ଭୁବନେଶ୍ୱର,୬।୧,(ଅନୁରାଧା ମହାରଣା): ଖୁବ୍ ଶୀଘ୍ର ଦେଶରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଦେୟ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରାଯାଇପାରେ। ଯଦିଓ ସମସ୍ତଙ୍କୁ ଏହି ଫି ଦେବାକୁ ପଡିବ ନାହିଁ ମାତ୍ର ନିର୍ଦ୍ଦିଷ୍ଟ କିଛି କ୍ଷେତ୍ରରେ ଉକ୍ତ ଫି ଲାଗୁ କରିବାକୁ ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ଯୋଜନା କରୁଛି। ଏନ୍ପିସିଆଇ ମୁଖ୍ୟ ଦିଲୀପ ଆସବେ କହିଛନ୍ତି , ଆସନ୍ତା ୩ ବର୍ଷ ମଧ୍ୟରେ ବୃହତ୍ ବ୍ୟବସାୟୀଙ୍କୁ ୟୁପିଆଇ ଭିତ୍ତିକ ଦେୟ ପାଇଁ ଯୁକ୍ତିଯୁକ୍ତ ଶୁଳ୍କ ଦେବାକୁ ପଡିବ। ଏନ୍ପିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏବଂ ପରିଚାଳନା ନିର୍ଦ୍ଦେଶକ ଏକ କାର୍ଯ୍ୟକ୍ରମରେ କହିଛନ୍ତି , ବର୍ତ୍ତମାନ ନଗଦ ଅର୍ଥ ପାଇଁ ଏକ ବ୍ୟାବହାରିକ ଦେୟ ବିକଳ୍ପ ଯୋଗାଇବା ଏବଂ ୟୁପିଆଇର ଗ୍ରହଣୀୟତା ବୃଦ୍ଧି ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି। ତେବେ ଭବିଷ୍ୟତରେ ଅଧିକ ଲୋକଙ୍କୁ ପରିବେଶ ସହ ଯୋଡିହେବା ଏବଂ ‘କ୍ୟାଶ୍ବ୍ୟାକ୍’ ଭଳି ପ୍ରୋତ୍ସାହନ ପାଇଁ ଅଧିକ ଅର୍ଥ ଆବଶ୍ୟକ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି , ଏହି ସିଷ୍ଟମ ସହ ଆଉ ୫୦ କୋଟି ଲୋକଙ୍କୁ ସଂଯୋଗ କରିବାର ଆବଶ୍ୟକତା ରହିଛି। ବମ୍ବେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୋସାଇଟି କାର୍ଯ୍ୟକ୍ରମରେ ଏନ୍ପିସି ମୁଖ୍ୟ କହିଛନ୍ତି , ଦୀର୍ଘକାଳୀନ ଦୃଷ୍ଟିକୋଣରୁ ଏକ ଯୁକ୍ତିଯୁକ୍ତ ଶୁଳ୍କ ଲାଗୁ କରାଯିବ। ଏହି ଦେୟ ଛୋଟ ବ୍ୟବସାୟୀଙ୍କଠାରୁ ନୁହେଁ ବରଂ ବଡ ବ୍ୟବସାୟୀଙ୍କଠାରୁ ଆଦାୟ କରାଯିବ। ଅନ୍ୟପଟେ ୟୁପିଆଇ ଉପରେ ଦେୟ ଏକ ବିବାଦୀୟ ପ୍ରସଙ୍ଗ ହୋଇଛି। ଏଭଳି ଚାର୍ଜ ଲାଗୁ ନ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି। ଡିଜିଟାଲାଇଜେଶନ ଲକ୍ଷ୍ୟ ଅନୁଯାୟୀ ଏହା ଆଗକୁ ବଢ଼ିବାରେ ସାହାଯ୍ୟ କରିଛି। ଏହା ସହ ଆସିବେ ସାଇବର ସୁରକ୍ଷା ଏବଂ ସୂଚନା ସୁରକ୍ଷା ପାଇଁ ବ୍ୟୟକୁ ବର୍ତ୍ତମାନର ୧୦ ପ୍ରତିଶତର ୨୫ ପ୍ରତିଶତକୁ ବ୍ୟାଙ୍କର ଆଇଟି (ସୂଚନା ପ୍ରଯୁକ୍ତିବିଦ୍ୟା) ବଜେଟରେ ବୃଦ୍ଧି କରିବା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।
ଓଲଟିଲା ପିଡିଏସ୍ ଚାଉଳ ବୋଝେଇ ଟ୍ରକ୍
ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍ ପିଡିଏସ୍ ଚାଉଳ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ...
ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି
ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...
ଏଇ ଭାରତରେ
ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...
ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍ସ୍କି
ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...
କଚ୍ଛପ ଗତି
କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...
ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି
ଡେରାଡୁନ୍,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍ଲାଇନ ମୋଡ୍ରେ ପାଠପଢ଼ା...
ପୁଟିନ୍ଙ୍କ ଭାରତ ଗସ୍ତ ଅନ୍ତରାଳେ
ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋର ଅସନ୍ତୁଷ୍ଟ। ଏଭଳି ଏକ...
ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି
ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...
Archives


