ବେସିକ୍‌ କଷ୍ଟମ୍‌ ଡ୍ୟୁଟିର ଦୀର୍ଘକାଳୀନ ଛାଡ଼ ପ୍ରସ୍ତାବ

ନୂଆଦିଲ୍ଲୀ,୬।୧: ଭାରତର ସର୍ବବୃହତ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ୨୦୨୪-୨୫ ବଜେଟ ପୂର୍ବରୁ କଞ୍ଚାମାଲର ପ୍ରବେଶ ସୁନିଶ୍ଚିତ କରିବା ପାଇଁ ଶୁଦ୍ଧ ନିକେଲ ବ୍ୟତୀତ ଷ୍ଟେନ୍‌ଲେସ ଷ୍ଟିଲ୍‌ ସ୍କ୍ରାପ୍‌ ଏବଂ ଷ୍ଟିଲ୍‌ ସ୍କ୍ରାପ୍‌ ଉପରେ ଜିରୋ କଷ୍ଟମ ଡ୍ୟୁଟି ଜାରି କରିବାକୁ ଜେଏସ୍‌ଏଲ୍‌ ପ୍ରସ୍ତାବ ଦେଇଛି।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଚଳିତ ଆର୍ଥିକ ବର୍ଷ (୨୦୨୪-୨୫)ର କେନ୍ଦ୍ର ବଜେଟକୁ ଆଖି ଆଗରେ ରଖି ଆମେ ଇସ୍ପାତ ମନ୍ତ୍ରଣାଳୟକୁ ଉକ୍ତ ପ୍ରସ୍ତାବ ପଠାଇବା ସହ ମନ୍ତ୍ରଣାଳୟର ନିରନ୍ତର ସହାୟତା ପାଇଁ ଅନୁରୋଧ କରୁଛୁ। ବିଶେଷକରି ଫେରୋ ନିକେଲ୍‌ ଏବଂ ଫେରୋ ମଲିବଡେନମ୍‌ ଉପରେ ବେସିକ୍‌ କଷ୍ଟମ ଡ୍ୟୁଟିର ଦୀର୍ଘକାଳୀନ ରିହାତି ମିଳିଲେ ଶିଳ୍ପ ସଂସ୍ଥାନଗୁଡ଼ିକୁ ଏହି ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ସୁଲଭ ମୂଲ୍ୟରେ ମିଳିବା ସୁନିଶ୍ଚିତ କରିହେବ। ଏହା ବ୍ୟତୀତ ଆମେ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ସ୍କ୍ରାପ ଓ ଷ୍ଟିଲ୍‌ ସ୍କ୍ରାପ୍‌ ଉପରେ ବର୍ତ୍ତମାନ ଚାଲୁଥିବା ଜିରୋ କଷ୍ଟମ ଡ୍ୟୁଟିକୁ ଜାରି ରଖିବାକୁ ସୁପାରିସ କରିବୁ। ଦେଶରୁ କ୍ରୋମ ପଥର ରପ୍ତାନି ଉପରେ ୩୦% ରପ୍ତାନି ଶୁଳ୍କ ଜାରି କରିବାକୁ ଆମେ ମନ୍ତ୍ରଣାଳୟ ଅନୁରୋଧ କରୁଛୁ। ଚାଇନା ଦ୍ୱାରା ହେଉଥିବା ଡମ୍ପିଂ ଏବଂ ଚାଲୁ ମାଲ୍‌ ଆମଦାନୀ ବିଶେଷକରି ୨୦୦ ଗ୍ରେଡ୍‌ ସିରିଜ ଏକ ଜଣାଶୁଣା ଚ୍ୟାଲେଞ୍ଜ ହୋଇଥିବାବେଳେ ଏହାର ସମାଧାନ ପାଇଁ ଆମେ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପାଇଁ ସ୍ଥିର ଶୁଳ୍କ ମୂଲ୍ୟ ପ୍ରତିଷ୍ଠା ଏବଂ କମ୍‌ ଡ୍ୟୁଟି ନିୟମ ବିଲୋପ କରିବା ଏବଂ ସବ୍‌ସିଡି ମାର୍ଜିନ ଡମ୍ପିଂ ମାର୍ଜିନ ଉପରେ ଆଧାରକରି ଡ୍ୟୁଟି ଲାଗୁ କରିବା ପାଇଁ ବାଣିଜ୍ୟ ପ୍ରତିକାର ଆଇନର ସଂଶୋଧନ ପାଇଁ ପ୍ରସ୍ତାବ ଦେଉଛୁ। ଉକ୍ତ ପ୍ରସ୍ତାବଗୁଡିକ ଭାରତୀୟ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଶିଳ୍ପକୁ ସ୍ଥିର ଓ ସଶକ୍ତ କରିବା ଉଦ୍ଦେଶ୍ୟରେ ଅଣାଯାଇଛି, ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ହାସଲ କରିବାରେ ସହଯୋଗୀ ହେବ। ସେହିଭଳି ଜିନ୍ଦଲ ଷ୍ଟେନ୍‌ଲେସ୍‌ ନିଶ୍ଚିତ ଯେ ଏହି ପ୍ରସ୍ତାବଗୁଡ଼ିକ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଶିଳ୍ପକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ଏବଂ ଅକ୍ଷୟ ଶକ୍ତି ପଦକ୍ଷେପ ମାଧ୍ୟମରେ କମ୍ପାନୀ ବାର୍ଷିକ ୧.୯ ବିଲିୟନ ୟୁନିଟ୍‌ ସ୍ବଚ୍ଛ ଶକ୍ତି ଉତ୍ପାଦନ କରିବାକୁ ଯୋଜନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?