ମିମ୍‌ସାର କାର୍ଯ୍ୟକ୍ଷମ ଆଶା ଉଜ୍ଜୀବିତ

ତାଳଚେର/ ଅନୁଗୋଳ ଅଫିସ,୧୧।୫ – ଅନୁଗୋଳ ଜିଲା ତାଳଚେରଠାରେ ନିର୍ମାଣ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ମହାନଦୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ମିମ୍‌ସାର) ଶୀଘ୍ର କାର୍ଯ୍ୟକ୍ଷମ ଦିଗରେ ଆଶା ଉଜ୍ଜୀବିତ ହୋଇଛି। ମଙ୍ଗଳବାର ତାଳଚେର ବନ୍ଦ ପାଳନ କରୁଥିବା ତାଳଚେର ସୁରକ୍ଷା ମଞ୍ଚ ସହ ଅନୁଷ୍ଠିତ ଏକ ବୈଠକରେ ଜିଲା ପ୍ରଶାସନ ପକ୍ଷରୁ ମିମ୍‌ସାର ପରିଚାଳନା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା କୁହାଯାଇଛି। ଏପରି କି କେବଳ ବାର୍ଷିକ ଖର୍ଚ୍ଚ ବହନ ନେଇ ଏମ୍‌ସିଏଲ୍‌ ଲିଖିତ ପ୍ରତିଶ୍ରୁତିକୁ ଅପେକ୍ଷା କରାଯାଇଛି ବୋଲି ପ୍ରଶାସନ କହିବା ପରେ ମିମ୍‌ସାର ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ପ୍ରଶାସନର ଏହି ସୂଚନା ପରେ ତାଳଚେର ବନ୍ଦ ପାଳନ ଅଧାରୁ ପ୍ରତ୍ୟାହୃତ ହୋଇଛି।
ପ୍ରକାଶ ଯେ, ମିମ୍‌ସାର ତୁରନ୍ତ କାର୍ଯ୍ୟକ୍ଷମ, ତାଳଚେର ଷ୍ଟେଶନ ଠାରୁ ଅନୁଗୋଳ ପର୍ଯ୍ୟନ୍ତ ନୂତନ ରେଳପଥ ନିର୍ମାଣ ଏବଂ ତାଳଚେର-ପୁରୀ ପାସେଞ୍ଜରକୁ ଏନ୍‌ଟିପିସି କଣିହାଁ ପର୍ଯ୍ୟନ୍ତ ସମ୍ପ୍ରସାରଣ ଦାବି ନେଇ ତାଳଚେର ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର ସାହୁଙ୍କ ନେତୃତ୍ୱରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ପାଳନ କରାଯାଇଥିଲା। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଏଥିରେ ସାମିଲ ହୋଇଥିଲେ। ଫଳରେ ଆନ୍ଦୋଳନର ପ୍ରଭାବ ତାଳଚେର କୋଇଲା ଖଣି ଅଞ୍ଚଳ ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଦେଖିବାକୁ ମିଳିଥିଲା। କୋଇଲା ଖଣିର ଉତ୍ପାଦନ ବ୍ୟାହତ ହେବା ସହ ପରିବହନ ବାଧାପ୍ରାପ୍ତ ହୋଇଥିଲା। ପରେ ଏ ନେଇ ଅନୁଗୋଳ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ତାଳଚେର ବିଧାୟକ ପ୍ରଧାନ, ଏମ୍‌ସିଏଲ୍‌ ଓ ରେଲ୍‌ଓ୍ବେର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ। ବୈଠକରେ ଜିଲାପାଳ କହିଥିଲେ ଯେ, ମିମ୍‌ସାର କାର୍ଯ୍ୟକ୍ଷମ ନେଇ ରାଜ୍ୟ ସରକାର ଓ ଏମ୍‌ସିଏଲ୍‌ ମଧ୍ୟରେ ପୂର୍ବରୁ ଆଲୋଚନା ସରିଛି। ଏମ୍‌ସିଏଲ୍‌ ବାର୍ଷିକ ପରିଚାଳନା ବାବଦ ଖର୍ଚ୍ଚ ବହନ ନେଇ ଲିଖିତ ଭାବେ ଜଣାଇବା ପରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଏ ନେଇ ସରକାର ପ୍ରସ୍ତୁତ ଥିବା ଜିଲାପାଳ ପ୍ରକାଶ କରିଥିଲେ। ସେହିପରି ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର ସାହୁ କହିଛନ୍ତି, ମେଡିକାଲ କଲେଜ ରାଜ୍ୟ ସରକାର ପରିଚାଳନା କରିବେ ବୋଲି ଏମ୍‌ସିଏଲ୍‌ ଓ ଜିଲା ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଯାଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri