Categories: ଜାତୀୟ

ପର୍ନ ଫିଲ୍ମ ମାମଲା: ରାଜ କୁନ୍ଦ୍ରା ଗିରଫ

ମୁମ୍ବାଇ,୧୯।୭: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ସୋମବାର ରାତିରେ ଗିରଫ କରିଛି। ସେ ଅଶ୍ଳୀଳ ଫିଲ୍ମ (ପର୍ନ) ପ୍ରସ୍ତୁତ କରି ଏହାକୁ ବିଭିନ୍ନ ମୋବାଇଲ ଆପ୍‌ରେ ଛାଡୁଥିବା ଅଭିଯୋଗ ରହିଛି। ତାଙ୍କ ବିରୋଧରେ ଗତ ଫେବୃୟାରୀରେ ମାମଲା ରୁଜୁ ହୋଇଥିଲା ବୋଲି ମୁମ୍ବାଇ ପୋଲିସ କମିଶନର ହେମନ୍ତ ନଗ୍ରାଲେ କହିଛନ୍ତି। କ୍ରାଇମ୍‌ ବ୍ରାଞ୍ଚ-ସିଆଇଡି ଏହାର ତଦନ୍ତ ଚଳାଇଥିଲା। କୁନ୍ଦ୍ରା ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ତଦନ୍ତରୁ ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି।

Share