ଓଡ଼ିଶାରେ ‘ଅଚ୍ଛେଦିନ୍‌’: ଶାହା

କଟକ ଅଫିସ,୯/୮:୨୦୧୯ ସାଧାରଣ ନିର୍ବାଚନ ସମୟରେ ଭାଜପାର ତତ୍‌କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଏବେକାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ପୋଡ଼ା ଟ୍ରାନ୍ସଫର୍ମର କହି ବଙ୍ଗୋପସାଗରରେ ଫିଙ୍ଗି ଦେବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଥିଲେ। ରାଜ୍ୟବାସୀ କିନ୍ତୁ ଶାହାଙ୍କ କଥାକୁ ବେଖାତିର କରି ପୁନର୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିପୁଳ ସମର୍ଥନ ଦେଇ କ୍ଷମତାରେ ବସାଇଥିଲେ। ସୋମବାର ଓଡ଼ିଶା ଗସ୍ତରେ ଆସିଥିବା ଶାହା କଟକରେ କହିଛନ୍ତି ଯେ ଓଡ଼ିଶାରେ ‘ଅଚ୍ଛେଦିନ୍‌’ ଆସିଛି। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ଓଡ଼ିଶାରେ ଶାସନ କରିବ ବୋଲି ଶାହା ଭୁବନେଶ୍ୱରର ଏକ କାର୍ଯ୍ୟକ୍ରମରେ କହିଛନ୍ତି। ପୂର୍ବରୁ ଦେଖାଦେଇଛି ଯେ ଅମିତଙ୍କ କଥାର ଓଲଟା ପ୍ରମାଣ ହୋଇଛି। ଏଥିରୁ ବୁଝାପଡ଼ୁଛି ଓଡ଼ିଶାବାସୀ ଏଥର ମଧ୍ୟ ଶାହାଙ୍କ କଥାକୁ ପ୍ରତ୍ୟାଖାନ କରିବେ।

ଓଡ଼ିଶାରେ ଅଚ୍ଛେଦିନ୍‌ (ଭଲ ଦିନ) ଆସିଛି। ଏହି ମାଟିରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇପାରିଛନ୍ତି। ଏହା ଆଦିବାସୀ ଏବଂ ଗରିବଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ସେହିପରି ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି। ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶରେ ରାଜ୍ୟପାଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଓଡ଼ିଶାକୁ ଯେଉଁଭଳି ଗୁରୁତ୍ୱ ମିଳିଛି, ତାହା ଆଗରୁ କେବେ ମିଳିନାହିଁ। ଓଡ଼ିଶାରେ ଖଣିଜ ପଦାର୍ଥ ଭରପୂର। ଆଗାମୀ ଦିନରେ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁଛି ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ‘ପ୍ରଜାତନ୍ତ୍ର’ର ୭୫ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି ମତବ୍ୟକ୍ତ କରିଛନ୍ତି। ସୋମବାର କଟକର ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶିଷ୍ଟ ଲେଖିକା ଡ.ପ୍ରତିଭା ରାୟ ଯୋଗଦେଇଛନ୍ତି।
ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉତ୍କଳ ଭୂମିର ସର୍ବୋଚ୍ଚ ନେତା ବୋଲି ସମ୍ବୋଧନ କରିବା ସହିତ ଧର୍ମେନ୍ଦ୍ରଙ୍କୁ ନିଜ ମିତ୍ର କହିଛନ୍ତି। ଏଥିସହିତ ଭର୍ତ୍ତୃହରି ମହତାବଙ୍କୁ ଦେଶର ଶ୍ରେଷ୍ଠ ଏମ୍‌ପି ଓ ପ୍ରତିଭା ରାୟଙ୍କୁ ଭଉଣୀ ବୋଲି ସମ୍ବୋଧନ କରିଛନ୍ତି। ଶାହା କହିଛନ୍ତି, ସେ ପଶ୍ଚିମ ଭୂମିରୁ ଆସି ପୂର୍ବ ଭୂମିରେ ପାଦ ରଖିଛନ୍ତି। ସେଠାରେ ବି ଜଗନ୍ନାଥ, ଏଠି ବି ଜଗନ୍ନାଥ ଅଛନ୍ତି। ମହାପ୍ରଭୁ ଜଗନ୍ନାଥ ହିଁ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମଗ୍ର ଦେଶକୁ ଭକ୍ତ ଓ ସଂସ୍କୃତିରେ ଯୋଡ଼ି ରଖିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସାରା ଦେଶ ଏବେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଅଗଷ୍ଟ ୯ କ୍ରାନ୍ତି ଦିବସ ଆମ ଇତିହାସର ଏକ ରେଡ୍‌ ଲେଟର ଡେ। ଏହି ଅବସରରେ ସମସ୍ତ ସଂଗ୍ରାମୀଙ୍କୁ ପ୍ରଣାମ ଜଣାଉଛି। ଗଣତାନ୍ତ୍ରିକ ସମାଜରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହା ଆମର ମହାନ୍‌ ସାଂସ୍କୃତିକ ଐତିହ୍ୟ, ନୈତିକ ମୂଲ୍ୟବୋଧକୁ ବଜାୟ ରଖିବା ଏବଂ ଜାତୀୟ ଏକତା ଏବଂ ସାମ୍ପ୍ରଦାୟିକ ସଦ୍‌ଭାବକୁ ପ୍ରୋତ୍ସାହିତ କରିବା ଉଚିତ। କୌଣସି ଭୟ ଏବଂ ଅନୁଗ୍ରହ ବିନା ଗଣମାଧ୍ୟମ ତାହାର କର୍ତ୍ତବ୍ୟ ପାଳନ କରିବା ଉଚିତ। ଲୋକଙ୍କ ବିଶ୍ୱାସ ଆଧାରରେ ଗଣମାଧ୍ୟମ ଚାଲିଥାଏ। ତେଣୁ ରାଜନୀତି ଅପେକ୍ଷା ଗଣମାଧ୍ୟମ ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ସ୍ବାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଦେଶକୁ ଏକତ୍ରୀକରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପଟେଲ ଭାରତର ଗଡ଼ଜାତ ଅଞ୍ଚଳ ଏବଂ ସ୍ବାଧୀନ ରାଜ୍ୟଗୁଡ଼ିକୁ ଦେଶ ସହ ମିଶାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଡ. ମହତାବ ଗଡ଼ଜାତ ରାଜ୍ୟଗୁଡ଼ିକର ଓଡ଼ିଶା ସହ ମିଶ୍ରଣରେ ନୀଳଗିରିକୁ ପ୍ରଥମେ ସାମିଲ କରାଇଥିଲେ। ପରେ ଶାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହଯୋଗରେ ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରି ପଟେଲ ଓ ମହତାବଙ୍କ ଅଧା ସ୍ବପ୍ନକୁ ପୂରଣ କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି। ପଦ୍ମଭୂଷଣ ପ୍ରତିଭା ରାୟ ପ୍ରଜାତନ୍ତ୍ରରୁ ତାଙ୍କର ସାହିତ୍ୟ ଯାତ୍ରାର ଆରମ୍ଭ ହୋଇଥିଲା, ଯାହା ଏବେବି ଗତିଶୀଳ ବୋଲି କହିଛନ୍ତି। ପ୍ରଜାତନ୍ତ୍ରର ସମ୍ପାଦକ ତଥା କଟକ ଏମ୍‌ପି ଭର୍ତ୍ତୃହରି ମହତାବ ସ୍ବାଗତଭାଷଣ ଦେଇ ଦୁର୍ନୀତି, ଅତ୍ୟାଚାର, ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନରୁ ଏହି କାଗଜର ଜନ୍ମ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri