ଜଟିଳ ସ୍ଥିତିରେ ଜୀବିକା

ଭୁବନ, ୨୩।୪(ଡି.ଏନ୍‌.ଏ.) ବଦଳିଯାଉଛି ମଣିଷର ଜୀବନଶୈଳୀ। ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ଆଗକୁ ବଢୁଛି ଜୀବନ। ଏସବୁ ଭିତରେ ପଛରେ ପଡ଼ିଯାଉଛି ପାରମ୍ପରିକ ହସ୍ତଶିଳ୍ପ। ଆବଶ୍ୟକତା କମିଯିବା ଏବଂ ସାମଗ୍ରୀର ବିକଳ୍ପ ମିଳିଯିବା ପରେ ଏଭଳି ବୃତ୍ତି ମହତ୍ତ୍ୱ ହରାଇବାରେ ଲାଗିଛି। ପିଢ଼ି ପରେ ପିଢ଼ି ଧରି ଜୀବିକାକୁ ଜାବୁଡ଼ି ଧରିଥିବା କାରିଗର ବୃତ୍ତି ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ଏମାନଙ୍କ ଭିତରେ ରହିଛନ୍ତି ବାଉଁଶ କାରିଗର, ତାଳପତ୍ର କାରିଗର, କୁମ୍ଭକାର। ଉନ୍ନତ ଜ୍ଞାନକୌଶଳ, ତାଲିମ, ପ୍ରୋତ୍ସାହନ ସାଙ୍ଗକୁ ବଜାର ସୁବିଧା ଯୋଗାଇ ଦେଲେ ଏଭଳି ଅନେକ କାରିଗର ଏବଂ ସେମାନଙ୍କ ପରିବାର ଦୁଃଖଦୈନ୍ୟ ଜୀବନରୁ ମୁକୁଳିପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅନ୍ତର୍ଗତ ୧୧ନଂ. ଓ୍ବାର୍ଡରେ ବାସ କରନ୍ତି ଚମାର ସମ୍ପ୍ରଦାୟର ୩୦ ପରିବାର। ସମ୍ପୃକ୍ତ ପରିବାରର ସଦସ୍ୟମାନେ ତାଳପତ୍ର, ଖଜୁରି ପତ୍ରରୁ ଝାଡୁ, ବିଞ୍ଚଣା ସମେତ ଅନ୍ୟାନ୍ୟ ଘରୋଇ ଉପକରଣ ତିଆରି କରି ଜୀବିକା ନିର୍ବାହ କରୁଥିଲେ। ହେଲେ ସମୟକ୍ରମେ ଖଜୁରି ପତ୍ର ତିଆରି ଝାଡୁ ଆଦର ହରାଇଛି। ତାଳପତ୍ର ବିଞ୍ଚଣାର ସ୍ଥାନ ନେଇଛି ପ୍ଲାଷ୍ଟିକ୍‌ ବିଞ୍ଚଣା। ଅଧିକାଂଶ ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇଯିବା ପରେ ତାଳପତ୍ର ଭଳି ପାରମ୍ପରିକ ହାତ ତିଆରି ବିଞ୍ଚଣା କିଣିବାକୁ ଲୋକେ ଆଗ୍ରହୀ ହେଉନାହାନ୍ତି। ବ୍ୟବସାୟ କମିଯିବାରୁ ସମ୍ପୃକ୍ତ ପରିବାରର ଯୁବତୀଯୁବକମାନେ ବାହାରେ କାମ କରିବାକୁ ଆଗ୍ରହୀ ହେବା ସହ ଅନ୍ୟ ବ୍ୟବସାୟରେ ମନ ବଳାଉଛନ୍ତି। ଅନ୍ୟ ବିକଳ୍ପ ନ ଥିବାରୁ ଏବେ ମାତ୍ର ୫ ପରିବାର କୌଳିକ ବୃତ୍ତିକୁ ଆଦରି ପଡ଼ିରହିଛନ୍ତି। ଅନ୍ୟପଟେ ତିଆରି ସାମଗ୍ରୀ ବିକ୍ରିବଟା କରିବାକୁ କାରିଗରମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ସେମାନଙ୍କ ହାତ ତିଆରି ଉପକରଣର ବ୍ୟବସାୟ ସାପ୍ତାହିକ ହାଟରେ ସୀମିତ ହୋଇ ରହିଯାଇଛି। ଅନ୍ୟ କେତେଜଣ ସଦସ୍ୟ ଗ୍ରାମାଞ୍ଚଳରେ ବୁଲି ବୁଲି ବିଞ୍ଚଣା, ଝାଡୁ ବିକ୍ରି କରୁଛନ୍ତି। ତଥାପି ପରିଶ୍ରମର ମୂଲ୍ୟ ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ କାରିଗର ସାରଙ୍ଗଧର ବେହେରା କୁହନ୍ତି, ଦୀର୍ଘ ୧୦ ବର୍ଷ ଭିତରେ ହାତ ତିଆରି ବିଞ୍ଚଣା, ଝାଡୁ ଦର ବଢ଼ିନାହିଁ। ମଜଭୁତ ସାମଗ୍ରୀ ତିଆରି କରାଯାଉଥିଲେ ମଧ୍ୟ ଲୋକମାନେ ପସନ୍ଦ କରୁନାହାନ୍ତି। ସେମାନେ ସୁନ୍ଦର ଓ ସୌଖୀନ ସାମଗ୍ରୀ ଖୋଜୁଛନ୍ତି। ସମୟ ଏବଂ ଚାହିଦା ସହିତ ତାଳ ଦେବାକୁ ହେଲେ ସରକାରୀସ୍ତରରେ ପ୍ରୋତ୍ସାହନ ଏବଂ ପ୍ରଶିକ୍ଷଣ ନିହାତି ଜରୁରୀ। ଫଳରେ ହାତତିଆରି ସାମଗ୍ରୀ ଅଧିକ ଆକର୍ଷଣୀୟ ହୋଇପାରିବ ଏବଂ ଭଲ ଦି’ ପଇସା ରୋଜଗାର ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟଜନ୍ତୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ଵ

ଦିଗପହଣ୍ଡି,୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ବୁରୁବନ୍ଧ ଗ୍ରାମ ବନସୁରକ୍ଷା ସମିତି ପକ୍ଷରୁ ରାଜ୍ୟ ଜଙ୍ଗଲ ପରିବେଶ…

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ନଦୀରେ ଗାଧୋଇବାବେଳେ ବୁଡ଼ିଗଲେ ଦୁଇ ନାବାଳକ

ଜଳେଶ୍ୱର,୩ା୧୦(ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତି ନିକଟସ୍ଥ ସାଜଲ ଘାଟରେ ଶନିବାର ପୂର୍ବାହ୍ନରେ ସୁବର୍ଣ୍ଣରେଖା ନଦୀରେ ଗାଧୋଉଥିବା ଅବସ୍ଥାରେ ପାଣି ସ୍ରୋତରେ ଭାସିଯାଇ ଦୁଇ…

୧୦ ଜଣଙ୍କୁ କାମୁଡ଼ିଲା ଗୋଟିଏ କୁକୁର, ଡାକ୍ତରଖାନାରେ ଭିଡ଼

ଗୁଣପୁର,୩ା୧୦(ସଙ୍କେତ ପାତ୍ର): ଶନିବାର ସକାଳୁ ମଧ୍ୟାହ୍ନ ୩ଟା ମଧ୍ୟରେ ଗୁଣପୁର ସହରରେ ଗୋଟିଏ କୁକୁର କାମୁଡ଼ାରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। କୁକୁରଟି ଏକାଧିକ ଲୋକଙ୍କୁ…

ନୟାପଲ୍ଲୀ ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଭୁବନେଶ୍ୱର,୩ା୧୦: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଯୁବତୀ ବଳାତ୍କାର ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢ଼ାଉ…

ଦୁର୍ଘଟଣାରେ ମୃତ ରାମା ରାଓଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୩ା୧୦(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖୁରଗୁଦା ଗ୍ରାମର ଡବ୍ଲ୍ୟୁ ରାମା ରାଓଙ୍କର ତିରୁପତିଠାରେ କାର୍ଯ୍ୟରତ ଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ…

କନ୍ଧମାଳ ଏମ୍‌ପିଙ୍କ ନୂଆ ପ୍ରତିନିଧି ନିଯୁକ୍ତି: ଜାଣନ୍ତୁ କାହାକୁ କେଉଁ ଦାୟିତ୍ବ …

ଦାରିଙ୍ଗବାଡ଼ି, ୩/୧୦ (ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ତାଙ୍କ ପ୍ରତିନିଧି ମଣ୍ଡଳ ପାଇଁ ଜିଲା ପ୍ରଶାସନକୁ ନାମ ତାଲିକା ପଠାଇଥିବା ଜଣାପଡ଼ିଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?