Posted inରାଜ୍ୟ

ସମର୍ଥନ ଯୋଗାଡ଼ କରୁଛନ୍ତି ଆର୍ମଡ ଡିସିପି: ସିପାହିଙ୍କ ସ୍ତ୍ରୀ

ଭୁବନେଶ୍ୱର, ୬ା୪(ବ୍ୟୁରୋ): ସିପାହୀଙ୍କୁ ଝିଅ ଯୋଗାଇବାକୁ ବାଧ୍ୟ କରୁଥିବା ଆର୍ମଡ ଡିସିପିଙ୍କ ବିରୋଧରେ ମଙ୍ଗଳବାର ପୁଣି ଏକ ଅଭିଯୋଗ ଆସିଛି। ଓଏସ୍‌ଏପି ଡିସିପି ବିଜୟ କୁମାର ସାହୁ ବାଟାଲିୟନ ସଂଘ କର୍ମକର୍ତ୍ତାଙ୍କ ଜରିଆରେ ଘର ଘର ବୁଲି ନିଜ ସପକ୍ଷରେ ସମର୍ଥନ ଯୋଗାଡ କରୁଥିବା ସିପାହୀଙ୍କ ସ୍ତ୍ରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ସେହିପରି ସିପାହୀଙ୍କ ବାବଦରେ ବିଜୟ ଦେଇଥିବା ମତକୁ ମଧ୍ୟ ଖଣ୍ଡନ କରିଛନ୍ତି। ଡିସିପି ନିଜେ କଟକ, ଭୁବନେଶ୍ୱରରେ ୧୦ବର୍ଷ ରହିଥିବାବେଳେ ସିପାହୀ ୩ବର୍ଷରୁ ଊର୍ଦ୍ଧ୍ୱ ଚାକିରି କଲେ କ’ଣ ଅସୁବିଧା ବୋଲି ସିପାହୀଙ୍କ ସ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ, ଏହି ଘଟଣାରେ ପୋଲିସ ୩ ଜଣଙ୍କ ବୟାନ ରେକର୍ଡ କରିଛି।
ସୂଚନାଯୋଗ୍ୟ, ନୀହାର ନାୟକ ସପ୍ତମ ବାଟାଲିଅନର ଫ୍ୟାମିଲି ୱେଲ୍‌ଫେୟାର ସେଣ୍ଟରରେ ଟେଲରିଂ ସିପାହୀ ଭାବେ କାର୍ଯ୍ୟ କରନ୍ତି। ସେ ସେଠାରେ ମହିଳାଙ୍କୁ ଟେଲରିଂ ଶିଖାନ୍ତି। ପୋଲିସ କର୍ମଚାରୀଙ୍କ ଝିଅ, ସ୍ତ୍ରୀ ଓ ଭଉଣୀମାନେ ସେଠାକୁ ହସ୍ତଶିଳ୍ପ ଓ ଟେଲରିଂ ଶିଖିବାକୁ ଆସନ୍ତି। ନୀହାରଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଡିସିପି ବିଜୟ ଉକ୍ତ ୱେଲ୍‌ଫେୟାର ସେଣ୍ଟରକୁ ଶିଖିବାକୁ ଆସୁଥିବା ଝିଅ ବୋହୂଙ୍କୁ ତାଙ୍କ ପାଖକୁ ପଠାଇବାକୁ ସ୍ବାମୀଙ୍କୁ ବାଧ୍ୟ କରୁଥିଲେ। ଝିଅ ନ ଯୋଗାଇଲେ ଅନ୍ୟତ୍ର ବଦଳି ସହ ଚାକିରିରୁ ବାହାର କରିଦେବାକୁ ଧମକ ଦେଉଥିଲେ। ଶେଷରେ ସୋମବାର ନୀହାର ଅତ୍ୟଧିକ ମାନସିକ ଚାପରେ ପଡ଼ି ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଓଏସ୍‌ଏପି ସିପାହୀ ନୀହାରଙ୍କ ସ୍ତ୍ରୀ ସୋମବାର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଡିସିପି ବିଜୟଙ୍କୁ ପଚାରିବାରୁ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri