ଭୁବନେଶ୍ୱର,୬।୧,(ଅନୁରାଧା ମହାରଣା): ଖୁବ୍ ଶୀଘ୍ର ଦେଶରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଦେୟ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରାଯାଇପାରେ। ଯଦିଓ ସମସ୍ତଙ୍କୁ ଏହି ଫି ଦେବାକୁ ପଡିବ ନାହିଁ ମାତ୍ର ନିର୍ଦ୍ଦିଷ୍ଟ କିଛି କ୍ଷେତ୍ରରେ ଉକ୍ତ ଫି ଲାଗୁ କରିବାକୁ ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ଯୋଜନା କରୁଛି। ଏନ୍ପିସିଆଇ ମୁଖ୍ୟ ଦିଲୀପ ଆସବେ କହିଛନ୍ତି , ଆସନ୍ତା ୩ ବର୍ଷ ମଧ୍ୟରେ ବୃହତ୍ ବ୍ୟବସାୟୀଙ୍କୁ ୟୁପିଆଇ ଭିତ୍ତିକ ଦେୟ ପାଇଁ ଯୁକ୍ତିଯୁକ୍ତ ଶୁଳ୍କ ଦେବାକୁ ପଡିବ। ଏନ୍ପିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏବଂ ପରିଚାଳନା ନିର୍ଦ୍ଦେଶକ ଏକ କାର୍ଯ୍ୟକ୍ରମରେ କହିଛନ୍ତି , ବର୍ତ୍ତମାନ ନଗଦ ଅର୍ଥ ପାଇଁ ଏକ ବ୍ୟାବହାରିକ ଦେୟ ବିକଳ୍ପ ଯୋଗାଇବା ଏବଂ ୟୁପିଆଇର ଗ୍ରହଣୀୟତା ବୃଦ୍ଧି ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି। ତେବେ ଭବିଷ୍ୟତରେ ଅଧିକ ଲୋକଙ୍କୁ ପରିବେଶ ସହ ଯୋଡିହେବା ଏବଂ ‘କ୍ୟାଶ୍ବ୍ୟାକ୍’ ଭଳି ପ୍ରୋତ୍ସାହନ ପାଇଁ ଅଧିକ ଅର୍ଥ ଆବଶ୍ୟକ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି , ଏହି ସିଷ୍ଟମ ସହ ଆଉ ୫୦ କୋଟି ଲୋକଙ୍କୁ ସଂଯୋଗ କରିବାର ଆବଶ୍ୟକତା ରହିଛି। ବମ୍ବେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୋସାଇଟି କାର୍ଯ୍ୟକ୍ରମରେ ଏନ୍ପିସି ମୁଖ୍ୟ କହିଛନ୍ତି , ଦୀର୍ଘକାଳୀନ ଦୃଷ୍ଟିକୋଣରୁ ଏକ ଯୁକ୍ତିଯୁକ୍ତ ଶୁଳ୍କ ଲାଗୁ କରାଯିବ। ଏହି ଦେୟ ଛୋଟ ବ୍ୟବସାୟୀଙ୍କଠାରୁ ନୁହେଁ ବରଂ ବଡ ବ୍ୟବସାୟୀଙ୍କଠାରୁ ଆଦାୟ କରାଯିବ। ଅନ୍ୟପଟେ ୟୁପିଆଇ ଉପରେ ଦେୟ ଏକ ବିବାଦୀୟ ପ୍ରସଙ୍ଗ ହୋଇଛି। ଏଭଳି ଚାର୍ଜ ଲାଗୁ ନ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି। ଡିଜିଟାଲାଇଜେଶନ ଲକ୍ଷ୍ୟ ଅନୁଯାୟୀ ଏହା ଆଗକୁ ବଢ଼ିବାରେ ସାହାଯ୍ୟ କରିଛି। ଏହା ସହ ଆସିବେ ସାଇବର ସୁରକ୍ଷା ଏବଂ ସୂଚନା ସୁରକ୍ଷା ପାଇଁ ବ୍ୟୟକୁ ବର୍ତ୍ତମାନର ୧୦ ପ୍ରତିଶତର ୨୫ ପ୍ରତିଶତକୁ ବ୍ୟାଙ୍କର ଆଇଟି (ସୂଚନା ପ୍ରଯୁକ୍ତିବିଦ୍ୟା) ବଜେଟରେ ବୃଦ୍ଧି କରିବା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

