ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର ସାହିର କେ.ଉଦୟନାଥ ଆଚାରୀ (୪୭) ।
ଉଦୟନାଥ ତାଙ୍କ ଶାଳକଙ୍କୁ ଏସିଡ ଫିଙ୍ଗିଥିଲେ। ପୀଡ଼ିତଙ୍କ ଅଧା ପୋଡ଼ିଯାଇଥିବା ଟ୍ରାକ ପ୍ୟାଣ୍ଟ ଓ ଉଦୟନାଥଙ୍କ ନିକଟରୁ ଏସିଡ ବୋତଲ ଜବତ କରିଛି। ମାମଲା ନଂ. ୩୯୯/୨୬ରେ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।
ଉଦୟନାଥ ତାଙ୍କ ଶାଳକଙ୍କ ଠାରୁ ନେଇଥିବା ହାତ ଉଧାରି ଟଙ୍କା ଫେରସ୍ତ କରୁ ନ ଥିବାରୁ ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହିଥିଲା। ଅଭିଯୋଗକାରୀ ତଥା ଶାଳକ ରାଖୀ ପୂର୍ଣ୍ଣିମାରେ ଭଉଣୀ ଘରକୁ ଯାଇଥିବା ବେଳେ ଭିଣୋଇ ଉଦୟନାଥଙ୍କ ସହ ଉଧାର ଟଙ୍କା ଫେରସ୍ତକୁ ନେଇ ଯୁକ୍ତିତର୍କ ହୋଇଥିଲା। ଉତ୍ତ୍ୟକ୍ତ ହୋଇ ସୁନାରୀ କାମ କରୁଥିବା ଉଦୟନାଥ ଘର ଭିତରୁ ଏସିଡ ଆଣି ଶାଳକଙ୍କ ଉପରକୁ ଫିଙ୍ଗିଥିଲେ। ଶାଳକ ଘୁଞ୍ଚି ଯାଇଥିବାରୁ ବର୍ତ୍ତି ଯାଇଥିଲେ ମଧ୍ୟି ତାଙ୍କ ବେକ, ଛାତି, ବାମ ହାତ, ପିଠି ଏବଂ ଅନ୍ୟ ସ୍ଥାନରେ ଏସିଡ ଛିଟିକା ପଡିବାରୁ ସେ ଆହା ହୋଇଥିଲେ। ତାଙ୍କୁ ତୁରନ୍ତ ବ୍ରହ୍ମପୁର ସିଟି ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ପରେ ସେ ଥାନାରେ ଅଭିଯୋଗ କରିଥିଲେ।

