ଝାଡଖଣ୍ଡ ନା ଦିଲ୍ଲୀ…ରଘୁବରଙ୍କୁ ବଡ଼ ଦାୟିତ୍ୱ!

ନୂଆଦିଲ୍ଲୀ,୨୫।୧୨: ଓଡିଶାରେ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ରଘୁବର ଦାସଙ୍କୁ ନେଇ ଦିଲ୍ଲୀରୁ ରାଞ୍ଚି ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ଏନେଇ ଅନେକ ରାଜନୈତିକ କଳ୍ପନାଜଳ୍ପନା ଚାଲିଛି। ରଘୁବର ଏହି ସମୟରେ ଇସ୍ତଫା ଦେଇଛନ୍ତି ଯେତେବେଳେ ଭାରତୀୟ ଜନତା ପାର୍ଟିର ରାଜ୍ୟରୁ ଜାତୀୟ ସ୍ତର ଯାଏ ସାଂଗଠନିକ ନିର୍ବାଚନ ହେବାକୁ ଯାଉଛି। କହିରଖୁଛୁ କି, ରାଜ୍ୟପାଳ ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ମୁଖ୍ୟମନ୍ତ୍ରୀ ଏବଂ ଝାଡଖଣ୍ଡ ଭାଜପାର ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରିଥିଲେ।

୨୦୨୩ ଅକ୍ଟୋବର ୩୧ରେ ସେ ଓଡିଶାର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ଏହାର ଠିକ୍‌ ୧୪ ମାସ ମଧ୍ୟରେ ସେ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ଚର୍ଚ୍ଚା ଝାଡଖଣ୍ଡ ନିର୍ବାଚନ ପରେ ଏବଂ ସଂଗଠନ ନିର୍ବାଚନ ପୂର୍ବରୁ ହେଉଛି। ଏହି କାରଣରୁ କେବଳ ଝାଡଖଣ୍ଡରେ ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ଶ୍ରମିକ ସଂଗଠନରୁ ନିଜର ରାଜନୈତିକ କ୍ୟାରିଅର୍‌ ଆରମ୍ଭ କରିଥିବା ଦାସଙ୍କୁ ସଂଗଠନର ନେତା ଭାବରେ ବିବେଚନା କରାଯାଏ। ୨୦୧୪ରେ, ଭାଜପା ଝାଡଖଣ୍ଡରେ ଏକ ବଡ଼ ବିଜୟ ହାସଲ କରିଥିଲା। ସାଂଗଠନିକ ସ୍ତରରେ ଏହି ବିଜୟରେ ଦାସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ପରେ ଦାସଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲା। କିନ୍ତୁ ୨୦୧୯ରେ ଏହି ବାଜି ପଲଟି ଯାଇଥିଲା।

ବର୍ତ୍ତମାନ ରଘୁବରଙ୍କୁ ନେଇ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇନାହିଁ। ଦାସ ଏପର୍ଯ୍ୟନ୍ତ ଭାଜପାରେ ଯୋଗଦେବା ବିଷୟରେ କିଛି କହିନାହାଁନ୍ତି। ତେବେ ଭାଜପାରେ ଯୋଗ ଦେଇ ସେ ପୁନଃ ରାଜନୀତି କରିପାରିବେ ବୋଲି କୁହାଯାଉଛି। ରାଜ୍ୟପାଳ ପଦ ଛାଡିବା ପରେ ବହୁ ନେତାମାନେ ଭାଜପାରେ ସଂଗଠନ ରାଜନୀତି କରିଆସୁଛନ୍ତି। ଏହି ତାଲିକାରେ କେଶରିନାଥ ତ୍ରିପାଠୀ ଏବଂ ରାମ ନାୟକ ଠାରୁ ଆରମ୍ଭ କରି ବେବି ରାନୀ ମୌର୍ଯ୍ୟ ପର୍ଯ୍ୟନ୍ତ ନାମ ରହିଛି।

୨୦୨୪ରେ ଝାଡଖଣ୍ଡରେ ପରାଜୟ ପରେ ଭାଜପା ସଂଗଠନରେ ଏକ ବଡ଼ ଶୂନ୍ୟସ୍ଥାନ ରହିଛି। ଦଳକୁ ରାଜ୍ୟ ସଭାପତିଙ୍କ ଠାରୁ ଝାଡଖଣ୍ଡର ବିରୋଧୀ ଦଳର ନେତା ଚୟନ କରିବାକୁ ପଡିବ। ରାଜ୍ୟ ଦାୟିତ୍ୱରେ ଥିବା ଲକ୍ଷ୍ମୀକାନ୍ତ ବାଜପେୟୀ କହିଛନ୍ତି ଯେ ଏହି ପଦବୀରେ ଚୟନ ଜାନୁଆରୀ ତୃତୀୟ ସପ୍ତାହ ସୁଦ୍ଧା କରାଯିବ। ତେବେ ରଘୁବର ଝାଡ଼ଖଣ୍ଡ ଭାଜପାର ରାଜ୍ୟ ସଭାପତି ରହିଛନ୍ତି। ଏଭଳି ପରିସ୍ଥିତିରେ ସେ ପୁଣି ସାଂଗଠନିକ ଦାୟିତ୍ୱରେ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଦାସଙ୍କ ବୋହୂ ପୂର୍ଣ୍ଣିମା ବିଧାନସଭା ଜିତି ବିଧାୟକ ହୋଇଛନ୍ତି। ଏଭଳି ପରିସ୍ଥିତିରେ, ରଘୁବରଙ୍କ ଝାଡଖଣ୍ଡକୁ ଫେରିବା, ଭାଜପା ପରିବାରବାଦ ପ୍ରସଙ୍ଗରେ ଛନ୍ଦି ହୋଇପାରେ।

ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ରଘୁବର ଦାସ ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ତାଙ୍କର ପ୍ରଥମ ବୟାନ ସାମ୍ନାକୁ ଆସିଛି। ସେ ପୁରୀରୁ କହିଛନ୍ତି, ମହାପ୍ରଭୁଙ୍କ କୃପାରୁ ମୋତେ ଓଡ଼ିଶାର ସେବା କରିବାର ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ଏହା ପରେ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ଭାଜପାର ଜଣେ ଶୃଙ୍ଖଳିତ କର୍ମୀ ଭାବେ ମୁଁ ତାକୁ ଗ୍ରହଣ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri