ମହିଳାଙ୍କୁ ଏସିଡ୍‌ ଫିଙ୍ଗିବା ମାମଲା: ୨ ଗିରଫ

କଟକ ସଦର, ୧ା୧୦ (ଡି.ଏନ୍‌.ଏ.):କଟକ ସଦର ଥାନା ଅଧୀନ ଶ୍ରୀରାମ ଗ୍ରାମର ଜଣେ ମହିଳାଙ୍କ ଉପରକୁ ଏସିଡ୍‌ ଫିଙ୍ଗିବା ମାମଲାରେ ୪୨ମୌଜା ଫାଣ୍ଡି ପୋଲିସ ବୁଧବାର ୨ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉକ୍ତ ଗ୍ରାମର ସୁକାନ୍ତି ଆଚାର୍ଯ୍ୟ ଏବଂ ବିଶାଳ ଆଚାର୍ଯ୍ୟ। ପୋଲିସ ସୂଚନା ଅନୁଯାୟୀ, ଗତ ୨୩ ତାରିଖରେ କୌଣସି କାରଣକୁ ନେଇ ବିଶାଳ ଓ ତାଙ୍କର ୮ସହଯୋଗୀ ପଦ୍ମାଳୟ ମହାରଣାଙ୍କ ଘରେ ପଶି ଲୁହାରଡରେ ଆକ୍ରମଣ କରିବା ସହ ତାଙ୍କ ଉପରକୁ ଏସିଡ୍‌ ପକାଇଥିଲେ। ଏଥିରେ ପଦ୍ମାଳୟ ଗୁରୁତର ହୋଇଥିଲେ। ପଦ୍ମାଳୟଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା (ନଂ.୪୯୭/୨୦)ରୁଜୁକରି ତଦନ୍ତ ଚଳାଇଥିଲା। ଅନ୍ୟ ଅଭଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏସ୍‌ଆଇ କୃପାସିନ୍ଧୁ ବରାଡ଼ କହିଛନ୍ତି।