ଶଟ୍‌ଡାଉନ୍‌ରେ ଯୋଡ଼ିହେଲା ଶୁକ୍ରବାର

ତାଳଚେର,୨୩ା୪(ନି.ପ୍ର.) ଅନୁଗୋଳ ଜିଲାରେ ଦୈନିକ କରୋନା ସଂକ୍ରମଣ ଏବେ ଦ୍ୱିଶତକ ମୁହାଁ । ଲଗାତର ୩ ଦିନ ଧରି ଜିଲାରୁ ଶତାଧିକ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ବିଶେଷକରି ତାଳଚେର ଓ ଅନୁଗୋଳ ପୌରାଞ୍ଚଳରେ ସଂକ୍ରମଣ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଏହାକୁ ନେଇ ଅନୁଗୋଳ ଓ ତାଳଚେର ପୌର ପ୍ରଶାସନର ଚିନ୍ତା ବଢ଼ିଯାଇଛି। କରୋନା ଚେନ୍‌ ଭାଙ୍ଗିବାକୁ ଉଭୟ ପୌରପାଳିକା ପକ୍ଷରୁ ଗୁରୁବାର ନୂଆ କଟକଣା ଲଗାଯାଇଛି। ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ସପ୍ତାହାନ୍ତ ଶଟ୍‌ଡାଉନ୍‌ ଆସନ୍ତା ଶନିବାର ଓ ରବିବାର ଲାଗୁ ହେବାକୁ ଥିବାବେଳେ ଅନୁଗୋଳ ଓ ତାଳଚେର ପୌରପାଳିକା ପକ୍ଷରୁ ଗୁରୁବାର ରାତି ୯ଟାରୁ ପୌରାଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେଣୁ ଶନିବାର ଓ ରବିବାର ପରି ଶୁକ୍ରବାର ମଧ୍ୟ ଅନୁଗୋଳ ଏବଂ ତାଳଚେର ସହର ବନ୍ଦ ରହିବ। କେବଳ ସରକାରୀ ଅଫିସ, ବ୍ୟାଙ୍କ, ମେଡିସିନ ଷ୍ଟୋର ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଗତ ୧୮ ତାରିଖରେ ଜିଲାରେ ୭୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେଥିରେ ତାଳଚେର ପୌରାଞ୍ଚଳର ୧୦ ଓ ବ୍ଲକର ୬ଜଣ ରହିଥିଲେ। ୧୯ ତାରିଖରେ ଜିଲାରୁ ୬୯ ପଜିଟିଭ୍‌ ବାହାରିଥିଲେ। କେବଳ ତାଳଚେର ପୌରାଞ୍ଚଳରୁ ୧୫ ଓ ବ୍ଲକରୁ ୧୫ ଜଣ ଚିହ୍ନଟ ହୋଇଥିଲେ। ୨୦ ତାରିଖରେ ଜିଲାରେ ପଜିଟିଭ୍‌ ସଂଖ୍ୟା ୧୦୬ ଥିବାବେଳେ ତାଳଚେର ପୌରାଞ୍ଚଳର ୧୦ ଓ ବ୍ଲକର ୨୦ ଜଣ ରହିଥିଲେ। ୨୧ ତାରିଖରେ ଜିଲାର ୧୩୮ ପଜିଟିଭ୍‌ଙ୍କ ମଧ୍ୟରୁ ତାଳଚେର ପୌରାଞ୍ଚଳରୁ ୨୪ ଓ ବ୍ଲକରୁ ୨୨ ଜଣ ସଂକ୍ରମିତ ଥିଲେ। ୨୨ ତାରିଖରେ ଜିଲାର ୧୫୦ କରୋନା ସଂକ୍ରମିତଙ୍କ ମଧ୍ୟରେ ତାଳଚେର ବ୍ଲକରୁ ୨୦ ଓ ପୌରାଞ୍ଚଳରୁ ୧୨ ଜଣ ରହିଛନ୍ତି। ସେହିପରି ଅନୁଗୋଳ ପୌରାଞ୍ଚଳରୁ ମଧ୍ୟ ଅଧିକ ସଂକ୍ରମିତ ବାହାରୁଛନ୍ତି। ତେଣୁ ଅନୁଗୋଳ ଓ ତାଳଚେର ପୌର ପ୍ରଶାସନ କଠୋର କଟକଣା ଲଗାଇବାକୁ ବାଧ୍ୟ ହୋଇଛି। ଆଗାମୀ ଦିନରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯେପରି ନ ଯାଏ, ସେଥିପାଇଁ ଗୁରୁବାର ରାତି ୯ଟାରୁ ୨୬ ତାରିଖ ସୋମବାର ଭୋର୍‌ ୫ଟା ଯାଏ ଦୁଇ ପୌରାଞ୍ଚଳର ସମସ୍ତ ଦୋକାନ ବଜାର, ହୋଟେଲ ବନ୍ଦ ରଖିବାକୁ ଚିଠି କରାଯାଇଛି। ଅନୁଗୋଳ ପୌର ପ୍ରଶାସନ ପକ୍ଷରୁ ଚିଠି ନଂ. ୧୭୦୩/ ୨୨ା୪ା୨୦୨୧, ତାଳଚେର ପୌର ପ୍ରଶାସନ ପକ୍ଷରୁ ଚିଠି ନଂ. ୧୫୭୬/ ୨୨ା୪ା୨୦୨୧ରେ ଏହି ଘୋଷଣା କରାଯାଇଛି। ଏହି ସମୟରେ କେବଳ ଅତ୍ୟାବଶ୍ୟକ ଔଷଧ ଦୋକାନ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଖୋଲା ରହିବ। ସେହିପରି ଚିଠି ନଂ. ୧୫୮୧/ ୨୨ା୪ା୨୦୨୧ରେ ତାଳଚେର ପୌରାଞ୍ଚଳ ୧୩ନଂ. ଓ୍ବାର୍ଡ ନବ ମିଶ୍ର କଲୋନିକୁ ଗୁରୁବାର ଅପରାହ୍ନ ୩ଟାଠାରୁ ୨୬ ତାରିଖ ସୋମବାର ଭୋର୍‌ ୫ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

 

ଅଧିକ ସଂକ୍ରମିତ ସ୍ଥାନ ବନ୍ଦ କରାଯାଇଛି
ଜିଲାକୁ ଶଟ୍‌ଡାଉନ୍‌ କରାଯାଇ ନାହିଁ। ଅଧିକ ସଂକ୍ରମଣ ସଂଖ୍ୟା ଦେଖି ଅନୁଗୋଳ ଓ ତାଳଚେର ପୌରାପଳିକା, କିଶୋରନଗର, ବଅଁରପାଳ ଓ ଗୋଡ଼ିବନ୍ଧ ଅଞ୍ଚଳର କିଛି କ୍ଲଷ୍ଟର ବନ୍ଦ କରାଯାଇଛି। ଏହି ୮୦ ଘଣ୍ଟା ସମୟ ମଧ୍ୟରେ ସାନିଟାଇଜ୍‌, ଟେଷ୍ଟ ସଂଖ୍ୟା ବଢ଼ାଯିବ। ଡୋର୍‌ ଟୁ ଡୋର୍‌ ସ୍କ୍ରିନ୍‌ଙ୍ଗ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ

ସରକାରୀ ଅଫିସ, ବ୍ୟାଙ୍କ ଖୋଲା
ଶଟ୍‌ଡାଉନ ଘୋଷଣା ନୁହେଁ, କେବଳ ଗୁରୁବାର ରାତି ୯ଟାରୁ ଦୋକାନ ବଜାର ବନ୍ଦ କରାଯାଇଛି। ଶୁକ୍ରବାର ସରକାରୀ ଅଫିସ, ବ୍ୟାଙ୍କ ଖୋଲା ରହିବ। ଗୁରୁବାର ତାଳଚେର ପୌରାଞ୍ଚଳରୁ ଚିହ୍ନଟ ହୋଇଥିବା ସମସ୍ତଙ୍କ ଅବସ୍ଥା ଗୁରୁତର। ଲୋକମାନେ କଟକଣା ମାନୁ ନାହାନ୍ତି। କର୍ଫ୍ୟୁ ଜାରି ପରେ ମଧ୍ୟ ବୁଲୁଛନ୍ତି।
-ରଜନୀକାନ୍ତ ସ୍ବାଇଁ, ଉପଜିଲାପାଳ, ତାଳଚେର

ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ଉଦ୍ୟମ
ପୌରାଞ୍ଚଳରେ ସଂକ୍ରମଣ ବଢିଚାଲିଛି। ନବ ମିଶ୍ର କଲୋନିରୁ ଅଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପ୍ରତିଦିନ ଏହି ଅଞ୍ଚଳରୁ ୨/୩ ଜଣ ସଂକ୍ରମିତ ବାହାରୁଛନ୍ତି। ତେଣୁ କଲୋନିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଶନିବାର ଓ ରବିବାର ଶଟ୍‌ଡାଉନ ଥିବାବେଳେ ଏଥିରେ କେବଳ ଶୁକ୍ରବାରକୁ ଯୋଡାଯାଇଛି।
-ରଶ୍ମିରେଖା ଅମାନ୍ତ, ନିର୍ବାହୀ ଅଧିକାରୀ, ପୌର ପରିଷଦ

ନିଷ୍ପତ୍ତିକୁ ସ୍ବାଗତ କରୁଛୁ
ପ୍ରଶାସନ ଭଲ ନିଷ୍ପତ୍ତି ନେଇଛି। ଏହାକୁ ଆମେ ସ୍ବାଗତ କରୁଛୁ। କିନ୍ତୁ ଦିନ ମଜୁରିଆ, ଖଟିଖିଆ ଓ ଯାଯାବରଙ୍କ କଥା ପ୍ରଶାସନ ବୁଝିବା ଦରକାର। ଅମାନିଆଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସ୍ଥିତି ସୁଧୁରିବ। ନଚେତ୍‌ ପୂର୍ବପରି ତାଳଚେରରେ ସଂକ୍ରମଣ ବଢ଼ିଚାଲିବ।
-ବାପି ମହାନ୍ତି, ସାମାଜିକ କର୍ମୀ, ତାଳଚେର

ସମସ୍ତେ ସମର୍ଥନ କରନ୍ତୁ
ପ୍ରଶାସନର ନିଷ୍ପତ୍ତି ଯୁକ୍ତିଯୁକ୍ତ। ଏହାକୁ ସମସ୍ତେ ସମର୍ଥନ କରିବା ଉଚିତ। ତଥାପି ବେପାର ବାଣିଜ୍ୟ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଉ ା ଦୋକାନ ବଜାର ବନ୍ଦ କରାଯିବା ଦ୍ୱାରା ବ୍ୟବସାୟୀଙ୍କ ପେଟରେ ଲାତ ମରାଯାଉଛି। ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାରକୁ କଡ଼ାକଡ଼ି କରାଯାଉ।
-ସୁଲେଖ ସେଠୀ, ତାଳଚେରବାସୀ

ବ୍ୟବସାୟ ବନ୍ଦ କରା ନ ଯାଉ
ଗତବର୍ଷର ଲକ୍‌ଡାଉନ୍‌ ବ୍ୟବସାୟୀଙ୍କ ଅଣ୍ଟା ଭାଙ୍ଗିଦେଇଥିଲା। ବେପାର ଟିକିଏ ସଳଖ ହେଉଥିବାବେଳେ ଏବେ ପୁଣି କରୋନା ବଢ଼ିବା ଯୋଗୁ ଶଟ୍‌ଡାଉନ୍‌ ଫେରିଛି। ମାସ୍କ ବ୍ୟବହାର, ସାମାଜିକ ଦୂରତ୍ୱ ନିୟମ ମାନୁଛୁ। ପ୍ରଶାସନ କଠୋର ହେଲେ ମଧ୍ୟ ସବୁ ଦୋକାନ ବନ୍ଦ କରା ନ ଯାଉ।
-ସଞ୍ଜୀବ ସାହୁ, ବ୍ୟବସାୟୀ, ତାଳଚେର

କଟକଣା କଡ଼ାକଡ଼ି କରାଯାଉ
ନାଇଟ୍‌ କର୍ଫ୍ୟୁ ଜାରି ରହିଛି। ସରକାରଙ୍କ ପକ୍ଷରୁ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ପଜିଟିଭ୍‌ ସଂଖ୍ୟା ବଢି ଚାଲିଥିବାରୁ ତାହାକୁ ପ୍ରତିହତ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର ନିୟମ ପାଳନକୁ କଡ଼ାକଡ଼ି କରାଯାଉ।
-ଜ୍ଞାନରଞ୍ଜନ ପାଣି, ଆଇନଜୀବୀ, ତାଳଚେର


Enter your email to get our daily news in your inbox.

All Right Reserved By Dharitri.Com

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

ଦେଶବାସୀଙ୍କ ପାଇଁ ଖୁସିଖବର: ଯୁଦ୍ଧ ମଧ୍ୟରେ ଏହି ୫ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୨୫।୩: ପଶ୍ଚିମ ଏସିଆରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ସରକାର ଦେଶର ଅର୍ଥନୀତି ଏବଂ ସାଧାରଣ ଜନତାଙ୍କୁ ଏହାର ପ୍ରତିକୂଳ…

‘ଯୁଦ୍ଧ ମଧ୍ୟରେ ଆମେରିକାକୁ ମୂଲ୍ୟବାନ ଉପହାର ପଠାଇଲା ଇରାନ’, ଟ୍ରମ୍ପଙ୍କ ବଡ଼ ସୂଚନା, ସାରା ବିଶ୍ୱ ଚକିତ

ଓ୍ବାଶିଂଟନ୍‌,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦାବି କରିଛନ୍ତି ଯାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଟ୍ରମ୍ପ କହିଛନ୍ତି ଯେ…

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ,୨୫।୩(କୁମାରଶ୍ରୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ…

ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ଶେଷ କରିବାକୁ ଅଣ୍ଟା ଭିଡ଼ିଲା ପାକିସ୍ତାନ, କିଏ କିଏ ବୈଠକରେ ଯୋଗଦେବେ, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ପାକିସ୍ତାନରେ…

ଡ୍ରଗ୍ସ ବେପାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ, ଘରୁ ମିଳିଲା… ଦେଖିକି ପୋଲିସ ତାଜୁବ

ଉଦଳା,୨୫।୩(ସନ୍ତୋଷ ବାଞ୍ଛିନୀ): ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଘରୁ ମିଳିଲା ବିଡା ବିଡା ଟଙ୍କା ଆଉ ଚୋରା ବିଦେଶୀ ମଦ। ଡ୍ରଗ୍ସ ବେପାର ସନ୍ଦେହରେ ପୋଲିସ…

ନଈକେରା ବାଲିଘାଟ ଟେଣ୍ଡର ନ କରିବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ

କୋରାପୁଟ,୨୪ା୩(ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସଙ୍ଗଗୁଡ଼ା ପଞ୍ଚାୟତ ନଇକେରା ନଦୀଘାଟରୁ ବାଲି ଉଠାଣ ପାଇଁ ଖଣି ବିଭାଗ ପକ୍ଷରୁ ଟେଣ୍ଡର ନ କରିବାକୁ ଗ୍ରାମବାସୀ…

ଫସିଗଲେ ଟ୍ରମ୍ପ, ଆହୁରି ଲମ୍ବିପାରେ ଯୁଦ୍ଧ, ଭୟଙ୍କର ଚେତାବନୀ ଦେଲେ ବିଶେଷଜ୍ଞ, କହିଲେ…

ଓ୍ବାଶିଂଟନ୍‌,୨୫।୩: ଚିକାଗୋ ବିଶ୍ୱବିଦ୍ୟାଳୟର ପ୍ରଫେସର ରବର୍ଟ ପେପ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଏକ ଫାଶରେ ଫସି ଯାଇଛନ୍ତି। ତାଙ୍କ କହିବା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri