ଏନ୍‌ଆଇଏନ୍‌ଏଲ୍‌ ଅଧିଗ୍ରହଣ ସମ୍ପନ୍ନ

ଯାଜପୁର ଅଫିସ/କଳିଙ୍ଗନଗର,୫ା୭ (ଡି.ଏନ.ଏ.):ଟାଟା ଷ୍ଟିଲ ଲଙ୍ଗ୍‌ ପ୍ରଡକ୍ଟସ୍‌ ଲିମିଟେଡ୍‌(ଟିଏସ୍‌ଏଲ୍‌ପିଏଲ୍‌) ପକ୍ଷରୁ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌)ର ୯୩.୭୧ ପ୍ରତିଶତ ଅଂଶଧନ ଅଧିଗ୍ରହଣ ସମ୍ପନ୍ନ ହୋଇଛି। ଟାଟା ଷ୍ଟିଲ ଲିମିଟେଡ୍‌ ପକ୍ଷରୁ ସୋମବାର ଏନେଇ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ଅର୍ଥ ମନ୍ତ୍ରଣାଳୟ ଅଧୀନ ଇନ୍‌ଭେଷ୍ଟମେଣ୍ଟ ଓ ପବ୍ଲିକ୍‌ ଆସେଟ୍‌ ମ୍ୟାନେଜମେଣ୍ଟ ବିଭାଗ (ଡିଆଇପିଏଏମ୍‌) ଦ୍ୱାରା ପରିଚାଳିତ ପ୍ରକ୍ରିୟାନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୦ରେ ଶେୟାର ବିକ୍ରି ଓ କ୍ରୟ ଚୁକ୍ତିନାମା ହୋଇଥିଲା। ଏଥିପାଇଁ ଟାଟା ଷ୍ଟିଲ ପକ୍ଷରୁ ମୋଟ ୧୨,୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏମ୍‌ଏମ୍‌ଟିସି, ଏନ୍‌ଏମ୍‌ଡିସି, ମେକନ୍‌, ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ୍‌, ଇଣ୍ଡଷ୍ଟ୍ରିଆଲ ପ୍ରମୋଶନ୍‌ ଆଣ୍ଡ ଇନ୍‌ଭେଷ୍ଟମେଣ୍ଟ କର୍ପୋରେଶନ୍‌ ଅଫ୍‌ ଓଡ଼ିଶା ଲିମିଟେଡ୍‌, ଓଡ଼ିଶା ମାଇନିଂ କର୍ପୋରେଶନ୍‌ ଲିମିଟେଡ୍‌ ଦ୍ୱାରା ଯୌଥ ପରିଚାଳନାରେ ବାର୍ଷିକ ୧ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଏନ୍‌ଆଇଏନ୍‌ଏଲ୍‌ ଏବେ ଟାଟା କମ୍ପାନୀ ହାତକୁ ଯାଇଛି। କଳିଙ୍ଗନଗରରେ ଅବସ୍ଥିତ ଟାଟା ଷ୍ଟିଲର ଅତ୍ୟାଧୁନିକ କାରଖାନା ନିକଟରେ ଥିବାରୁ ଏନ୍‌ଆଇଏନ୍‌ଏଲ୍‌ ଟାଟା ଷ୍ଟିଲ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଏକ ଉତ୍ସର୍ଗୀକୃତ ଓ ଦୀର୍ଘସ୍ଥାୟୀ ଲଙ୍ଗ୍‌ ପ୍ରଡକ୍ଟସ୍‌ କମ୍ପ୍ଲେକ୍ସ ଗଠନ କରିବା ଦିଗରେ ସୁଯୋଗ ପ୍ରଦାନ କରିବ। ଯଥାଶୀଘ୍ର ବାର୍ଷିକ ୧ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାଯିବ। ୨୦୩୦ ସୁଦ୍ଧା ଏହାର କ୍ଷମତାକୁ ବାର୍ଷିକ ୧୦ ନିୟୁତ ଟନ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।
ଟାଟା ଷ୍ଟିଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଏବଂ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ୍‌ର ଅଧ୍ୟକ୍ଷ ଟି.ଭି. ନରେନ୍ଦ୍ରନ୍‌ ଏହି ଅବସରରେ କହିଛନ୍ତି ଯେ, ଏନ୍‌ଆଇଏନ୍‌ଏଲ୍‌ ଅଧିଗ୍ରହଣ ଏକ ଐତିହାସିକ ସଫଳତା। ଏନ୍‌ଆଇଏନ୍‌ଏଲ୍‌ ଓ ଏହାର କର୍ମଚାରୀଙ୍କୁ ଟାଟା ପରିବାରକୁ ସ୍ବାଗତ ଜଣାଇ ଖୁସି ଅନୁଭବ କରୁଛୁ। ଆମେ ସମସ୍ତ ଅଂଶୀଦାର ଓ କର୍ମଚାରୀଙ୍କ ସହାୟତା ଓ ପ୍ରତିବଦ୍ଧତା ଆଶା କରୁଛୁ। ଏନ୍‌ଆଇଏନ୍‌ଏଲ୍‌କୁ ଶୀଘ୍ର ଏକ ଅତ୍ୟାଧୁନିକ ଏବଂ ଦୀର୍ଘସ୍ଥାୟୀ ଉଦ୍ୟୋଗ କରିବା ଦିଗରେ ଟାଟା ଷ୍ଟିଲର ପ୍ରୟାସ ରହିବ। ଏନ୍‌ଆଇଏନ୍‌ଏଲ୍‌ର ଏହି ଅଧିଗ୍ରହଣ ଆଗାମୀ ଦଶନ୍ଧି ପାଇଁ କମ୍ପାନୀର ଅଗ୍ରଗତି କରିବାର ଯୋଜନାକୁ ସୁଦୃଢ଼ କରିବା ସହିତ ସକ୍ଷମ କର୍ମଚାରୀମାନଙ୍କୁ ୪୦ ନିୟୁତ ଟନ୍‌ର ଲକ୍ଷ୍ୟ ଅତିକ୍ରମ କରିବାକୁ ସୁଯୋଗ ପ୍ରଦାନ କରିବ ବୋଲି ଟାଟା ଷ୍ଟିଲ୍‌ ପକ୍ଷରୁ ଘୋଷଣା କରାଯାଇଛି। ଏନ୍‌ଆଇଏନ୍‌ଏଲ୍‌ ଅଧିଗ୍ରହଣ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍‌ କର୍ପୋରେଟ୍‌ ସର୍ଭିସ୍‌ର ଭାଇସ୍‌ ପ୍ରେସିଡେଣ୍ଟ ଚାଣକ୍ୟ ଚୌଧୁରୀ ଏବଂ ଡିଆଇପିଏଏମ୍‌ ସଚିବ ତୁହିନକାନ୍ତ ପାଣ୍ଡେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri