୧୨ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜଧାନୀରେ ଶାନ୍ତିଶୃଙ୍ଖଳାର ସହ ପୌର ନିର୍ବାଚନ ସମ୍ପନ୍ନ ନିମନ୍ତେ ମଡେଲ କୋଡ୍‌ ଅଫ କଣ୍ଡକ୍ଟ ଲାଗୁ ହେବା ପରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲା ତରଫରୁ ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ ଆରମ୍ଭ ହୋଇଛି। ଫେବୃୟାରୀ ୫ରୁ ଏହି ଡ୍ରାଇଭ ଆରମ୍ଭ ହୋଇଥିବାବେଳେ ପୌର ନିର୍ବାଚନ ଶେଷ ପର୍ଯ୍ୟନ୍ତ ଚାଲିବ। ଫେବୃୟାରୀ ୨୫ରୁ ମାର୍ଚ୍ଚ ୧୦ ତାରିଖ ମଧ୍ୟରେ ନିର୍ବାଚନୀ ହିଂସାକୁ ନେଇ ୭ଟି ମାମଲା ରୁଜୁ କରାଯାଇଛି। ସେଥିମଧ୍ୟରୁ ଲକ୍ଷ୍ମୀସାଗର ଥାନାରେ ୪ଟି ମାମଲା ରହିଛି। ମାର୍ଚ୍ଚ ୧୫ରେ ଗୋଟିଏ ମାମଲା ରୁଜୁ ହୋଇଛି। ମାର୍ଚ୍ଚ ୧୪ ଓ ୧୮ରେ ବଡ଼ଗଡ଼ ଥାନା ଓ ନୟାପଲ୍ଲୀ ଥାନାରେ ୨ଟି ମାମଲା ରୁଜୁ କରାଯାଇଛି। ମାର୍ଚ୍ଚ ୧୧ରୁ ୨୧ତାରିଖ ମଧ୍ୟରେ ୨୫ଟି ୱାରେଣ୍ଟ କାର୍ଯ୍ୟକାରୀ କରାଯିବା ସହ ୩୬ଟି ୱାରେଣ୍ଟକୁ କୋର୍ଟଙ୍କୁ ହସ୍ତାନ୍ତର କରାଯାଇଛି। ୩୬ଟି ମାମଲାରେ ଶାନ୍ତି ଭଙ୍ଗକାରୀ ବ୍ୟକ୍ତିଙ୍କ ବିରୋଧରେ ୧୦୭ ସିଆର୍‌ପିସି ଏବଂ ୧୨ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ୧୧୦ ସିଆର୍‌ପିସି ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୧୧୧ଟି ବେଆଇନ ମଦ କାରବାର ବିରୋଧରେ ମାମଲା ରୁଜୁ ସହ ୭୨ଜଣଙ୍କୁ ଗିରଫ କରାଯାଇଛି। ମାର୍ଚ୍ଚ ୧୧ରୁ ଏଯାବତ ୨୯୯. ୬୭ ଲିଟର ନକଲି ଦେଶୀ ମଦ ଏବଂ ୧ କ୍ୱିଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରାଯାଇଛି।
ସୂଚନାନୁଯାୟୀ, ଫେବୃୟାରୀ ୨୫ରୁ ମାର୍ଚ୍ଚ ୯ ତାରିଖ ମଧ୍ୟରେ ୩ଟି ନିର୍ବାଚନୀ ହିଂସାଜନିତ ମାମଲା ରୁଜୁ କରାଯାଇଛି। ୧୫ଟି ୱାରେଣ୍ଟ କାର୍ଯ୍ୟକାରୀ କରାଯିବା ସହ ୨୫ଟି ୱାରେଣ୍ଟକୁ କୋର୍ଟଙ୍କୁ ହସ୍ତାନ୍ତର କରାଯାଇଛି। ସେହିଭଳି ୫ଟି ମାମଲାରେ ଶାନ୍ତି ଭଙ୍ଗକାରୀ ବ୍ୟକ୍ତିଙ୍କ ବିରୋଧରେ ୧୦୭ ସିଆର୍‌ପିସି ଏବଂ ୫ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ୧୧୦ ସିଆର୍‌ପିସି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇଛି। ଏଥିସହ ୯୨ଟି ବେଆଇନ ମଦ କାରବାର ବିରୋଧରେ ମାମଲା ରୁଜୁ କରାଯାଇ ୭୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୧ ଜଣଙ୍କୁ ୪୧ ସିଆରପିସି ଅନୁଯାୟୀ ନୋଟିସ କରାଯାଇଛି। ଫେବୃୟାରୀ ୨୫ରୁ ମାର୍ଚ୍ଚ ୧୦ ମଧ୍ୟରେ ୧୪୪୬.୨୨ ଲିଟର ଦେଶୀମଦ, ୪୦୮.୨୦୫ ଲିଟର ବିଦେଶୀ ମଦ ଏବଂ ୬୦୯. ୩୫ ଲିଟର ନକଲି ଦେଶୀ ମଦ ଜବତ ହୋଇଛି। ଲକ୍ଷ୍ମୀସାଗର ଥାନା ଓ ତମାଣ୍ଡୋ ଥାନା ଦ୍ୱାରା ୧୬ ଗ୍ରାମ ବ୍ରାଉନସୁଗାର ଓ ୯୪ କେଜି ଗଞ୍ଜେଇ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri