ଏନ୍‌ଆଇଏନ୍‌ଏଲ୍‌ ଅଧିଗ୍ରହଣ ସମ୍ପନ୍ନ

ଯାଜପୁର ଅଫିସ/କଳିଙ୍ଗନଗର,୫ା୭ (ଡି.ଏନ.ଏ.):ଟାଟା ଷ୍ଟିଲ ଲଙ୍ଗ୍‌ ପ୍ରଡକ୍ଟସ୍‌ ଲିମିଟେଡ୍‌(ଟିଏସ୍‌ଏଲ୍‌ପିଏଲ୍‌) ପକ୍ଷରୁ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌)ର ୯୩.୭୧ ପ୍ରତିଶତ ଅଂଶଧନ ଅଧିଗ୍ରହଣ ସମ୍ପନ୍ନ ହୋଇଛି। ଟାଟା ଷ୍ଟିଲ ଲିମିଟେଡ୍‌ ପକ୍ଷରୁ ସୋମବାର ଏନେଇ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ଅର୍ଥ ମନ୍ତ୍ରଣାଳୟ ଅଧୀନ ଇନ୍‌ଭେଷ୍ଟମେଣ୍ଟ ଓ ପବ୍ଲିକ୍‌ ଆସେଟ୍‌ ମ୍ୟାନେଜମେଣ୍ଟ ବିଭାଗ (ଡିଆଇପିଏଏମ୍‌) ଦ୍ୱାରା ପରିଚାଳିତ ପ୍ରକ୍ରିୟାନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୦ରେ ଶେୟାର ବିକ୍ରି ଓ କ୍ରୟ ଚୁକ୍ତିନାମା ହୋଇଥିଲା। ଏଥିପାଇଁ ଟାଟା ଷ୍ଟିଲ ପକ୍ଷରୁ ମୋଟ ୧୨,୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏମ୍‌ଏମ୍‌ଟିସି, ଏନ୍‌ଏମ୍‌ଡିସି, ମେକନ୍‌, ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ୍‌, ଇଣ୍ଡଷ୍ଟ୍ରିଆଲ ପ୍ରମୋଶନ୍‌ ଆଣ୍ଡ ଇନ୍‌ଭେଷ୍ଟମେଣ୍ଟ କର୍ପୋରେଶନ୍‌ ଅଫ୍‌ ଓଡ଼ିଶା ଲିମିଟେଡ୍‌, ଓଡ଼ିଶା ମାଇନିଂ କର୍ପୋରେଶନ୍‌ ଲିମିଟେଡ୍‌ ଦ୍ୱାରା ଯୌଥ ପରିଚାଳନାରେ ବାର୍ଷିକ ୧ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଏନ୍‌ଆଇଏନ୍‌ଏଲ୍‌ ଏବେ ଟାଟା କମ୍ପାନୀ ହାତକୁ ଯାଇଛି। କଳିଙ୍ଗନଗରରେ ଅବସ୍ଥିତ ଟାଟା ଷ୍ଟିଲର ଅତ୍ୟାଧୁନିକ କାରଖାନା ନିକଟରେ ଥିବାରୁ ଏନ୍‌ଆଇଏନ୍‌ଏଲ୍‌ ଟାଟା ଷ୍ଟିଲ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଏକ ଉତ୍ସର୍ଗୀକୃତ ଓ ଦୀର୍ଘସ୍ଥାୟୀ ଲଙ୍ଗ୍‌ ପ୍ରଡକ୍ଟସ୍‌ କମ୍ପ୍ଲେକ୍ସ ଗଠନ କରିବା ଦିଗରେ ସୁଯୋଗ ପ୍ରଦାନ କରିବ। ଯଥାଶୀଘ୍ର ବାର୍ଷିକ ୧ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାଯିବ। ୨୦୩୦ ସୁଦ୍ଧା ଏହାର କ୍ଷମତାକୁ ବାର୍ଷିକ ୧୦ ନିୟୁତ ଟନ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।
ଟାଟା ଷ୍ଟିଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଏବଂ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ୍‌ର ଅଧ୍ୟକ୍ଷ ଟି.ଭି. ନରେନ୍ଦ୍ରନ୍‌ ଏହି ଅବସରରେ କହିଛନ୍ତି ଯେ, ଏନ୍‌ଆଇଏନ୍‌ଏଲ୍‌ ଅଧିଗ୍ରହଣ ଏକ ଐତିହାସିକ ସଫଳତା। ଏନ୍‌ଆଇଏନ୍‌ଏଲ୍‌ ଓ ଏହାର କର୍ମଚାରୀଙ୍କୁ ଟାଟା ପରିବାରକୁ ସ୍ବାଗତ ଜଣାଇ ଖୁସି ଅନୁଭବ କରୁଛୁ। ଆମେ ସମସ୍ତ ଅଂଶୀଦାର ଓ କର୍ମଚାରୀଙ୍କ ସହାୟତା ଓ ପ୍ରତିବଦ୍ଧତା ଆଶା କରୁଛୁ। ଏନ୍‌ଆଇଏନ୍‌ଏଲ୍‌କୁ ଶୀଘ୍ର ଏକ ଅତ୍ୟାଧୁନିକ ଏବଂ ଦୀର୍ଘସ୍ଥାୟୀ ଉଦ୍ୟୋଗ କରିବା ଦିଗରେ ଟାଟା ଷ୍ଟିଲର ପ୍ରୟାସ ରହିବ। ଏନ୍‌ଆଇଏନ୍‌ଏଲ୍‌ର ଏହି ଅଧିଗ୍ରହଣ ଆଗାମୀ ଦଶନ୍ଧି ପାଇଁ କମ୍ପାନୀର ଅଗ୍ରଗତି କରିବାର ଯୋଜନାକୁ ସୁଦୃଢ଼ କରିବା ସହିତ ସକ୍ଷମ କର୍ମଚାରୀମାନଙ୍କୁ ୪୦ ନିୟୁତ ଟନ୍‌ର ଲକ୍ଷ୍ୟ ଅତିକ୍ରମ କରିବାକୁ ସୁଯୋଗ ପ୍ରଦାନ କରିବ ବୋଲି ଟାଟା ଷ୍ଟିଲ୍‌ ପକ୍ଷରୁ ଘୋଷଣା କରାଯାଇଛି। ଏନ୍‌ଆଇଏନ୍‌ଏଲ୍‌ ଅଧିଗ୍ରହଣ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍‌ କର୍ପୋରେଟ୍‌ ସର୍ଭିସ୍‌ର ଭାଇସ୍‌ ପ୍ରେସିଡେଣ୍ଟ ଚାଣକ୍ୟ ଚୌଧୁରୀ ଏବଂ ଡିଆଇପିଏଏମ୍‌ ସଚିବ ତୁହିନକାନ୍ତ ପାଣ୍ଡେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍‌ ମନା, ବ୍ୟବହାର କରିବେ ପୁରୁଷ

ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍‌। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ୍‌ ବ୍ୟବହାର...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

ସକାଳ ଜଳଖିଆ ନଖାଉଥିଲେ ସାବଧାନ! ମସ୍ତିଷ୍କ ଉପରେ….

ଏହା ବହୁ ଦିନ ଧରି ପ୍ରଚଳିତ ଏକ ପ୍ରବାଦ ଯେ ପୂର୍ଣ୍ଣ ଜଳଖିଆ ଖାଇବା ଉଚିତ। ଏହା ଶରୀରକୁ ସୁସ୍ଥ ରଖେ। ତଥାପି, ସାମ୍ପ୍ରତିକ ବର୍ଷଗୁଡ଼ିକରେ...

RCB ଖେଳାଳିଙ୍କ ବିରୋଧରେ ବୟସ ଜାଲିଆତି ଅଭିଯୋଗ, ସୂଚନା ପାଇଲା ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ

ନୂଆଦିଲ୍ଲୀ,୨୫।୧୨: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଥର ପାଇଁ IPL ୨୦୨୫ରେ ଚାମ୍ପିଅନ ହୋଇଥିଲା। ଏବେ, ଫ୍ରାଞ୍ଚାଇଜ IPL ୨୦୨୬ପାଇଁ ପ୍ରସ୍ତୁତ ହେଉଛି। ଡିସେମ୍ବର ୧୬ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri