ମୁମ୍ୱାଇ: ଦିଗ୍ଜ ଅଭିନେତା ବିଶ୍ୱନାଥ ପାଟେକର (ନାନା ପାଟେକର) ଆଜି ୮ ଅକ୍ଟୋବର ୨୦୨୬ରେ ୭୫ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ହୃଦଘାତ (କାର୍ଡିଆକ ଆରେଷ୍ଟ) କାରଣରୁ ଅଭିନେତାଙ୍କ ପରଲୋକ ଘଟିଛି। ତାଙ୍କ ଦେହାନ୍ତ ଖବର ପ୍ରଶଂସକଙ୍କ ସହିତ ସିନେମା ଜଗତ ପାଇଁ ଏକ ବଡ଼ ଝଟ୍କା ସାବ୍ୟସ୍ତ ହୋଇଛି।
ସୂଚନାଯୋଗ୍ୟ ଯେ, ଜଣେ ଦକ୍ଷ ଅଭିନେତା ଭାବେ ରୂପେଲି ପରଦାରେ ନିଜର ସୱତନ୍ତ୍ର ପରିଚୟ ସୃଷ୍ଟି କରିବା ପୂର୍ୱରୁ ହିଁ ଜୀବନ ତାଙ୍କୁ ଖୁବ କମ ବୟସରୁ ବାସ୍ତବତା ସହ ସାମ୍ନା କରାଇ ସାରିଥିଲା।
ସୱର୍ଗତ ଅଭିନେତା ନାନା ପାଟେକରଙ୍କ ଜନ୍ମ ୧ ଜାନୁଆରୀ ୧୯୫୧ରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଏକ ମରାଠୀ ପରିବାରରେ ହୋଇଥିଲା। ଦର୍ଶକ ତାଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକୁ ଖୁବ ପସନ୍ଦ କରୁଥିଲେ ଏବଂ ସେ ଏପରି ଅନେକ ସିନେମା କରିଛନ୍ତି ଯାହା କଲ୍ଟ କ୍ଲାସିକ ପ୍ରମାଣିତ ହୋଇଛି। କିନ୍ତୁ ଆପଣ ଜାଣନ୍ତି କି ଫିଲ୍ମ ଦୁନିଆକୁ ଆସିବା ପୂର୍ୱରୁ ତାଙ୍କ ଜୀବନ କେତେ ସଂଘର୍ଷପୂର୍ଣ୍ଣ ଥିଲା? ୨୦୧୫ ମସିହାରେ ବମ୍ୱେ ଟାଇମ୍ସ ସହିତ କଥାବାର୍ତ୍ତା ବେଳେ ନାନା ପାଟେକର ସେହି ଦିନଗୁଡ଼ିକୁ ମନେ ପକାଇ କହିଥିଲେ ଯେ, ଆର୍ଥିକ ଅନାଟନ ଯୋଗୁଁ ତାଙ୍କୁ ମାତ୍ର ୧୩ ବର୍ଷ ବୟସରୁ କାମ କରିବା ଆରମ୍ଭ କରିବାକୁ ପଡ଼ିଥିଲା।
ସ୍କୁଲ ସାରିବା ପରେ ନାନା ପାଟେକର ୮ କିଲୋମିଟର ପାଦରେ ଚାଲି ଚୁନାଭଟ୍ଟି ଯାଉଥିଲେ ଏବଂ ସେଠାରେ ଫିଲ୍ମ ପୋଷ୍ଟର ପେଣ୍ଟିଂ କରୁଥିଲେ। ଏହି କାମ ବାବଦରେ ତାଙ୍କୁ ମାସିକ ୩୫ ଟଙ୍କା ଏବଂ ଦିନକୁ ମାତ୍ର ଥରେ ଖାଇବାକୁ ମିଳୁଥିଲା ବୋଲି ସେ ପ୍ରକାଶ କରିଥିଲେ।
ନାନା ପାଟେକର ସାର୍ ଜେ.ଜେ. ଇନଷ୍ଟିଚ୍ୟୁଟ ଅଫ ଆପ୍ଲାଏଡ ଆର୍ଟରୁ ନିଜର ପାଠପଢ଼ା ଶେଷ କରିଥିଲେ। ସେ ନିଜର ଅଭିନୟ ଯାତ୍ରା ଥିଏଟରରୁ ଆରମ୍ଭ କରିଥିଲେ। ସେହି ସମୟରେ ତାଙ୍କୁ ମାସିକ ୭୫୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ଏହା ପ୍ରାୟ ୧୯୭୮ ମସିହା ଆଖପାଖର କଥା। ୧୯୭୮ ମସିହାରେ ନାନା ପାଟେକର ’ଗମନ’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍ରେ ନିଜର ଡେବ୍ୟୁ କରିଥିଲେ।