ଏହି ୩ ସମ୍ପର୍କ ଉପରେ କେବେହେଲେ କରନ୍ତୁ ନାହିଁ ବିଶ୍ୱାସ: ଜାଣନ୍ତୁ କାହାକୁ ଏପରି କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଚତୁର ଏବଂ ବିଭିନ୍ନ ବିଷୟରେ ପ୍ରଗାଢ଼ ଜ୍ଞାନ ରଖିଥିବା ବ୍ୟକ୍ତିବିଶେଷ ଭାବେ ଗଣାଯାଏ। ସେ ନିଜ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି। ଅଧିକାଂଶ ଲୋକ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଚାଣକ୍ୟଙ୍କ ବିଚାର ବିଷୟରେ ଜାଣିବାକୁ ଚେଷ୍ଟା କରିଥାନ୍ତି।

ନୀତିଶାସ୍ତ୍ରରେ ଚାଣକ୍ୟ କହିଛନ୍ତି, ସାଂସାରିକ ବ୍ୟକ୍ତିଙ୍କୁ କାହା ଉପରେ ଆଖି ବନ୍ଦ କରି ବିଶ୍ୱାସ କରିବା ଉଚିତ ନୁହେଁ। ଏପରି କରିବା ବିଶ୍ୱାସଘାତକତାକୁ ଜନ୍ମ ଦେଇଥାଏ। କାରଣ କାହା ଉପରେ ବିଶ୍ୱାସ କରିବା ପୂର୍ବରୁ ସେ ବିଶ୍ୱାସଯୋଗ୍ୟ କି ନୁହେଁ ତାକୁ ଦଶଥର ପରଖି ନିଅନ୍ତୁ। ଏପରିକି ଏହି ୩ ପ୍ରକାର ଲୋକଙ୍କୁ କେବେ ହେଲେ ବିଶ୍ୱାସ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

ଲୋଭୀ ନାରୀଠାରୁ ଦୂରରେ ରୁହନ୍ତୁ:
କୌଣସି ବ୍ୟକ୍ତିଙ୍କୁ ଲୋଭୀ ନାରୀ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। ଯେଉଁ ନାରୀ ଧନ, ସମ୍ପତ୍ତି, ଗହଣା, କୋଠା, ସୁଖ ଏବଂ ସମ୍ଭୋଗ ଆଶାରେ ପୁରୁଷ ପାଖକୁ ଯାଇଥାଏ, ତାଙ୍କୁ ବିଶ୍ୱାସ କରିବା ଠିକ୍‌ ନୁହେଁ। କାରଣ ସମୟ ଏବଂ ପରିସ୍ଥିତିକୁ ଦେଖି ଏଭଳି ନାରୀ ମାନେ ବିଶ୍ୱାସଘାତକ ସାବ୍ୟସ୍ତ ହୋଇପାରନ୍ତି। ଏଣୁ ଏଭଳି ନାରୀଙ୍କଠାରୁ ଦୂରେଇ ରୁହନ୍ତୁ।

ବିଶ୍ୱାସଘାତକ ହୋଇଥାନ୍ତି ପ୍ରତିନ୍ଦ୍ୱନ୍ଦୀ:
କୌଣସି ବ୍ୟକ୍ତିଙ୍କୁ ନିଜର ପ୍ରତିନ୍ଦ୍ୱନ୍ଦୀଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। ଯିଏ ଏପରି କରନ୍ତି ସେ ପ୍ରତାରିତ ହୁଅନ୍ତି। ଏଣୁ ରକ୍ତ ସମ୍ପର୍କୀୟ ହୁଅନ୍ତୁ ଅବା ଭାଇ, ସେ ପ୍ରତିନ୍ଦ୍ୱନ୍ଦୀ ହୋଇଥିଲେ ତାଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। ଜୀବନର କୌଣସି ପ୍ରତିଯୋଗୀତାରେ ସମ୍ପର୍କକୁ ଭୁଲି କେବଳ ଜିତିବା ଉପରେ ଲକ୍ଷ୍ୟ ରଖିବା ଉଚିତ।

ନୂଆ କରି ବନ୍ଧୁ ହୋଇଥିବା ଲୋକ ବିଶ୍ୱାସଯୋଗ୍ୟ ନୁହନ୍ତି:
ଚାଣକ୍ୟ ନୀତିରେ ଚାଣକ୍ୟ କହିଛନ୍ତି, ନୂଆ ବନ୍ଧୁଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। କାରଣ ଚାରି ଦିନ ପାଇଁ ବନ୍ଧୁତା ସମ୍ପର୍କ ରଖିବା ଲୋକଙ୍କ ମନରେ କିଛି ନା କିଛି ସ୍ବାର୍ଥ ଜଡ଼ିତ ଥାଏ। ଏଣୁ ସେ ସତ ମନରେ ବନ୍ଧୁତାର ସମ୍ପର୍କ ରଖି ନ ଥାନ୍ତି। ଏଭଳି ଲୋକଙ୍କ ଉପରେ ବିଶ୍ୱାସ କରିବା ମୁର୍ଖତାର ପରିଚୟ। ସେମାନେ ଭବିଷ୍ୟତରେ ଆପଣଙ୍କୁ ଅସୁବିଧାରେ ପକାଇ ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇବା ପୂର୍ବରୁ ପିଅନ୍ତୁ ଉଷୁମ ପାଣି, ମିଳିବ ଏହି ଫାଇଦା

ଗରମଦିନରେ ଥଣ୍ଡାପାଣି ସମସ୍ତଙ୍କର ପ୍ରିୟ ହୋଇଥାଏ। କିନ୍ତୁ ଉଷୁମ ପାଣି ଦେହକୁ ସୁସ୍ଥ ରଖିଥାଏ। ଉଷୁମ ପାଣି ପିଇଲେ ଶରୀରରୁ ବ୍ୟାକ୍ଟେରିଆ ମରି ଯାଇଥାନ୍ତି। ଅଧିକାଂଶ...

ଶିଶୁଙ୍କୁ ବୋତଲ କ୍ଷୀର ପିଆଉଛନ୍ତି କି.. ଦେଖାଦେଇପାରେ ଏସବୁ ସମସ୍ୟା

ଶିଶୁକୁ ୬ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ଉଚିତ। ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ୬ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ପିଲାଙ୍କ ପାଇଁ ଅତ୍ୟନ୍ତ...

ଉତ୍ତର ଦିଗରେ ରଖିଛନ୍ତି କି ‘ଲକର୍‌’; କୋପ କରିବେ ଲକ୍ଷ୍ମୀ; ଜାଣନ୍ତୁ…

ବାସ୍ତୁ ଶାସ୍ତ୍ର ଅନୁଯାୟୀ ପ୍ରତିଟି ଜିନିଷକୁ ରଖିବାର ସଠିକ ଦିଗ ଏବଂ ସ୍ଥାନ ରହିଛି। ଯଦି ସେପରି କରା ନ ଯାଏ ତେବେ ନକରାତ୍ମକ ପ୍ରଭାବ...

ଉପକାରୀ ମୁଗଡାଲି ପାଣି, ଦୂର ହୋଇଥାଏ ଅନେକ ରୋଗ

ମୁଗଡାଲି ଖାଇବାକୁ ଯେତିକି ସ୍ବାଦିଷ୍ଟ ଏହାର ପାଣି ସ୍ବାସ୍ଥ୍ୟ ପକ୍ଷେ ସେତିକି ଉପକାରୀ ମଧ୍ୟ। ଏହି ଡାଲିରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌ ଭରି ରହିଛି। ଏହା...

ଅଜବ ଆଇବ୍ରୋ ମେକ୍‌ଅପ୍‌

ଆଇବ୍ରୋ ବା ଭ୍ରୁଲତାର ମେକ୍‌ଅପ୍‌ ଚେହେରାର ଲୁକ୍‌ ବଦଳାଇ ଦିଏ। ତେଣୁ ଏହାକୁ ନେଇ ହୁଏ ଅନେକ ଏକ୍ସପେରିମେଣ୍ଟ। କିଛି ଆଇବ୍ରୋ ମେକ୍‌ଅପ୍‌ ବେଳେବେଳେ ଏତେ...

ଖାଲି କେଶରେ ନୁହେଁ ଏସବୁ ଥିରେ ବି ବ୍ୟବହାର କରାଯାଏ କଣ୍ଡିଶନର

କେଶକୁ ନରମ ଓ ଚିକ୍କଣ ରଖିବା ପାଇଁ କଣ୍ଡିଶନର ବ୍ୟବହାର କରାଯାଏ। ଏହା ଲମ୍ବା କେଶକୁ ଜଟା ସମସ୍ୟାରୁ ରକ୍ଷା କରିବା ସହ କେଶରେ ଚମକ...

ଜୀବନର ଅନ୍ତିମ ସମୟରେ ସାଥିରେ ଥାନ୍ତି ଏ ୪ ବନ୍ଧୁ

ଆଚାର୍ଯ୍ୟ ଚାଣକ୍ୟ ଜଣେ ଭଲ ବନ୍ଧୁଙ୍କ ବିଷୟରେ ଅନେକ କଥା କହିଛନ୍ତି। ଏଥି ସହିତ, ସେ ଜଣେ ବନ୍ଧୁଙ୍କ ପ୍ରକୃତି ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି,...

ବର୍ଷାଦିନେ ପିଲାଙ୍କ ତ୍ୱଚାର ଯତ୍ନ

ବର୍ଷାଦିନେ ବର୍ଷାରେ ଭିଜିବାକୁ କାହାକୁ ବା ଭଲ ଲାଗେନି! ହେଲେ ଛୋଟ ପିଲାମାନେ ଏହାର ଅଧିକ ମଜା ନିଅନ୍ତି। ଫଳରେ ପରବର୍ତ୍ତୀ ସମୟରେ ଏଥିପାଇଁ ସେମାନଙ୍କ...

Advertisement
Archives

Model This Week