ନିଶାଠୁ ଦୂରେଇ ରହିବାକୁ ଅଭିନେତା ସାତ୍ୟକିଙ୍କ ନିବେଦନ

ଭୁବନେଶ୍ୱର,୨୭।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ଜଣେ ଭାଇ ହିସାବରେ, ଜଣେ ସାଙ୍ଗ ହିସାବରେ, ମଣିଷ ହିସାବରେ ସମସ୍ତଙ୍କୁ ଅନୁରୋଧ କେହି ତମାଖୁ ଖାଆନ୍ତୁ ନାହିଁ। ସିଗାରେଟ ପିଅନ୍ତୁ ନାହିଁ। ଏଭଳି କିଛି ଅନୁରୋଧ କରିଛନ୍ତି ଅଭିନେତା ସାତ୍ୟକି ମିଶ୍ର।

ଓଲିଉଡରେ ସାତ୍ୟକି ଜଣେ ଜଣାଶୁଣା ଅଭିନେତା। ମୁଖ କର୍କଟ ରୋଗର ଅପରେସନ ପରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ସେ ସୋସିଆଲ ମିଡିଆରେ ବୁଧବାର ଏକ ଭିଡିଏ ମାଧ୍ୟମରେ ଏଭଳି କିଛି ବାର୍ତ୍ତା ଦେଇଛନ୍ତି। ମୁଁ ନିଜେ ଭୋଗିଛି। ବହୁତ କଷ୍ଟ ପାଇଛି। ଅନ୍ୟ କାହାକୁ ଏଭଳି କଷ୍ଟ ପାଇବାର ଦେଖି ପାରିବି ନାହିଁ। ବର୍ଷେ ହେଇଗଲା। ବହୁତ କଷ୍ଟ। ତେଣୁ ଆପଣମାନଙ୍କୁ ଅନୁରୋଧ କେହି ଖାଆନ୍ତୁ ନାହିଁ। ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ସମସ୍ତେ କିଭଳି ଏହି ଦିଗରୁ ଦୂରେଇ ରୁହନ୍ତୁ। ମୋ ଅନୁରୋଧ ରକ୍ଷା କରିବେ ବୋଲି ମୁଁ ଆଶା କରୁଛି ବୋଲି ସେ କହଛନ୍ତି। ତାଙ୍କ ଭିଡିଓ ଦେଖି ଅନେକ ୟୁଜର୍ସ ତାଙ୍କୁ ପ୍ରଶଂସା କରିବା ସହ ତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ପ୍ରାର୍ଥନା କରିଛନ୍ତି।