ମଧ୍ୟାହ୍ନଭୋଜନ ମାନ ଯାଞ୍ଚ କଲେ ଏଡିଇଓ

ବରଗଡ଼ ଅଫିସ,୧୫ା୧୦: ବରଗଡ଼ ପୌର ପରିଷଦ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶନିବାର ଅତିରିକ୍ତ ଜିଲା ଶିକ୍ଷାଧିକାରୀ(ଏଡିଇଓ) ଜ୍ୟୋତିକାନ୍ତ ସାହୁ ଛାତ୍ରୀଙ୍କ ଗହଣରେ ମଧ୍ୟାହ୍ନଭୋଜନ ଖାଇ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିଥିଲେ। ସ୍ଥାନୀୟ କାଉନସିଲର ସାରଳା ବଗର୍ତ୍ତି, ପ୍ରଧାନଶିକ୍ଷୟିତ୍ରୀ ରେଣୁଦାସ ଶର୍ମା ମଧ୍ୟ ଉପସ୍ଥିତ ରହି ଛାତ୍ରୀମାନଙ୍କ ସହିତ ବସି ମଧ୍ୟାହ୍ନଭୋଜନ ଖାଇ ମାନ ଯାଞ୍ଚ କରିଥିଲେ। ଏହି ଅବସରରେ ଏଡିଇଓ ସାହୁ ତଥା କାଉନସିଲର ବିଦ୍ୟାଳୟରେ ଚାଲିଥିବା ମଧ୍ୟାହ୍ନଭୋଜନ ସୁପରିଚାଳନା ସମ୍ବନ୍ଧରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରି ବୁଝିଥିଲେ। ଏଥିସହିତ ଛାତ୍ରୀମାନେ ଭୋଜନ କରୁଥିବା ଭୋଜନସ୍ଥଳ ଓ ରୋଷେଇଘର ପରିଦର୍ଶନ କରିଥିଲେ। ପରିବେଶକୁ ଆହୁରି ସ୍ବଚ୍ଛ ରଖିବା ପାଇଁ ପାଚିକା ଓ ସହାୟିକାମାନଙ୍କୁ ପରାମର୍ଶ ଦେଇଥିଲେ। ଖାଇବା ପୂର୍ବରୁ ଛାତ୍ରୀମାନେ ଯେପରି ନିୟମିତ ହାତ ଧୋଇବେ ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ମଧ୍ୟାହ୍ନଭୋଜନ ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀଙ୍କୁ ଏଡିଇଓ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଯୋଗାସନ ପ୍ରତିଯୋଗୀତା ପାଇଁ ୭ ମନୋନୀତ

ଦିଗପହଣ୍ଡି,୧୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ୨ ଦିନିଆ ରାଜ୍ୟସ୍ତରୀୟ ବାଳିକା ଯୋଗାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

ଭୁବନେଶ୍ୱର,୧୨।୧୨: କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର MGNREGA ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya...

ରାହୁଲଙ୍କ ବୈଠକରେ ଥରୁର ଅନୁପସ୍ଥିତ: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଲୋକ ସଭା ଏମ୍‌ପି ବୈଠକରେ ଯୋଗ ଦେଇ ନ ଥିଲେ।...

ଚାଲାଣ ହେଉଥିଲା କଫ୍‌ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୧୨ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହା...

ଭାରତ ବିରୋଧରେ ପାକିସ୍ତାନର ନୂଆ ଚାଲ, ସହଯୋଗ କରୁଛି ଚାଇନା!

ନୂଆଦିଲ୍ଲୀ,୧୨।୧୨: ଦକ୍ଷିଣ ଏସିଆର ସର୍ବପୁରାତନ ଆଞ୍ଚଳିକ ସଂଗଠନ ସାର୍କ ସମ୍ପର୍କରେ ପାକିସ୍ତାନ ପୁଣି ଥରେ ଭାରତ ବିରୁଦ୍ଧରେ ଏକ ବିଷାକ୍ତ ବିବୃତ୍ତି ଆରମ୍ଭ କରିଛି। ପାକିସ୍ତାନର...

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା: କୃଷକ ହେବେ….

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri