ସମ୍ବଲପୁରୀ ଶାଢ଼ି ପିନ୍ଧି ଏମିତି କହିଲେ ଅଭିନେତ୍ରୀ ବିଦ୍ୟା ବାଲାନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ ଏବେ ସମ୍ବଲପୁରୀ ଶାଢ଼ି ପ୍ରେମରେ ପଡ଼ିଛନ୍ତି। ଫିଲ୍ମ ‘ଶକୁନ୍ତଳା ଦେବୀ’ର ଇ-ପ୍ରମୋଶନ ଅବସରରେ ଏକ ସ୍ବତନ୍ତ୍ର ସମ୍ବଲପୁରୀ ଶାଢ଼ି ପିନ୍ଧି ସେ ବେଶ୍‌ ଖୁସି ଜଣାପଡୁଛନ୍ତି। ଏହାର ଏକ ଫଟୋ ବିଦ୍ୟା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସମ୍ବଲପୁରୀ ଶାଢ଼ି ପିନ୍ଧି ବିଦ୍ୟା ବେଶ୍‌ ଖୁସି ଥିବା ଭିଡିଓରେ ଦେଖିବାକୁ ମିଳିଛି। ଓଡ଼ିଶାବାସୀ ମଧ୍ୟ ବିଦ୍ୟାଙ୍କୁ ସମ୍ବଲପୁରୀ ଶାଢ଼ିରେ ଦେଖି ଆହୁରି ଖୁସି ହୋଇଛନ୍ତି।

ବିଦ୍ୟା ଏକ କଳାରଙ୍ଗର ସମ୍ବଲପୁରୀ ଶାଢ଼ି ପିନ୍ଧିଛନ୍ତି। ଏଥିରେ ବିଭିନ୍ନ ଗାଣିତିକ ଚିତ୍ର ଅଙ୍କା ଯାଇଛି। ଏପରି ଏକ ସୁନ୍ଦର ଶାଢ଼ି ପ୍ରସ୍ତୁତ କରିଥିବା ବୁଣାକାରଙ୍କୁ ବିଦ୍ୟା ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି। ଶାଢ଼ିଟିକୁ ସୋନପୁର କେନ୍ଦୁପାଲିର ରମାକାନ୍ତ ମେହର ବୁଣିଥିବା ବେଳେ ଭୁବନେଶ୍ୱରର ଉତ୍କଳ ମିତ୍ର ସଂସ୍ଥା ଏହାର ବ୍ରାଣ୍ଡିଂ କରିଥିବା ବିଦ୍ୟା ତାଙ୍କ ଭିଡିଓରେ କହିଛନ୍ତି। ଏହି ଶାଢ଼ିଟିକୁ ବୁଣିବା ପାଇଁ ବୁଣାକାର ରମାକାନ୍ତଙ୍କୁ ପ୍ରାୟ ମାସେ ସମୟ ଲାଗିଥିଲା।

ସୂଚନାଯୋଗ୍ୟ, ଫିଲ୍ମ ‘ଶକୁନ୍ତଳା ଦେବୀ’ ଏକ ବାୟୋପିକ୍‌ ଫିଲ୍ମ। ଏହା ମହାନ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଜୀବନୀ ଉପରେ ଆଧାରିତ। ଫିଲ୍ମଟି ଶୁକ୍ରବାର ଆମାଜନ ପ୍ରାଇମ୍‌ ଭିଡିଓରେ ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୭୬ ବର୍ଷରେ ବି ଝିଅମାନଙ୍କୁ ଟକ୍କର ଦେଉଛନ୍ତି ତନୁଜା

ବଲିଉଡ୍‌ର ୭୬ ବର୍ଷିୟା ଭେଟେରାନ ଅଭିନେତ୍ରୀ ତନୁଜାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନୀଳ ରଙ୍ଗର ଏକ...

ଭର୍ସାଟାଇଲ ଆକ୍ଟର ରଣବୀର

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂଙ୍କୁ ବହୁମୁଖୀ ପ୍ରତିଭାର କଳାକର ବୋଲି କୁହାଯାଇଥାଏ। କାରଣ ସେ ଭିନ୍ନ ଭିନ୍ନ ଚରିତ୍ରରେ ଭଲ ଅଭିନୟ କରିପାରନ୍ତି। ନିକଟରେ...

ଅମ୍ବାନୀଙ୍କ ପାର୍ଟିରେ ଐଶ୍ୱର୍ଯ୍ୟାଙ୍କୁ ଦେଖି ଏମିତି କହିଲେ ୟୁଜର

ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କୁ ମୁକେଶ ଅମ୍ବାନୀଙ୍କ ଘରେ ଏକ ପାର୍ଟିରେ ଦେଖିବାକୁ ମିଳିଛି। ତାଙ୍କ ସହିତ ଅଭିଷେକ ମଧ୍ୟ ଦେଖିବାକୁ ମିଳିଛି। ଐଶ୍ୱର୍ଯ୍ୟା ଏକ ଲାଲ୍‌ ରଙ୍ଗର...

ଦେଶର ସମସ୍ତ ମହିଳାଙ୍କୁ କଙ୍ଗନା ସମର୍ପଣ କଲେ ପଦ୍ମଶ୍ରୀ

ଭାରତ ସରକାର ଗଣତନ୍ତ୍ର ଦିବସ ପୂର୍ବରୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଥିଲେ। ଯେଉଁଥିରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ୪ ଜଣଙ୍କ ନାମ ଥିଲା। କଙ୍ଗନା ରାଣାଓ୍ବତ୍‌, କରନ୍‌...

କ୍ଷମା ମାଗିଲେ ହେମା !

ମୁମ୍ବାଇ: ବଲିଉଡ୍‌ ଡ୍ରିମ ଗର୍ଲ ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଏକ ବିଜ୍ଞାପନକୁ ନେଇ ହେମାଙ୍କୁ ଟ୍ରୋଲ୍‌ କରିବା ପରେ...

ଚଳିତବର୍ଷ ଦୀପାବଳି ପାଳିବେନି ଆଲିଆ!

ନିଜର ଦମ୍‌ଦାର ଅଭିନୟ ଏବଂ କ୍ୟୁଟ୍‌ନେସ୍‌ ପାଇଁ ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନଁା କରିଥିବା ଅଭିନେତ୍ରୀ ଆଲିଆ ଭଟ୍ଟ। କୌଣସି ନା କୌଣସି...

ଚାଞ୍ଚଲ୍ୟକର ବୟାନ ଦେଲେ ସୁଶାନ୍ତଙ୍କ ପଡୋଶୀ: ୧୩ ଜୁନ ରାତିରେ ବନ୍ଦ ଥିଲା ରୁମ ଲାଇଟ୍‌

ମୁମ୍ବାଇ,୨୨।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବର୍ତ୍ତମାନ ଏହି ମାମଲାରେ ଏକ ନୂଆ ତଥ୍ୟ...

ବାରାଣସୀରେ ଛୁଟି ମନାଉଛନ୍ତି ଜାହ୍ନବୀ

ଅଭିନେତ୍ରୀ ଜାହ୍ନବୀ କପୁର ଏବେ ବାରାଣସୀରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କର ଜଣେ ବାନ୍ଧବୀଙ୍କ ସହ...

Coronavirus Update


Archives

Model This Week

Why Dharitri