ଝାଡଖଣ୍ଡ ନା ଦିଲ୍ଲୀ…ରଘୁବରଙ୍କୁ ବଡ଼ ଦାୟିତ୍ୱ!

ନୂଆଦିଲ୍ଲୀ,୨୫।୧୨: ଓଡିଶାରେ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ରଘୁବର ଦାସଙ୍କୁ ନେଇ ଦିଲ୍ଲୀରୁ ରାଞ୍ଚି ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି। ଏନେଇ ଅନେକ ରାଜନୈତିକ କଳ୍ପନାଜଳ୍ପନା ଚାଲିଛି। ରଘୁବର ଏହି ସମୟରେ ଇସ୍ତଫା ଦେଇଛନ୍ତି ଯେତେବେଳେ ଭାରତୀୟ ଜନତା ପାର୍ଟିର ରାଜ୍ୟରୁ ଜାତୀୟ ସ୍ତର ଯାଏ ସାଂଗଠନିକ ନିର୍ବାଚନ ହେବାକୁ ଯାଉଛି। କହିରଖୁଛୁ କି, ରାଜ୍ୟପାଳ ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ମୁଖ୍ୟମନ୍ତ୍ରୀ ଏବଂ ଝାଡଖଣ୍ଡ ଭାଜପାର ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରିଥିଲେ।

୨୦୨୩ ଅକ୍ଟୋବର ୩୧ରେ ସେ ଓଡିଶାର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ଏହାର ଠିକ୍‌ ୧୪ ମାସ ମଧ୍ୟରେ ସେ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ଚର୍ଚ୍ଚା ଝାଡଖଣ୍ଡ ନିର୍ବାଚନ ପରେ ଏବଂ ସଂଗଠନ ନିର୍ବାଚନ ପୂର୍ବରୁ ହେଉଛି। ଏହି କାରଣରୁ କେବଳ ଝାଡଖଣ୍ଡରେ ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ଶ୍ରମିକ ସଂଗଠନରୁ ନିଜର ରାଜନୈତିକ କ୍ୟାରିଅର୍‌ ଆରମ୍ଭ କରିଥିବା ଦାସଙ୍କୁ ସଂଗଠନର ନେତା ଭାବରେ ବିବେଚନା କରାଯାଏ। ୨୦୧୪ରେ, ଭାଜପା ଝାଡଖଣ୍ଡରେ ଏକ ବଡ଼ ବିଜୟ ହାସଲ କରିଥିଲା। ସାଂଗଠନିକ ସ୍ତରରେ ଏହି ବିଜୟରେ ଦାସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ପରେ ଦାସଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲା। କିନ୍ତୁ ୨୦୧୯ରେ ଏହି ବାଜି ପଲଟି ଯାଇଥିଲା।

ବର୍ତ୍ତମାନ ରଘୁବରଙ୍କୁ ନେଇ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇନାହିଁ। ଦାସ ଏପର୍ଯ୍ୟନ୍ତ ଭାଜପାରେ ଯୋଗଦେବା ବିଷୟରେ କିଛି କହିନାହାଁନ୍ତି। ତେବେ ଭାଜପାରେ ଯୋଗ ଦେଇ ସେ ପୁନଃ ରାଜନୀତି କରିପାରିବେ ବୋଲି କୁହାଯାଉଛି। ରାଜ୍ୟପାଳ ପଦ ଛାଡିବା ପରେ ବହୁ ନେତାମାନେ ଭାଜପାରେ ସଂଗଠନ ରାଜନୀତି କରିଆସୁଛନ୍ତି। ଏହି ତାଲିକାରେ କେଶରିନାଥ ତ୍ରିପାଠୀ ଏବଂ ରାମ ନାୟକ ଠାରୁ ଆରମ୍ଭ କରି ବେବି ରାନୀ ମୌର୍ଯ୍ୟ ପର୍ଯ୍ୟନ୍ତ ନାମ ରହିଛି।

୨୦୨୪ରେ ଝାଡଖଣ୍ଡରେ ପରାଜୟ ପରେ ଭାଜପା ସଂଗଠନରେ ଏକ ବଡ଼ ଶୂନ୍ୟସ୍ଥାନ ରହିଛି। ଦଳକୁ ରାଜ୍ୟ ସଭାପତିଙ୍କ ଠାରୁ ଝାଡଖଣ୍ଡର ବିରୋଧୀ ଦଳର ନେତା ଚୟନ କରିବାକୁ ପଡିବ। ରାଜ୍ୟ ଦାୟିତ୍ୱରେ ଥିବା ଲକ୍ଷ୍ମୀକାନ୍ତ ବାଜପେୟୀ କହିଛନ୍ତି ଯେ ଏହି ପଦବୀରେ ଚୟନ ଜାନୁଆରୀ ତୃତୀୟ ସପ୍ତାହ ସୁଦ୍ଧା କରାଯିବ। ତେବେ ରଘୁବର ଝାଡ଼ଖଣ୍ଡ ଭାଜପାର ରାଜ୍ୟ ସଭାପତି ରହିଛନ୍ତି। ଏଭଳି ପରିସ୍ଥିତିରେ ସେ ପୁଣି ସାଂଗଠନିକ ଦାୟିତ୍ୱରେ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଦାସଙ୍କ ବୋହୂ ପୂର୍ଣ୍ଣିମା ବିଧାନସଭା ଜିତି ବିଧାୟକ ହୋଇଛନ୍ତି। ଏଭଳି ପରିସ୍ଥିତିରେ, ରଘୁବରଙ୍କ ଝାଡଖଣ୍ଡକୁ ଫେରିବା, ଭାଜପା ପରିବାରବାଦ ପ୍ରସଙ୍ଗରେ ଛନ୍ଦି ହୋଇପାରେ।

ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ରଘୁବର ଦାସ ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ତାଙ୍କର ପ୍ରଥମ ବୟାନ ସାମ୍ନାକୁ ଆସିଛି। ସେ ପୁରୀରୁ କହିଛନ୍ତି, ମହାପ୍ରଭୁଙ୍କ କୃପାରୁ ମୋତେ ଓଡ଼ିଶାର ସେବା କରିବାର ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ଏହା ପରେ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ଭାଜପାର ଜଣେ ଶୃଙ୍ଖଳିତ କର୍ମୀ ଭାବେ ମୁଁ ତାକୁ ଗ୍ରହଣ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?