ଭିଜିଲାନ୍ସ ଜାଲରେ ACSO, ଲାଞ୍ଚ ନେବାବେଳେ ରେଡ୍‌ ହ୍ୟାଣ୍ଡରେ ଧରାପଡ଼ିଲେ

କେନ୍ଦୁଝର,୨୭ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଚମ୍ପୁଆ ଅତିରିକ୍ତ ସିଭିଲ ସପ୍ଲାଏ ଅଧିକାରୀ (ACSO)।  ତାଙ୍କ ନାଁ ଭୂମାରାମ ମୁର୍ମୁ ବୋଲି ଜଣାପଡ଼ିଛି। ଆଜି ପୂର୍ବାହ୍ନରେ ଧାନକିଣା ବାବଦକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ମାଡ଼ି ବସିଥିଲା। ଧାନ ବିକ୍ରି ବିଲ୍‌ କରାଇ ଦେବାକୁ ଚାଷୀଙ୍କଠାରୁ ୧୫ ହଜାର ଟଙ୍କା ନେଉଥିଲେ। ହିରମୋହନ ନାଏକ, ଭୁଇପୂର୍‌ ଲ୍ୟାମ୍ପ ଏମଡିଙ୍କଠାରୁ ଏହି ଟଙ୍କା ନେଉଥିଲେ। ତାଙ୍କର ଦୁଇ ବର୍ଷ ଚାକିରି ଥିଲା।

Dharitri – Odisha’s No.1 Odia Daily

Share