ମିଲର୍ସ ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୩ା୧: ଗତ ୧୨ତାରିଖରୁ ଝାରସୁଗୁଡା ଜିଲାରେ ଖରିଫ ଧାନକିଣା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କ ନିକଟରୁ ୪ଲକ୍ଷ ୬୯ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଯୋଗାଣ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଜିଲାରେ ସମୁଦାୟ ୬୭ ମଣ୍ଡି ଖୋଲିଥିବାବେଳେ ଏଥିମଧ୍ୟରେ ୩୨ ପ୍ୟାକ୍ସରେ ୩୪ମଣ୍ଡି ଓ ୩୩ ଏସ୍‌ଏଚ୍‌ଜି ଗ୍ରୁପ୍‌ ରହିଛନ୍ତି। ଜାନୁୟାରୀ ୨ତାରିଖ ସୁଦ୍ଧା ୫,୫୪୫ ଚାଷୀଙ୍କ ନିକଟରୁ ସମୁଦାୟ ୨,୪୨,୪୫୮ କୁଇଣ୍ଟାଲ ଧାନ କିଣା ହୋଇଛି। ହେଲେ ଧାନ କିଣା ଆରମ୍ଭରୁ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିଧ୍ୟରେ କଟ୍‌ନୀଛଟ୍‌ନୀ, ମଣ୍ଡିରୁ ଧାନ ଉଠାଣରେ ବିଳମ୍ବ, ଧାନ ବିକ୍ରି ପୂର୍ବରୁ ଚାଷୀଙ୍କୁ ବସ୍ତା ଯୋଗାଣରେ ଅନିୟମିତତା, ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବା ଚାଷୀଙ୍କୁ ଟୋକନ୍‌ ମିଳିବାରେ ବିଳମ୍ବ ଆଦି ରହିଛି। ଏହାକୁ ନେଇ ବିଭିନ୍ନ ମଣ୍ଡିରେ ଯୋଗାଣ ବିଭାଗ, ମିଲର୍ସ, ପ୍ୟାକ୍ସ ଓ ଚାଷୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । ଏହାକୁ ନେଇ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ତରଫରୁ ଏକ ଜରୁରୀ ବୈଠକ ଆହ୍ବାନ କରାଯାଇଥିଲା ।
ମନ୍ତ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ଜିଲା ଡିଏମ୍‌ଏଫ୍‌ ସମ୍ମିଳନୀ କକ୍ଷରେ ଏହି ବୈଠକ ହୋଇଥିଲା। ଏଥିରେ ଜିଲାପାଳ ସରୋଜ କୁମାର ସାମଲ, ଅତିରିକ୍ତ ଜିଲାପାଳ ପ୍ରବୀର କୁମାର ନାୟକ, ଭାରପ୍ରାପ୍ତ ଜିଲା ଯୋଗାଣ ଅଧିକାରୀ ବିଦୁର ଚରଣ ବଛେର, ସହକାରୀ ଯୋଗାଣ ଅଧିକାରିଣୀ ସନ୍ତୋଷିନୀ ପଣ୍ଡା, ଚାଷୀନେତା ଦିଲୀପ ବଢେଇ, ହେମନ୍ତ ସାଗର କୁମୁରା, ଶରତ ପଟେଲ ପ୍ରମୁଖଙ୍କ ସମେତ ଜିଲାର ମଲର୍ସମାନେ ଉପସ୍ଥିତ ଥିଲେ। ଧାନ ବିକ୍ରିକୁ ନେଇ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ମନ୍ତ୍ରୀ ଦାସ କଟ୍‌ନୀଛଟ୍‌ନୀ ନ କରିବା, ଚାଷୀମାନଙ୍କୁ ଧାନ ବିକ୍ରି ପୂର୍ବରୁ ମିଲର୍ସମାନେ ବସ୍ତା ଯୋଗାଇଦେବା, ମଣ୍ଡିରୁ ନିୟମିତ ଧାନ ଉଠାଇବା ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ। ମିଲର୍ସମାନଙ୍କୁ ତାଗିଦ କରିବା ସହ ଏଥିରେ ଖିଲାପକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସେ ଆଉ କହିଛନ୍ତି, ଧାନ କିଣିବାବେଳେ ଏଫ୍‌ସିଆଇ ଚାଷୀଙ୍କ ଧାନକୁ ରିଜେକ୍ଟ କରିଦେଉଛି। ଏ ନେଇ ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି। ଜିଲାପାଳ ସାମଲ କହିଛନ୍ତି, ବସ୍ତା ଯୋଗାଇଦେବା ପାଇଁ ମିଲର୍ସମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଧାନକିଣା ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏହା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯିବ। ଜିଲାରେ ଚାଷୀଙ୍କ ନିକଟରୁ ଧାନ କିଣାରେ କୌଣସି ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ବୈଠକରେ ଲଇକେରା, କୋଲାବିରା, କିର୍ମିରା ଓ ଝାରସୁଗୁଡା ବ୍ଲକ୍‌ର ଚାଷୀ ପ୍ରତିନିଧି ଯୋଗଦେଇଥିଲେ। ହେଲେ ଲଖନପୁର ବ୍ଲକ୍‌ର ଚାଷୀ ପ୍ରତିନିଧି ବିଳମ୍ବରେ ପହଞ୍ଚତ୍ଥିଲେ। ସେତେବେଳକୁ ବୈଠକ ଶେଷ ହୋଇଯାଇଥିଲା। ଜିଲା ପ୍ରଶାସନର ଏଭଳି ତରବରିଆ ବୈଠକକୁ ଚାଷୀନେତା ବଢେଇ ନାପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri