମସ୍ୟା ପାଇଁ ଆମେ ଅଲଗା ହୋଇଯାଇଥିଲୁ। କିନ୍ତୁ ମାର୍ଚ୍ଚ ୫ରେ ମୁଁ ଆଦିତ୍ୟ ଜନ୍ମଦିନ ପାଇଁ ତାଙ୍କୁ ଶେଷଥର ଫୋନ୍‌ କରିଥିଲି। ଏହାପୂର୍ବରୁ ଜାନୁୟାରୀରେ ଆଦିତ୍ୟ ତାଙ୍କୁ କହିଥିଲେ ଯେ, ସେ ମଦ ବିରୋଧୀ ଆନ୍ଦୋଳନ କରୁଥିବାରୁ ତାଙ୍କର କିଛି ବି ହୋଇଯାଇପାରେ। ତେଣୁ ତାଙ୍କୁ ସେଥିରୁ ଦୂରେଇ ଯିବାକୁ କହିଥିଲି। ଏହାପରେ ଆଦିତ୍ୟଙ୍କୁ ବହୁଥର ଫୋନ୍‌ କରିଥିଲେ ମଧ୍ୟ ସେ ଆଉ ଉଠାଇ ନ ଥିଲେ। ତେବେ ହଠାତ ଜାନୁୟାରୀ ୧୨ରେ ଆଦିତ୍ୟ ଫୋନ୍‌ ଉଠାଇ ଅନ୍ୟ ଜଣକ ସହ ତାଙ୍କର ପ୍ରେମ ସମ୍ପର୍କ ରହିଥିବା ଜଣାଇ ପରବର୍ତ୍ତୀ ସମୟରେ ପୂରା ଆଭଏଡ୍‌ କରିଥିଲେ। ତେବେ ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ ଚିନ୍ମୟୀ କହିଛନ୍ତି। କୌଣସି ତଦନ୍ତକାରୀ ସଂସ୍ଥା ତାଙ୍କ ସହ ଯୋଗାଯୋଗ କରି ନାହାନ୍ତି। କେବଳ ବିସ୍ମୟ ଦାଶ ନାମକ ବ୍ୟକ୍ତି ଫୋନ୍‌ କରି କ୍ରାଇମ୍‌ବ୍ରାଞ୍ଚରୁ କହୁଥିବା କହିଥିଲେ। କ୍ରାଇମ୍‌ବ୍ରାଞ୍ଚ ଚାହିଁଲେ ସେ ସବୁ ତଦନ୍ତରେ ସହଯୋଗ କରିବେ। ସତ କ’ଣ ସାମ୍ନାକୁ ଆସିବା ଦରକାର। ଆଦିତ୍ୟକୁ ନ୍ୟାୟ ମିଳିବା ଦରକାର। ଅତୀତକୁ ନେଇ ଅଧିକ ଘଣ୍ଟାଚକଟା କରା ନ ଯାଉ ବୋଲି ଚିନ୍ମୟୀ କହିଛନ୍ତି।
ଏପଟେ ଆଦିତ୍ୟଙ୍କ ବାପାଙ୍କ ପରେ ଗୁରୁବାର ମା’ ମଧ୍ୟ ଗଣମାଧ୍ୟମକୁ ସାଇକୋ ଲେଡି ପ୍ରସଙ୍ଗରେ କହିଛନ୍ତି। ସେହି ରହସ୍ୟମୟୀ ଯୁବତୀଜଣକ ଫୋନ୍‌ କରି ବାରମ୍ବାର ଆଦିତ୍ୟଙ୍କୁ ଧମକ ଦେଉଥିଲେ। ତାଙ୍କୁ ବାହା ନ ହେଲେ ସେ ମରିଯିବେ ବୋଲି କହୁଥିଲେ। ଏପରି କି ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟଙ୍କ ନିର୍ବନ୍ଧ ପରେ ଓ ବାହାଘରର ୧୨ଦିନ ପୂର୍ବରୁ ଧମକ ଆସିଥିଲା। ଠିକ୍‌ ସମୟରେ ଲୋକେ ଯାଇ ଉଚିତ ଜବାବ ଦେବେ ବୋଲି ଯୁବତୀ ଜଣକ କହିଥିଲେ। ଏପରି କି ଟିକ୍‌ଟକ୍‌ରେ ଭିଡିଓ କରି ଆଦିତ୍ୟଙ୍କୁ ଧମକ ଦେଉଥିଲେ। ଧମକର ଅଡିଓ ଓ ଭିଡିଓ କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଛି। ଦୋଷୀଙ୍କୁ ଫାଶୀ ଦିଆଯାଉ ବୋଲି ତାଙ୍କ ମା’କହିଛନ୍ତି।
ବିଦ୍ୟାଶ୍ରୀ କହିଛନ୍ତି, ଉକ୍ତ ଯୁବତୀଙ୍କର ସାଇକୋ ସମସ୍ୟା ପାଇଁ ଆଦିତ୍ୟଙ୍କ ସହ ତାଙ୍କ ସମ୍ପର୍କର ବ୍ରେକ୍‌ଅପ୍‌ ହୋଇଥିଲା। କଥା କଥାକେ ହାତ କାଟିଦେବି, ଗୋଡ଼ କାଟିଦେବି ବୋଲି କହୁଥିଲେ। ଆଦିତ୍ୟଙ୍କୁ ଫ୍ୟାନ୍‌ ଓ ଫଲୋୟରଙ୍କ ସହ ଦେଖିଲେ ସେ ସହିପାରୁ ନ ଥିଲେ। ଏନେଇ ଆଦିତ୍ୟ ତାଙ୍କୁ ଓ ପରିବାର ଲୋକଙ୍କୁ ସେହି ଯୁବତୀଙ୍କ କଥା କହିଥିଲେ ବୋଲି ବିଦ୍ୟାଶ୍ରୀ କହିଛନ୍ତି।

ତଦନ୍ତ ବାଟବଣା ପାଇଁ ପ୍ରଚ୍ଛଦପଟ ଉଦ୍ୟମ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି। ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ମଧ୍ୟ ଧୀରେ ଧୀରେ ଅଡୁଆ ସୂତାରେ ଛନ୍ଦି ହୋଇଯାଉଛି। କେହି ଜଣେ ପ୍ରଚ୍ଛଦପଟ୍ଟରେ ରହି ଗୋଟି ଚାଳନା କରୁଛି। ଗୋଟିକ ପରେ ଗୋଟିଏ ଇସ୍ୟୁ ସୃଷ୍ଟି କରି ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛି। ସେ ହିଁ ଆଦିତ୍ୟ ମୃତ୍ୟୁର ଅସଲ ଖଳନାୟକ ବୋଲି ଚର୍ଚ୍ଚା ହେଉଛି। କ୍ରାଇମବ୍ରାଞ୍ଚ ହତ୍ୟାର ପର୍ଦ୍ଦାଫାଶ କରି ହତ୍ୟାକାରୀଙ୍କୁ ଗିରଫ କରୁ ବୋଲି କେତେକ ସୋସିଆଲ ମିଡିଆରେ ଆଦିତ୍ୟଙ୍କ ସମର୍ଥକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri