ଇଣ୍ଟିମେଟ୍‌ ସିନ୍‌ ପାଇଁ ସର୍ତ୍ତ ରଖିଥିଲେ ଏହି ଅଭିନେତ୍ରୀ…

ମୁମ୍ବାଇ,୨୯।୫: ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖି ପାରିଥିବା ଅନୁପ୍ରିୟା ଗୋଏଙ୍କାଙ୍କୁ ଶନିବାର ୩୪ ବର୍ଷ ପୂରଣ ହୋଇଛି। ୧୯୮୭ ମେ’ ୨୯ରେ କାନପୁରଠାରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କମର୍ସରେ ଗ୍ରାଜୁଏଟ୍‌ ହେବା ପରେ ଅଭିନୟକୁ କ୍ୟାରିଅର ଭାବେ ଗ୍ରହଣ କରିଥିବା ଅନୁପ୍ରିୟା ବହୁ ଓ୍ବେବସିରିଜ୍‌ରେ ବେଶ୍‌ ସଫଳ ହୋଇଛନ୍ତି। ୨୦୧୩ରେ ସାଉଥ୍‌ ଫିଲ୍ମ ପୋଟୁଗୁଡୁରେ ପ୍ରଥମେ ଅଭିନୟ କରିଥିଲେ। ଏହା ପରେ ବିବି ଜାସୁସ୍‌, ପାଠଶାଳା, ଡ୍ୟାଡ଼ି, ଟାଇଗର ଜିନ୍ଦା ହୈ, ପଦ୍ୱାବତ୍‌, ଓ୍ବାର ଆଦି ଫିଲ୍ମରେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିସାରିଛନ୍ତି। ତେବେ ଏବେ ଏକ ଇଣ୍ଟିମେଟ୍‌ ସିନ୍‌ ନେଇ ସର୍ତ୍ତ ରଖିବା ଯୋଗୁ ସେ ବିବାଦୀୟ ହୋଇପଡ଼ିଛନ୍ତି। ପାଞ୍ଚାଳୀ ଓ୍ବେବ୍‌ସିରିଜ୍‌ରେ ଅଭିନୟ ନେଇ ପ୍ରଡକ୍ଟଶନ୍‌ ହାଉସ୍‌ ପକ୍ଷରୁ ଅନୁପ୍ରିୟାଙ୍କ ବିରୋଧରେ ଏଭଳି ଅଭିଯୋଗ ଅଣାଯାଇଛି। ଅନୁପ୍ରିୟା ଓ୍ବେବସିରିଜ୍‌ର ପ୍ରମୋଶନରେ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଛି। ଏନେଇ ଅନୁପ୍ରିୟା କହିଛନ୍ତି ଯେ, ଓ୍ବେବସିରିଜ୍‌ରେ ଇଣ୍ଟିମେଟ୍‌ ସିନ୍‌ ୩୦ ସେକେଣ୍ଡରୁ ଅଧିକ ହେବ ନାହିଁ ଏବଂ ଏହା ଡିମ୍‌ ଲାଇଟ୍‌ରେ ଶୁଟିଂ ହେବ ବୋଲି ସେ ସର୍ତ୍ତ ରଖିଥିଲେ। ମାତ୍ର ପ୍ରଡକ୍ଟଶନ୍‌ ହାଉସ୍‌ ପକ୍ଷରୁ ତାଙ୍କୁ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇ ନ ଥିଲା। ଇଣ୍ଟିମେଟ୍‌ ସିନ୍‌ ସମୟ ସୀମା ୩ ରୁ ୪ ମିନିଟ୍‌ ରଖାଯାଇଥିଲା। ଏହା ଉଜ୍ଜଳ ଆଲୋକ ମଧ୍ୟରେ ଶୁଟିଂ କରାଯାଇଥିଲା। ସେହିପରି ଏହା  ୪୫ ମିନିଟ୍‌ର ଏକ ଶର୍ଟ ଫିଲ୍ମ ବୋଲି କୁହାଯାଉଥିବା। ତେବେ ପ୍ରକୃତ ପକ୍ଷେ ଏହା ଏକ ଓ୍ବେବସିରିଜ୍‌ ଥିଲା। ତେଣୁ ସେ ପାଞ୍ଚାଳୀର ପ୍ରମୋଶନରେ ସହାୟତା କରିବାକୁ ମନା କରିଥିଲେ। ବିବାଦର ପ୍ରକୃତ ଘଟଣା ଜଣା ପଡ଼ିବା ପରେ ପ୍ରଶଂସକ ଅନୁପ୍ରିୟାଙ୍କ ପଦକ୍ଷେପକୁ ତାରିଫ୍‌ କରିବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri