ହଲିଉଡରେ ଜ୍ୟାକଲିନ

ମୁମ୍ବାଇ: ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜ୍ୟାକଲିନ ପର୍ନାଡିଜ ଏବେ ହଲିଉଡ ପାଇଁ ପ୍ରସ୍ତୁତ ହୋଇଗଲେଣି । ନିଜର ଷ୍ଟାଇଲିସ ଲୁକ ଓ ସାମଜିକ କାର୍ଯ୍ୟ ପାଇଁ ବେଶ ପରିଚିତ ଏହି ନାୟିକା । ବିଶେଷ ଭାବେ ମହିଳାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଏନପାୱାରମେଣ୍ଟ ପାଇଁ ସବୁବେଳେ କିଛି ନା କିଛି ଉପାୟ ବାହାର କରୁଥାଆନ୍ତି ଏହି ଅଭିନେତ୍ରୀ । ଅଭିନୟରେ ବି ଫ୍ୟାମିଲି ସେଣ୍ଟ୍ରିକ୍ ଫିଲ୍ମ ପ୍ରତି ଅଧିକ ଧ୍ୟାନ ଦିଅନ୍ତି ଜ୍ୟାକଲିନ । ଖୁବଶୀଘ୍ର ସେ ଏମିତି ଏକ ହଲିଉଡ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଥିବା ଜଣାପଡିଛି ।
ନିକଟରେ ଜ୍ୟାକଲିନ ପର୍ନାଡିଜ ହଲିଉଡ ମୁଭି ‘ଟେଲ ଇଟ ଲାଇକ ଏ ଓମେନ’ର ପ୍ରଥମ ପୋଷ୍ଟର ଶେୟାର କରିଛନ୍ତି । ପୋଷ୍ଟରରେ ଜ୍ୟାକଲିନଙ୍କ ସହ ମାର୍ଗାରେଟ ବାୟ, ଇବା ଲୋଙ୍ଗେରିୟା, କାରା ଡେଲେୱିଗନେ, ଏନି ବତନବେ, ଜେନିଫର ହଡସନ ଓ ମାର୍ସିୟା ଗେ ହାର୍ଡନଙ୍କୁ ଦେଖିବାକୁ ମିଳିଛି । ଏହାକୁ ଶେୟାର କରି ଜ୍ୟାକଲିନ ଫିଲ୍ମର ପୁରା ଟିମକୁ ଧନ୍ୟବାଦ ଦେଇଛନ୍ତି । ଏହା ଏକ ଆନ୍ଥୋଲୋଜି ଫିଲ୍ମ । ଯାହାକୁ ବିଶ୍ୱର ବିଭିନ୍ନ ଭାଗରୁ ୮ ମହିଳା ଫିଲ୍ମ ମେକର୍ସ ନିର୍ଦ୍ଦେଶନା ଦେଇଛନ୍ତି । ଏହା କମେଡି, ଡ୍ରାମା, ଆନିମେଶନ ବେସଡ୍ ସର୍ଟ ଫିଲ୍ମ ହେବ । ଜ୍ୟାକଲିନ ଯେଉଁ ଭାଗରେ କାମ କରିଛନ୍ତି ତାହାର ନାମ ହେଉଛି ଶେୟାରିଂ ଏ ରାଇଡ । ଏହାକୁ ଲିନା ଯାଦବ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ଟ୍ରାନ୍ସଜେଣ୍ଡର ମଡେଳ ଅଞ୍ଜଳି ଲାମା ବି ନଜର ଆସିବେ । ତେବେ ‘ଟେଲ ଇଟ ଲାଇକ ଏ ଓମେନ’ ର ଶୁଟିଂ ଇଟାଲୀ, ଭାରତ ଓ ଆମେରିକାରେ କରାଯାଇଛି ।
୨୦୧୫ରେ ଆସିଥିବା ବ୍ରିଟିଶ ଫିଲ୍ମ ‘ଡେଫିନେଶନ ଅଫ୍ ଫିୟର’ରେ ବି ଜ୍ୟାକଲିନ କାମ କରିସାରିଛନ୍ତି । ଏମିତି ଦେଖିଲେ ଜ୍ୟାକଲିନଙ୍କ ଖାତାରେ ଏକ ଅଫ୍ ହଲିଉଡ ଫିଲ୍ମ ଯୋଡି ହୋଇଯାଇଛି । ବଲିଉଡରେ ସେ ଖୁବଶୀଘ୍ର ‘ସର୍କସ’ ଓ ‘ରାମ ସେତୁ’ରେ ନଜର ଆସିବେ ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri