ମୃତ ମହିଳାଙ୍କ ପରିବାରକୁ ୨ କୋଟି ଟଙ୍କା ଦେବେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ:ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବଡ଼ ଘୋଷଣା। ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ୨ କୋଟି ଟଙ୍କାର ଆର୍ଥିକ ସହାୟତା ଦେବେ ସେ ଏବଂ ‘ପୁଷ୍ପା’ ଫିଲ୍ମ ନିର୍ମାତା।

ଅଭିନେତାଙ୍କ ବାପା ତଥା ଭେଟେରାନ ନିର୍ମାତା ଅଲ୍ଲୁ ଅରବିନ୍ଦ, ଦିଲ ରାଜୁ ଏବଂ ଅନ୍ୟ ଲୋକେ ଏକାଠି ଦଳାଚକଟାରେ ଆହତ ହୋଇଥିବା ବାଳକଙ୍କ ହାଲଚାଲ ଜାଣିବାକୁ ଡାକ୍ତରଖାନା ଯାଇଥିଲେ। ଏହି ସମୟରେ ବାଳକ ଧିରେ ଧିରେ ସୁସ୍ଥ ହେଉଥିବା ଡାକ୍ତର ତାଙ୍କୁ କହିଛନ୍ତି।

ଡାକ୍ତରଖାନା ପରିଦର୍ଶନ ସମୟରେ ଅଲ୍ଲୁଙ୍କ ବାପା ଦିଲ ରାଜୁଙ୍କୁ ଆର୍ଥିକ ସହାୟତା ଦେଇଥିବା ଚେକ୍‌ ପ୍ରଦାନ କରିଛନ୍ତି। ଏହାକୁ ବାଳକଙ୍କ ପରିବାରକୁ ଦେବାକୁ ସେ ଅନୁରୋଧ କରିଛନ୍ତି। ଏହାଛଡ଼ା ଆଇନ ବ୍ୟବସ୍ଥାକୁ ନେଇ ମଞ୍ଜୁରୀ ବିନା ପୀଡ଼ିତ ପରିବାର ସହ ସିଧାସଳଖ ସମ୍ପର୍କ କରାଯାଇପାରିବ ନାହିଁ ବୋଲି ସେ ଜଣାଇଛନ୍ତି।

ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଡିସେମ୍ବର ୪ରେ ହୋଇଥିବା ଦଳାଚକଟାରେ ଜଣେ ୩୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏଠାରେ ପୁଷ୍ପା ୨ ପ୍ରିମିୟର ହେଉଥିଲା। ଏହି ଘଟଣାରେ ମୃତ ମହିଳାଙ୍କ ୮ ବର୍ଷର ପୁଅ ଆହତ ହୋଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ମହିଳାଙ୍କ ମୃତ୍ୟୁ ପରେ ପୀଡ଼ିତ ପରିବାର ଅଭିନେତା, ତାଙ୍କ ସୁରକ୍ଷା ଟିମ୍‌ ଏବଂ ଥିଏଟର ମାଲିକଙ୍କ ନାମରେ ଅଭିଯୋଗ କରିଥିଲେ। ଡିସେମ୍ବର ୧୩ରେ ଅଭିନେତାଙ୍କୁ ଗିରଫ କରାଯାଇଥିଲା।ପରେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ୪ ସପ୍ତାହ ଲାଗି ଅନ୍ତରୀଣ ଜାମିନ ଦେଇଥିଲେ। ଡିସେମ୍ବର ୧୪ରେ ଅଲ୍ଲୁ ଜେଲରୁ ମୁକୁଳି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

ମୋଦି କ୍ୟାବିନେଟର ଦୁଇଟି ବଡ଼ ନିଷ୍ପତ୍ତି, ଅଟଳ ପେନସନ ପାଣ୍ଠିକୁ ମଞ୍ଜୁରୀ, ଦ୍ୱିତୀୟ ପ୍ରମୁଖ ନିଷ୍ପତ୍ତି ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ,୨୧।୧: ମୋଦି କ୍ୟାବିନେଟ ବୁଧବାର (୨୧ ଜାନୁଆରୀ) ଦିନ ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କକୁ ଇକ୍ୱିଟି ସହାୟତା ମଞ୍ଜୁର କରିଛନ୍ତି। ଏହା ଅଟଳ ପେନସନ...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri