ମିଲର୍ସ ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୩ା୧: ଗତ ୧୨ତାରିଖରୁ ଝାରସୁଗୁଡା ଜିଲାରେ ଖରିଫ ଧାନକିଣା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଚାଷୀଙ୍କ ନିକଟରୁ ୪ଲକ୍ଷ ୬୯ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଯୋଗାଣ ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଜିଲାରେ ସମୁଦାୟ ୬୭ ମଣ୍ଡି ଖୋଲିଥିବାବେଳେ ଏଥିମଧ୍ୟରେ ୩୨ ପ୍ୟାକ୍ସରେ ୩୪ମଣ୍ଡି ଓ ୩୩ ଏସ୍‌ଏଚ୍‌ଜି ଗ୍ରୁପ୍‌ ରହିଛନ୍ତି। ଜାନୁୟାରୀ ୨ତାରିଖ ସୁଦ୍ଧା ୫,୫୪୫ ଚାଷୀଙ୍କ ନିକଟରୁ ସମୁଦାୟ ୨,୪୨,୪୫୮ କୁଇଣ୍ଟାଲ ଧାନ କିଣା ହୋଇଛି। ହେଲେ ଧାନ କିଣା ଆରମ୍ଭରୁ ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିଧ୍ୟରେ କଟ୍‌ନୀଛଟ୍‌ନୀ, ମଣ୍ଡିରୁ ଧାନ ଉଠାଣରେ ବିଳମ୍ବ, ଧାନ ବିକ୍ରି ପୂର୍ବରୁ ଚାଷୀଙ୍କୁ ବସ୍ତା ଯୋଗାଣରେ ଅନିୟମିତତା, ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବା ଚାଷୀଙ୍କୁ ଟୋକନ୍‌ ମିଳିବାରେ ବିଳମ୍ବ ଆଦି ରହିଛି। ଏହାକୁ ନେଇ ବିଭିନ୍ନ ମଣ୍ଡିରେ ଯୋଗାଣ ବିଭାଗ, ମିଲର୍ସ, ପ୍ୟାକ୍ସ ଓ ଚାଷୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । ଏହାକୁ ନେଇ ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ତରଫରୁ ଏକ ଜରୁରୀ ବୈଠକ ଆହ୍ବାନ କରାଯାଇଥିଲା ।
ମନ୍ତ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ଜିଲା ଡିଏମ୍‌ଏଫ୍‌ ସମ୍ମିଳନୀ କକ୍ଷରେ ଏହି ବୈଠକ ହୋଇଥିଲା। ଏଥିରେ ଜିଲାପାଳ ସରୋଜ କୁମାର ସାମଲ, ଅତିରିକ୍ତ ଜିଲାପାଳ ପ୍ରବୀର କୁମାର ନାୟକ, ଭାରପ୍ରାପ୍ତ ଜିଲା ଯୋଗାଣ ଅଧିକାରୀ ବିଦୁର ଚରଣ ବଛେର, ସହକାରୀ ଯୋଗାଣ ଅଧିକାରିଣୀ ସନ୍ତୋଷିନୀ ପଣ୍ଡା, ଚାଷୀନେତା ଦିଲୀପ ବଢେଇ, ହେମନ୍ତ ସାଗର କୁମୁରା, ଶରତ ପଟେଲ ପ୍ରମୁଖଙ୍କ ସମେତ ଜିଲାର ମଲର୍ସମାନେ ଉପସ୍ଥିତ ଥିଲେ। ଧାନ ବିକ୍ରିକୁ ନେଇ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ମନ୍ତ୍ରୀ ଦାସ କଟ୍‌ନୀଛଟ୍‌ନୀ ନ କରିବା, ଚାଷୀମାନଙ୍କୁ ଧାନ ବିକ୍ରି ପୂର୍ବରୁ ମିଲର୍ସମାନେ ବସ୍ତା ଯୋଗାଇଦେବା, ମଣ୍ଡିରୁ ନିୟମିତ ଧାନ ଉଠାଇବା ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ। ମିଲର୍ସମାନଙ୍କୁ ତାଗିଦ କରିବା ସହ ଏଥିରେ ଖିଲାପକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସେ ଆଉ କହିଛନ୍ତି, ଧାନ କିଣିବାବେଳେ ଏଫ୍‌ସିଆଇ ଚାଷୀଙ୍କ ଧାନକୁ ରିଜେକ୍ଟ କରିଦେଉଛି। ଏ ନେଇ ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି। ଜିଲାପାଳ ସାମଲ କହିଛନ୍ତି, ବସ୍ତା ଯୋଗାଇଦେବା ପାଇଁ ମିଲର୍ସମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ଧାନକିଣା ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏହା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରାଯିବ। ଜିଲାରେ ଚାଷୀଙ୍କ ନିକଟରୁ ଧାନ କିଣାରେ କୌଣସି ସମସ୍ୟା ରହିବ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ବୈଠକରେ ଲଇକେରା, କୋଲାବିରା, କିର୍ମିରା ଓ ଝାରସୁଗୁଡା ବ୍ଲକ୍‌ର ଚାଷୀ ପ୍ରତିନିଧି ଯୋଗଦେଇଥିଲେ। ହେଲେ ଲଖନପୁର ବ୍ଲକ୍‌ର ଚାଷୀ ପ୍ରତିନିଧି ବିଳମ୍ବରେ ପହଞ୍ଚତ୍ଥିଲେ। ସେତେବେଳକୁ ବୈଠକ ଶେଷ ହୋଇଯାଇଥିଲା। ଜିଲା ପ୍ରଶାସନର ଏଭଳି ତରବରିଆ ବୈଠକକୁ ଚାଷୀନେତା ବଢେଇ ନାପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri