ବେଆଇନ ବାଲି ଚୋରାଚାଲଣ ବେଳେ ଧରପଗଡ: ୫ ଲକ୍ଷ ୩୦ ହଜାର ଟଙ୍କା ଫାଇନ ଆଦାୟ

ଭବାନୀପାଟଣା,୨୦।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ତହସିଲରେ ବେଆଇନ ଭାବେ ବାଲି ଓ ପଥର ଚୋରାଚାଲାଣ ରୋକିବା ପାଇଁ ଜିଲା ମାଇନିଂ(ଖଣି) ବିଭାଗ ଅଣ୍ଟା ଭିଡିଛି। ଜିଲାରେ ଏସବୁ ରୋକିବା ପାଇଁ ଆକ୍ସନ ମୁଡକୁ ଓହ୍ଲାଇଛି ଖଣି ବିଭାଗ। ଏଥିପାଇଁ ଜିଲାରେ ଖଣି ବିଭାଗ ସମେତ ରାଜସ୍ବ ବିଭାଗ ଓ ପୋଲିସ କର୍ମଚାରୀଙ୍କୁ ନେଇଁ ୨ଟି ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି।

ରବିବାର ରାତିରେ ଭବାନୀପାଟଣା ତହସିଲରେ ଚଢାଉ ସମୟରେ ୪ଟି ଟ୍ରାକ୍ଟର ଠାରୁ ୯୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବାବେଳେ ୨ ଟି ହାଇଓ୍ବା ଠାରୁ ୨ ଲକ୍ଷ ଟଙ୍କା ଫାଇନ ଆଦାୟ କରାଯାଇଛି । ସେହିପରି ସୋମବାର ଥୁଆମୁଲ ରାମପୁର ତହସିଲରେ ଚଢାଉ କରାଯାଇ ୩ଟି ଟ୍ରାକ୍ଟରରୁ ୧ଲକ୍ଷ ୨୦ ହଜାର ଓ ଗୋଟିଏ ହାଇଓ୍ବା ଠାରୁ ୧ଲକ୍ଷ ୨୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ଏହାସହ କଲମପୁର ତହସିଲ ଅଞ୍ଚଳରେ ଗୋଟିଏ ଟ୍ରାକ୍ଟରକୁ ଜବତ କରାଯାଇ ସ୍ଥାନୀୟ ଥାନାରେ ଜିମା ଦିଆଯାଇଛି । ସମୁଦାୟ ୭ଟି ଟ୍ରାକ୍ଟର ଓ ୩ଟି ହାଇଓ୍ବାରୁ ୫ଲକ୍ଷ ୩୦ହଜାର ଫାଇନ ଆଦାୟ କରାଯାଇଛି ।

ଭବାନୀପାଟଣା ତହସିଲ ଅଞ୍ଚଳରେ ଚଢ଼ାଉରେ କଳାହାଣ୍ଡି ଖଣି ଉପନିର୍ଦ୍ଦେଶକ ବିଶ୍ବନାଥ ସୋରେନ ଓ ତାଙ୍କ ଟିମ୍ ସ୍ଥାନୀୟ ତହସିଲାଦାର ଶୁଭସ୍ମିତା ମିଶ୍ର ଓ ତାଙ୍କ ଟିମ୍ ସମେତ ପୋଲିସ କର୍ମଚାରୀ ସାମିଲ ଥିଲେ । ସେହିପରି ଥୁଆମୁଳ ରାମପୁର ଓ କଲମପୁର ତହସିଲ ଅଞ୍ଚଳରେ ହୋଇଥିବା ଚଢାଉରେ ଖଣି ଅଧିକାରୀ ମୁରଲୀଧର ନାଏକ, କ୍ଷେତ୍ର ଅଧିକାରୀ ମଳୟ ରଞ୍ଜନ ବିଶ୍ବାଲ ସମେତ ସ୍ଥାନୀୟ ତହସିଲଦାର ଓ ପୋଲିସ କର୍ମଚାରୀ ସାମିଲ ଥିଲେ । କଳାହାଣ୍ଡି ଜିଲା ଖଣି ବିଭାଗ କାର୍ଯ୍ୟାଳୟରେ କମ୍ ସଂଖ୍ୟକ କର୍ମଚାରୀ ଥିବା ସତ୍ତ୍ବେ ମଧ୍ୟ ବିଭିନ୍ନ ଅଞ୍ଚଳରେ ଏପରି ଚଢାଉକୁ ନେଇଁ ଜିଲାରେ ଚୋରାଚାଲାଣ କରୁଥିବା ବାଲି ଓ ପଥର ମାଫିଆଙ୍କ ମଧ୍ୟରେ ଭୟର ବାତା ବରଣ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?