ଜଟିଳ ସ୍ଥିତିରେ ଜୀବିକା

ଭୁବନ, ୨୩।୪(ଡି.ଏନ୍‌.ଏ.) ବଦଳିଯାଉଛି ମଣିଷର ଜୀବନଶୈଳୀ। ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ଆଗକୁ ବଢୁଛି ଜୀବନ। ଏସବୁ ଭିତରେ ପଛରେ ପଡ଼ିଯାଉଛି ପାରମ୍ପରିକ ହସ୍ତଶିଳ୍ପ। ଆବଶ୍ୟକତା କମିଯିବା ଏବଂ ସାମଗ୍ରୀର ବିକଳ୍ପ ମିଳିଯିବା ପରେ ଏଭଳି ବୃତ୍ତି ମହତ୍ତ୍ୱ ହରାଇବାରେ ଲାଗିଛି। ପିଢ଼ି ପରେ ପିଢ଼ି ଧରି ଜୀବିକାକୁ ଜାବୁଡ଼ି ଧରିଥିବା କାରିଗର ବୃତ୍ତି ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ଏମାନଙ୍କ ଭିତରେ ରହିଛନ୍ତି ବାଉଁଶ କାରିଗର, ତାଳପତ୍ର କାରିଗର, କୁମ୍ଭକାର। ଉନ୍ନତ ଜ୍ଞାନକୌଶଳ, ତାଲିମ, ପ୍ରୋତ୍ସାହନ ସାଙ୍ଗକୁ ବଜାର ସୁବିଧା ଯୋଗାଇ ଦେଲେ ଏଭଳି ଅନେକ କାରିଗର ଏବଂ ସେମାନଙ୍କ ପରିବାର ଦୁଃଖଦୈନ୍ୟ ଜୀବନରୁ ମୁକୁଳିପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ଅନ୍ତର୍ଗତ ୧୧ନଂ. ଓ୍ବାର୍ଡରେ ବାସ କରନ୍ତି ଚମାର ସମ୍ପ୍ରଦାୟର ୩୦ ପରିବାର। ସମ୍ପୃକ୍ତ ପରିବାରର ସଦସ୍ୟମାନେ ତାଳପତ୍ର, ଖଜୁରି ପତ୍ରରୁ ଝାଡୁ, ବିଞ୍ଚଣା ସମେତ ଅନ୍ୟାନ୍ୟ ଘରୋଇ ଉପକରଣ ତିଆରି କରି ଜୀବିକା ନିର୍ବାହ କରୁଥିଲେ। ହେଲେ ସମୟକ୍ରମେ ଖଜୁରି ପତ୍ର ତିଆରି ଝାଡୁ ଆଦର ହରାଇଛି। ତାଳପତ୍ର ବିଞ୍ଚଣାର ସ୍ଥାନ ନେଇଛି ପ୍ଲାଷ୍ଟିକ୍‌ ବିଞ୍ଚଣା। ଅଧିକାଂଶ ଘରକୁ ବିଦ୍ୟୁତ୍‌ ସଂଯୋଗ ହୋଇଯିବା ପରେ ତାଳପତ୍ର ଭଳି ପାରମ୍ପରିକ ହାତ ତିଆରି ବିଞ୍ଚଣା କିଣିବାକୁ ଲୋକେ ଆଗ୍ରହୀ ହେଉନାହାନ୍ତି। ବ୍ୟବସାୟ କମିଯିବାରୁ ସମ୍ପୃକ୍ତ ପରିବାରର ଯୁବତୀଯୁବକମାନେ ବାହାରେ କାମ କରିବାକୁ ଆଗ୍ରହୀ ହେବା ସହ ଅନ୍ୟ ବ୍ୟବସାୟରେ ମନ ବଳାଉଛନ୍ତି। ଅନ୍ୟ ବିକଳ୍ପ ନ ଥିବାରୁ ଏବେ ମାତ୍ର ୫ ପରିବାର କୌଳିକ ବୃତ୍ତିକୁ ଆଦରି ପଡ଼ିରହିଛନ୍ତି। ଅନ୍ୟପଟେ ତିଆରି ସାମଗ୍ରୀ ବିକ୍ରିବଟା କରିବାକୁ କାରିଗରମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ସେମାନଙ୍କ ହାତ ତିଆରି ଉପକରଣର ବ୍ୟବସାୟ ସାପ୍ତାହିକ ହାଟରେ ସୀମିତ ହୋଇ ରହିଯାଇଛି। ଅନ୍ୟ କେତେଜଣ ସଦସ୍ୟ ଗ୍ରାମାଞ୍ଚଳରେ ବୁଲି ବୁଲି ବିଞ୍ଚଣା, ଝାଡୁ ବିକ୍ରି କରୁଛନ୍ତି। ତଥାପି ପରିଶ୍ରମର ମୂଲ୍ୟ ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ କାରିଗର ସାରଙ୍ଗଧର ବେହେରା କୁହନ୍ତି, ଦୀର୍ଘ ୧୦ ବର୍ଷ ଭିତରେ ହାତ ତିଆରି ବିଞ୍ଚଣା, ଝାଡୁ ଦର ବଢ଼ିନାହିଁ। ମଜଭୁତ ସାମଗ୍ରୀ ତିଆରି କରାଯାଉଥିଲେ ମଧ୍ୟ ଲୋକମାନେ ପସନ୍ଦ କରୁନାହାନ୍ତି। ସେମାନେ ସୁନ୍ଦର ଓ ସୌଖୀନ ସାମଗ୍ରୀ ଖୋଜୁଛନ୍ତି। ସମୟ ଏବଂ ଚାହିଦା ସହିତ ତାଳ ଦେବାକୁ ହେଲେ ସରକାରୀସ୍ତରରେ ପ୍ରୋତ୍ସାହନ ଏବଂ ପ୍ରଶିକ୍ଷଣ ନିହାତି ଜରୁରୀ। ଫଳରେ ହାତତିଆରି ସାମଗ୍ରୀ ଅଧିକ ଆକର୍ଷଣୀୟ ହୋଇପାରିବ ଏବଂ ଭଲ ଦି’ ପଇସା ରୋଜଗାର ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri