ଏହି ୩ ସମ୍ପର୍କ ଉପରେ କେବେହେଲେ କରନ୍ତୁ ନାହିଁ ବିଶ୍ୱାସ: ଜାଣନ୍ତୁ କାହାକୁ ଏପରି କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଚତୁର ଏବଂ ବିଭିନ୍ନ ବିଷୟରେ ପ୍ରଗାଢ଼ ଜ୍ଞାନ ରଖିଥିବା ବ୍ୟକ୍ତିବିଶେଷ ଭାବେ ଗଣାଯାଏ। ସେ ନିଜ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି। ଅଧିକାଂଶ ଲୋକ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଚାଣକ୍ୟଙ୍କ ବିଚାର ବିଷୟରେ ଜାଣିବାକୁ ଚେଷ୍ଟା କରିଥାନ୍ତି।

ନୀତିଶାସ୍ତ୍ରରେ ଚାଣକ୍ୟ କହିଛନ୍ତି, ସାଂସାରିକ ବ୍ୟକ୍ତିଙ୍କୁ କାହା ଉପରେ ଆଖି ବନ୍ଦ କରି ବିଶ୍ୱାସ କରିବା ଉଚିତ ନୁହେଁ। ଏପରି କରିବା ବିଶ୍ୱାସଘାତକତାକୁ ଜନ୍ମ ଦେଇଥାଏ। କାରଣ କାହା ଉପରେ ବିଶ୍ୱାସ କରିବା ପୂର୍ବରୁ ସେ ବିଶ୍ୱାସଯୋଗ୍ୟ କି ନୁହେଁ ତାକୁ ଦଶଥର ପରଖି ନିଅନ୍ତୁ। ଏପରିକି ଏହି ୩ ପ୍ରକାର ଲୋକଙ୍କୁ କେବେ ହେଲେ ବିଶ୍ୱାସ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଲୋଭୀ ନାରୀଠାରୁ ଦୂରରେ ରୁହନ୍ତୁ:
କୌଣସି ବ୍ୟକ୍ତିଙ୍କୁ ଲୋଭୀ ନାରୀ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। ଯେଉଁ ନାରୀ ଧନ, ସମ୍ପତ୍ତି, ଗହଣା, କୋଠା, ସୁଖ ଏବଂ ସମ୍ଭୋଗ ଆଶାରେ ପୁରୁଷ ପାଖକୁ ଯାଇଥାଏ, ତାଙ୍କୁ ବିଶ୍ୱାସ କରିବା ଠିକ୍‌ ନୁହେଁ। କାରଣ ସମୟ ଏବଂ ପରିସ୍ଥିତିକୁ ଦେଖି ଏଭଳି ନାରୀ ମାନେ ବିଶ୍ୱାସଘାତକ ସାବ୍ୟସ୍ତ ହୋଇପାରନ୍ତି। ଏଣୁ ଏଭଳି ନାରୀଙ୍କଠାରୁ ଦୂରେଇ ରୁହନ୍ତୁ।

ବିଶ୍ୱାସଘାତକ ହୋଇଥାନ୍ତି ପ୍ରତିନ୍ଦ୍ୱନ୍ଦୀ:
କୌଣସି ବ୍ୟକ୍ତିଙ୍କୁ ନିଜର ପ୍ରତିନ୍ଦ୍ୱନ୍ଦୀଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। ଯିଏ ଏପରି କରନ୍ତି ସେ ପ୍ରତାରିତ ହୁଅନ୍ତି। ଏଣୁ ରକ୍ତ ସମ୍ପର୍କୀୟ ହୁଅନ୍ତୁ ଅବା ଭାଇ, ସେ ପ୍ରତିନ୍ଦ୍ୱନ୍ଦୀ ହୋଇଥିଲେ ତାଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। ଜୀବନର କୌଣସି ପ୍ରତିଯୋଗୀତାରେ ସମ୍ପର୍କକୁ ଭୁଲି କେବଳ ଜିତିବା ଉପରେ ଲକ୍ଷ୍ୟ ରଖିବା ଉଚିତ।

ନୂଆ କରି ବନ୍ଧୁ ହୋଇଥିବା ଲୋକ ବିଶ୍ୱାସଯୋଗ୍ୟ ନୁହନ୍ତି:
ଚାଣକ୍ୟ ନୀତିରେ ଚାଣକ୍ୟ କହିଛନ୍ତି, ନୂଆ ବନ୍ଧୁଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। କାରଣ ଚାରି ଦିନ ପାଇଁ ବନ୍ଧୁତା ସମ୍ପର୍କ ରଖିବା ଲୋକଙ୍କ ମନରେ କିଛି ନା କିଛି ସ୍ବାର୍ଥ ଜଡ଼ିତ ଥାଏ। ଏଣୁ ସେ ସତ ମନରେ ବନ୍ଧୁତାର ସମ୍ପର୍କ ରଖି ନ ଥାନ୍ତି। ଏଭଳି ଲୋକଙ୍କ ଉପରେ ବିଶ୍ୱାସ କରିବା ମୁର୍ଖତାର ପରିଚୟ। ସେମାନେ ଭବିଷ୍ୟତରେ ଆପଣଙ୍କୁ ଅସୁବିଧାରେ ପକାଇ ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?