ନୂଆଦିଲ୍ଲୀ,୧୩।୭ (ଅଭୟ ଦାଶ): ଆଦାନୀ ୱିଲ୍ମାର୍ ଲିମିଟେଡ୍ ପକ୍ଷରୁ ନୂତନ ଟେଲିଭିଜନ କମର୍ସିଆଲ (ଟିଭିସି)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଓଡ଼ିଶାରେ ଆଧାର ରିଫାଇନ୍ଡ ସନ୍ଫ୍ଲାୱାର ଅଏଲ୍ ପାଇଁ ନୂଆ ଟିଭି ବିଜ୍ଞାପନ ଉନ୍ମୋଚନ କରିଛି। ଏହି ବିଜ୍ଞାପନରେ ସ୍ବାଦ ପାଇଁ ଗୁଣାତ୍ମକ ମାନ ଜରୁରୀ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି, ଯାହା ଆଞ୍ଚଳିକ ସ୍ବାଦ ଅନୁସାରେ ଭାରତୀୟ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଖାଇବା ତେଲ ଯୋଗାଇବା ଲାଗି ବ୍ରାଣ୍ଡ୍ର ପ୍ରତିବଦ୍ଧତାକୁ ଦୃଢ଼ କରୁଛି। ସେହିଭଳି ଦୀର୍ଘସ୍ଥାୟୀ ସ୍ବାସ୍ଥ୍ୟ ଲାଭ ପାଇଁ ଗୁଣାତ୍ମକ ମାନର ତେଲ ବ୍ୟବହାର ଉପରେ ଏହି ଟିଭି ବିଜ୍ଞାପନରେ ଗୁରୁତ୍ୱାରୋପ କରାଯାଇଛି। ଏଥିରେ ଜଣେ ଚମତ୍କାର ମହିଳାଙ୍କୁ ଉପସ୍ଥାପନ କରାଯାଇଛି ଯିଏ ଖାଦ୍ୟ ସମ୍ପର୍କିତ ଯେକୌଣସି ପ୍ରଶ୍ନର ଉତ୍ତରରେ ‘କାଲି କହିବି’ କହୁଛନ୍ତି। ଆଦାନୀ ୱିଲ୍ମାର୍ର ବରିଷ୍ଠ ଉପସଭାପତି (ସେଲ୍ସ ଆଣ୍ଡ୍ ମାର୍କେଟିଂ) ମୁକେଶ ମିଶ୍ର କହିଛନ୍ତି, ସ୍ଥାନୀୟ ବିଷୟକୁ ଭଲଭାବେ ବୁଝିବା ଏବଂ ଆଞ୍ଚଳିକ ପସନ୍ଦ ଅନୁସାରେ ଆମର ଉପତ୍ାଦ ଓ ଯୋଗାଯୋଗ ପ୍ରସ୍ତୁତ କରିବା ଅନୁସାରେ ଓଡ଼ିଶାର ଗ୍ରାହକମାନଙ୍କ ଲାଗି ଆଧାର ରିଫାଇନ୍ଡ ସନ୍ଫ୍ଲାୱାର ଅଏଲ୍ର ନୂଆ ଟିଭି ବିଜ୍ଞାପନକୁ ଉନ୍ମୋଚନକରି ଆମେ ବେଶ୍ ରୋମାଞ୍ଚିତ ହୋଇଛୁ।
ପିତୃ ଶବ୍ଦର ମହାନତା
ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍, ଡେ’ ଏହିପରି ଏକାର୍ଥବୋଧକ ଯେତେ…
ମଣିମା ଶୁଣିମା ହେଉ
ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…
ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….
ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…
କେବଳ ଦର୍ଶକ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…
ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ
ଭୁବନେଶ୍ୱର,୫।୪(ସୁନିତ୍ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫଏସ୍ଏସ୍)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…
ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ
ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…
ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…
ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…
ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା
ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ…
Archives

