ପାର୍କିଂସ୍ଥଳର ଅପବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଦିନକୁ ଦିନ ଯାନବାହାନ ସଂଖ୍ୟା ବଢ଼ୁଥିବାବେଳେ ଟ୍ରାଫିକ ସମସ୍ୟା ଅଣାୟତ୍ତ ହେଉଛି। କେଉଁ କାରଣରୁ ଟ୍ରାଫିକ ସମସ୍ୟା ଅଧିକ ହେଉଛି, ସେନେଇ ବିଏମ୍‌ସି ତର୍ଜମା କରୁଛି। ଏହି କ୍ରମରେ ସହରରେ ଥିବା ବିଭିନ୍ନ ଆପାର୍ଟମେଣ୍ଟ, ବ୍ୟବସାୟିକ ପ୍ରତିଷ୍ଠାନ, ଶପିଂ ମଲ୍‌ ଓ ଅନ୍ୟାନ୍ୟ ଅନୁଷ୍ଠାନ ଉଦ୍ଦେଶ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସବୁ ସ୍ଥାନରେ ପାର୍କିଂ ପାଇଁ ଉଦ୍ଦିଷ୍ଟ ସ୍ଥାନର ଅପବ୍ୟବହାର କଲେ ବା ପାର୍କିଂ ପରିବର୍ତ୍ତେ ଅନ୍ୟ କାର୍ଯ୍ୟରେ ଲଗାଇଲେ ସମ୍ପୃକ୍ତ ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସହରର ଅଧିକାଂଶ ଆପାର୍ଟମେଣ୍ଟ ତଥା ବ୍ୟବସାୟିକ ପ୍ରତିଷ୍ଠାନର ବେସମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର୍‌ କିମ୍ବା ଏହାର ପରିସରରେ ଖାଲି ସ୍ଥାନକୁ ପାର୍କିଂ ପାଇଁ ବ୍ୟବହାର କରିବା ପାଇଁ ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ବିଲ୍ଡିିଂ ପ୍ଲାନିଂରେ ଦର୍ଶାଯାଇଛି। ହେଲେ ମାଲିକମାନେ ଏଥିରେ ଖିଲାପ କରୁଥିବା ବିଏମ୍‌ସିର ଦୃଷ୍ଟିଗୋଚର ହେବା ପରେ ଏପରି ପଦକ୍ଷେପ ନିଆଯାଇଛି। ଉକ୍ତ ସ୍ଥାନଗୁଡ଼ିକୁ କେହି ଷ୍ଟୋର ଭାବେ ବ୍ୟବହାର କରୁଥିବାବେଳେ ଅନ୍ୟ କେହି ଏଠାରେ ନିର୍ମାଣ କରି ଅନ୍ୟ କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଫଳରେ ଏଠାକୁ ଆସୁଥବା ଗାଡ଼ି ରାସ୍ତାରେ ପାର୍କିଂ କରୁଥିବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଛି। ତେଣୁ ଡିସେମ୍ବର ୧୯ ତାରିଖ ପୂର୍ବରୁ ଏହି ଖିଲାପକାରୀମାନେ ପାର୍କିଂ ସ୍ଥାନକୁ ଖାଲି କରି କେବଳ ପାର୍କିଂ ପାଇଁ ବ୍ୟବହାର କରିବାକୁ ଜାରି ହୋଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି। ସୂଚନା ଥାଉକି, ବିଭିନ୍ନ ପ୍ରତିଷ୍ଠାନର ନିଜସ୍ବ ପାର୍କିଂ ଲଟ୍‌କୁ ବାଦ ଦେଲେ ସହରରେ ବିଏମ୍‌ସି ପକ୍ଷରୁ ପୂର୍ବରୁ ୪୨ ଟ୍ରାଫିକ୍‌ ଲଟ୍‌ କାର୍ଯ୍ୟକ୍ଷମ ରହିଛି। ନିକଟରେ ଦକ୍ଷିଣ-ପୂର୍ବ ଜୋନ୍‌ରେ ଆଉ ଏକ ପାର୍କିଂସ୍ଥଳୀ କାର୍ଯ୍ୟକ୍ଷମ ହୋଇଛି। ସେହିପରି ଅନ୍ୟ ୩୨ଟି ଟ୍ରାଫିକ୍‌ ଜୋନ୍‌ ଟେଣ୍ଡର ପ୍ରକ୍ରିୟା ସମାପନ ହେବା ପରେ ଅନ୍ୟ ୩୨ଟି ସ୍ଥାନରେ ପାର୍କିଂ ସୁବିଧା ଉପଲବ୍ଧ ହେବ। ତେବେ ବର୍ତ୍ତମାନ ଏପରି ଅନ୍ୟ ୧୧ଟି ସ୍ଥାନରେ ପାର୍କିଂ ଲଟ୍‌ ରହିଥିବାବେଳେ ତାହା କାର୍ଯ୍ୟକ୍ଷମ ହୋଇନାହିଁ। ତେବେ ସମସ୍ତ ପାର୍କିଂ ଲଟ୍‌ କାର୍ଯ୍ୟକ୍ଷମ ହେଲେ ମୋଟ ୮୬ଟି ସ୍ଥାନରେ ପାର୍କିଂ କରାଯାଇପାରିବ। ଏହାଦ୍ୱାରା ବିଏମ୍‌ସିର ଆୟ ମଧ୍ୟ ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri