ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍‌ସ୍ୟୁରାନ୍ସର ନୂଆ ପ୍ଳାନ୍‌ ‘ଆକ୍ଟିଭ୍‌ ୱାନ୍‌’

ଭୁବନେଶ୍ୱର,୧୨।୧: (ଅନୁରାଧା ମହାରଣା)- ଆଦିତ୍ୟ ବିର୍ଲା କ୍ୟାପିଟାଲର ଏକ ଅଂଶ ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏକ ନୂତନ ପ୍ଲାନ୍‌ ‘ଆକ୍ଟିଭ୍‌ ଓ୍ବାନ୍‌’ର ଶୁଭାରମ୍ଭ କରାଯାଇଛି। ଏହି ପ୍ଳାନ୍‌ ବୀମାଧାରୀଙ୍କ ସ୍ବାସ୍ଥ୍ୟ ବୀମା ଆବଶ୍ୟକତା ସହିତ ସେମାନଙ୍କୁ ସୁସ୍ଥ ରଖିବାରେ ସହାୟକ ହେବ। ଆକ୍ଟିଭ ଓ୍ବାନ୍‌ ପ୍ଲାନ୍‌ରେ ଶତପ୍ରତିଶତ ହେଲ୍‌ଥ ରିଟର୍ନ, କ୍ଲେମ୍‌ ପ୍ରୋଟେକ୍ଟ, ନୋ ସବ୍‌-ଲିମିଟସ୍‌, ସୁପର ରିଲୋଡ୍‌ ଏବଂ ସୁପର କ୍ରେଡିଟ୍‌ ଭଳି ସୁବିଧା ରହିଛି। କମ୍ପାନୀ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଚାଲିଥିବା ବୀମାପ୍ଲାନଗୁଡ଼ିକ ମଧ୍ୟରେ ଆକ୍ଟିଭ ଓ୍ବାନ୍‌ ସବୁଠାରୁ ଉକତ୍ୃଷ୍ଟ ପ୍ଲାନ୍‌ ଏବଂ ଏହା ସର୍ବାଧିକ ଗ୍ରାହକଙ୍କୁ ଏଥିରେ ଯୋଡ଼ିବାର ଲକ୍ଷ୍ୟ ରଖିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ପ୍ଲାନ୍‌ ଗ୍ରାହକଙ୍କ ସ୍ବାସ୍ଥ୍ୟ ବୀମା ଆବଶ୍ୟକତା ପୂରଣ କରିବା ସହ ଗ୍ରାହକଙ୍କ ସୁସ୍ଥ ରଖିବା ଦିଗରେ କାର୍ଯ୍ୟ କରିବ। ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଆଦିତ୍ୟ ବିର୍ଲା ହେଲ୍‌ଥ୍‌ ଇନ୍‌ସ୍ୟୁରାନ୍ସର ସିଇଓ ମୟଙ୍କ ବାଥ୍‌ୱାଲ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି। ଗ୍ରାହକ, ପରାମର୍ଶଦାତା, ବିତରକମାନଙ୍କ ଚାହିଦା ଓ ପରାମର୍ଶକୁ ଦୃଷ୍ଟିରେ ରଖି ‘ଆକ୍ଟିଭ୍‌ ୱାନ୍‌’ର ପରିକଳ୍ପନା କରାଯାଇପାରିଛି। ଏହି ବୀମା ପ୍ରତ୍ୟେକ ଉପଭୋକ୍ତାଙ୍କ ଆବଶ୍ୟକତାକୁ ପୂରଣ କରିବ ବୋଲି ଆଶା ରଖିଥିବା ବାଥ୍‌ଓ୍ବାଲ୍‌ କହିଛନ୍ତି। ସେମାନଙ୍କର ବିଭିନ୍ନ ସ୍ବାସ୍ଥ୍ୟ କିମ୍ବା ଜୀବନ ସ୍ତରରେ ଏବଂ ଦୀର୍ଘକାଳୀନ ରୋଗ ସହିତ ସଂଘର୍ଷ କରିବାର ପର୍ଯ୍ୟାୟରେ ଏହା ସେମାନଙ୍କ ସହ ରହିବ। ଏହି ପଲିସିର ଆଉ ଏକ ବୈଶିଷ୍ଟ୍ୟ ହେଉଛି ଗୋଟିଏ ପଲିସିରେ ଏହା ୭ ପ୍ରକାର ଭାରିଆଣ୍ଟ ପ୍ରଦାନ କରୁଛି।

ପଲିସିଧାରୀମାନଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଏବଂ ସାମଗ୍ରିକ କଲ୍ୟାଣ ଦିଗରେ ପ୍ରୋସତ୍ାହିତ କରିବା କମ୍ପାନୀର ଲକ୍ଷ୍ୟ ବୋଲି ସେ କହିଛନ୍ତି। ସୂଚନା ଥାଉ କି, ଆକ୍ଟିଭ୍‌ ୱାନ୍‌ ଏହାର ବ୍ୟାପକ ବିଲ୍ଟ-ଇନ୍‌ ବୈଶିଷ୍ଟ୍ୟ ପାଇଁ ପରିଚିତ ଯେଉଁଥିରେ ରୋଗୀ ଡାକ୍ତରଖାନାରେ ଭର୍ତ୍ତିହେବା ଏବଂ ଡାକ୍ତରଖାନାରେ ଭର୍ତ୍ତିହେବା ପୂର୍ବରୁ ଏବଂ ପରବର୍ତ୍ତୀ ଖର୍ଚ୍ଚ ୯୦ ଏବଂ ୧୮୦ ଦିନ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ପ୍ରଥମ ଥର ପାଇଁ ଆଦିତ୍ୟ ବିର୍ଲା ହେଲ୍‌ଥ ଏହି ପଲିସି ଅଧୀନରେ ଲିଭ୍‌-ଇନ୍‌ ପାର୍ଟନରଙ୍କୁ ସୁରକ୍ଷା ପ୍ରଦାନ କରିବ। ଉଭୟ ସମାନ କିମ୍ବା ବିପରୀତ ଲିଙ୍ଗ ଲିଭ-ଇନ୍‌ ପାର୍ଟନର ଏହି ସୁବିଧା ପାଇପାରିବେ। ଏହା ବ୍ୟତୀତ ପଲିସିରେ କ୍ରୋନିକ୍‌ କେୟାର କଭର ରହିଛି । ଏହା ଶ୍ୱାସରୋଗ, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟରଲ, ମଧୁମେହ, ଦୀର୍ଘସ୍ଥାୟୀ ଅବ୍‌ଷ୍ଟ୍ରକ୍ଟିଭ୍‌ ପଲମୋନାରି ରୋଗ, ମୋଟାପଣ ଏବଂ କୋରୋନାରି ଆର୍ଟେରି ଡିଜିଜ୍‌ (ପିଟିସିଏ) ଭଳି ସାତଟି କ୍ରନିକ ରୋଗରେ ପୀଡ଼ିତଙ୍କୁ ଜିରୋ ଓ୍ବେଟିଂ ପିରିୟଡରେ ଅର୍ଥାତ୍‌ ପ୍ରଥମ ଦିନ କଭର ପ୍ରଦାନ କରୁଛି। ଏହି ପ୍ରବେଶର କୌଣସି ସର୍ବୋଚ୍ଚ ବୟସ ସୀମା ନାହିଁ। ଆକ୍ଟିଭ୍‌ ୱାନ୍‌ରେ ଡ୍ୟୁରେବଲ୍‌ ଉପକରଣ, ଦ୍ୱିତୀୟ ଡାକ୍ତରୀ ପରାମର୍ଶ, ଦୁର୍ଘଟଣା, ଜଟିଳ ଅସୁସ୍ଥତା ଏବଂ କ୍ୟାନ୍‌ସର ବୁଷ୍ଟର ଭଳି ବିକଳ୍ପ ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଟଙ୍କା ଖୁସି କିଣି ପାରିବ ନାହିଁ…’ କୋଟି କୋଟି ଆୟ ପରେ ଏଲୋନ ମସ୍କ ଏକ ଆଶ୍ଚର୍ଯ୍ୟଜନକ ପୋଷ୍ଟ

ନୂଆଦିଲ୍ଲୀ,୬।୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ବର୍ତ୍ତମାନ ଏକ ନୂଆ ଇତିହାସ ରଚିଛନ୍ତି। ସେ ଦୁନିଆର ପ୍ରଥମ ବ୍ୟକ୍ତି ଭାବେ ୮୦୦ ବିଲିୟନ ଡଲାର…

ବଦଳିଲା ଜମି-ଘର କିଣିବା ନିୟମ, ଏହି କାଗଜ ନ ଥିଲେ କରିପାରିବେନି ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୬।୨: ଯଦି ଆପଣ ଉତ୍ତର ପ୍ରଦେଶରେ ରହୁଛନ୍ତି ଏବଂ ଜମି କିଣିବା ବିଷୟରେ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କୁ ଉତ୍ତର ପ୍ରଦେଶର ଏହି ଗୁରୁତ୍ୱପୂର୍ଣ୍ଣ ନିୟମଗୁଡ଼ିକ ବିଷୟରେ…

ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା RBI: ସୁଧ ହାରରେ ମିଳିଲାନି ଆଶ୍ୱସ୍ତି

ମୁମ୍ବାଇ,୬।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଚଳିତ ଆର୍ଥିକ ବର୍ଷର ଶେଷ ମୁଦ୍ରାନୀତି ଘୋଷଣା କରିଛି। ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁଧ…

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

Baba Venga: ଡରାଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୬ରେ ବଢିବ ନା ଶସ୍ତା ହେବ ସୁନା?

ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା, ଚଳିତ ବର୍ଷ ପାଇଁ ଅନେକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ବିଶ୍ୱ ଏକ ଗମ୍ଭୀର ଆର୍ଥିକ…

ହୋଲି-ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର; ଜାଣନ୍ତୁ ଆପଣଙ୍କୁ କିପରି ମିଳିବ ଲାଭ…

ନୂଆଦିଲ୍ଲୀ,୫।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦିଲ୍ଲୀର ରେଖା ଗୁପ୍ତା ସରକାର ନିଜର ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରି…

UPI New Rules: ବଦଳିଲା UPI ଟ୍ରାଞ୍ଜାକ୍ସନ ପଦ୍ଧତି, ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୫।୨: ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପନିପରିବା କିଣିବା ଠାରୁ ଆରମ୍ଭ କରି ଅନଲାଇନ ସପିଂ, ବିଦ୍ୟୁତ୍‌ ବିଲ…

ଏବେ ବି ଆପଣଙ୍କ ପାଖରେ ଅଛି କି ୨୦୦୦ ଟଙ୍କିଆ ନୋଟ: ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ ଅଛି, ତେବେ ଭବିଷ୍ୟତରେ ଏହାକୁ ବ୍ୟବହାର କରିବା କଷ୍ଟକର ହୋଇଯିବ। ନଭେମ୍ବର ୨୦୧୬ରେ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri