ମୃତ ମହିଳାଙ୍କ ପରିବାରକୁ ୨ କୋଟି ଟଙ୍କା ଦେବେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ:ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବଡ଼ ଘୋଷଣା। ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ୨ କୋଟି ଟଙ୍କାର ଆର୍ଥିକ ସହାୟତା ଦେବେ ସେ ଏବଂ ‘ପୁଷ୍ପା’ ଫିଲ୍ମ ନିର୍ମାତା।

ଅଭିନେତାଙ୍କ ବାପା ତଥା ଭେଟେରାନ ନିର୍ମାତା ଅଲ୍ଲୁ ଅରବିନ୍ଦ, ଦିଲ ରାଜୁ ଏବଂ ଅନ୍ୟ ଲୋକେ ଏକାଠି ଦଳାଚକଟାରେ ଆହତ ହୋଇଥିବା ବାଳକଙ୍କ ହାଲଚାଲ ଜାଣିବାକୁ ଡାକ୍ତରଖାନା ଯାଇଥିଲେ। ଏହି ସମୟରେ ବାଳକ ଧିରେ ଧିରେ ସୁସ୍ଥ ହେଉଥିବା ଡାକ୍ତର ତାଙ୍କୁ କହିଛନ୍ତି।

ଡାକ୍ତରଖାନା ପରିଦର୍ଶନ ସମୟରେ ଅଲ୍ଲୁଙ୍କ ବାପା ଦିଲ ରାଜୁଙ୍କୁ ଆର୍ଥିକ ସହାୟତା ଦେଇଥିବା ଚେକ୍‌ ପ୍ରଦାନ କରିଛନ୍ତି। ଏହାକୁ ବାଳକଙ୍କ ପରିବାରକୁ ଦେବାକୁ ସେ ଅନୁରୋଧ କରିଛନ୍ତି। ଏହାଛଡ଼ା ଆଇନ ବ୍ୟବସ୍ଥାକୁ ନେଇ ମଞ୍ଜୁରୀ ବିନା ପୀଡ଼ିତ ପରିବାର ସହ ସିଧାସଳଖ ସମ୍ପର୍କ କରାଯାଇପାରିବ ନାହିଁ ବୋଲି ସେ ଜଣାଇଛନ୍ତି।

ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ହୋଇଥିବା ଦଳାଚକଟାରେ ଜଣେ ୩୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏଠାରେ ପୁଷ୍ପା ୨ ପ୍ରିମିୟର ହେଉଥିଲା। ଏହି ଘଟଣାରେ ମୃତ ମହିଳାଙ୍କ ୮ ବର୍ଷର ପୁଅ ଆହତ ହୋଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ମହିଳାଙ୍କ ମୃତ୍ୟୁ ପରେ ପୀଡ଼ିତ ପରିବାର ଅଭିନେତା, ତାଙ୍କ ସୁରକ୍ଷା ଟିମ୍‌ ଏବଂ ଥିଏଟର ମାଲିକଙ୍କ ନାମରେ ଅଭିଯୋଗ କରିଥିଲେ। ଡିସେମ୍ବର ୧୩ରେ ଅଭିନେତାଙ୍କୁ ଗିରଫ କରାଯାଇଥିଲା।ପରେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ୪ ସପ୍ତାହ ଲାଗି ଅନ୍ତରୀଣ ଜାମିନ ଦେଇଥିଲେ। ଡିସେମ୍ବର ୧୪ରେ ଅଲ୍ଲୁ ଜେଲରୁ ମୁକୁଳି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri