ଧନୁଯାତ୍ରାରୁ ନିଖୋଜ ଯୁବତୀ ଉଦ୍ଧାର ଘଟଣା: ସିନ୍‌ ରିକ୍ରିିଏଟ୍‌ବେଳେ ଅଭିଯୁକ୍ତ କହିଲେ ଏମିତି କିଛି କଥା ପୋଲିସ ଚକିତ

ବରଗଡ଼,୨୩ା୧(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରାରୁ ନିଖୋଜ ଯୁବତୀଙ୍କୁ ଜଙ୍ଗଲକୁ ଅପହରଣ କରି ନେଇ ବଳାତ୍କାର, ହତ୍ୟା ଉଦ୍ୟମ ମାମଲା ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି। ଏହି ମାମଲାରେ ଆହତ ପୀଡ଼ିତା ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ମାମଲାର ମୁଖ୍ୟ ଅଭିଯୁକ୍ତ ଶିବିଲ ଓରଫ୍‌ ରାକେଶ ଡନ୍‌ସନା(୨୨)ଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରି ସାରିଛି।

ସେହିପରି ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ମୋବାଇଲ ସମେତ ଆକ୍ରମଣରେ ବ୍ୟବହୃତ ପଥର, ବାଇକ୍‌କୁ ମଧ୍ୟ ପୋଲିସ ଜବତ କରିଛି। ମାତ୍ର କେଉଁ କାରଣ ପାଇଁ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଲା, ତାକୁ ନେଇ ପୋଲିସ ଏବେ ମଧ୍ୟ ଅନ୍ଧାରରେ ରହିଛି। ଘଟଣାର ପ୍ରକୃତ ଖିଅ ଏପର୍ଯ୍ୟନ୍ତ ପୋଲିସକୁ ମିଳିପାରି ନାହିଁ। ବୁଧବାର ସନ୍ଧ୍ୟା ପ୍ରାୟ ୬ଟାରେ ଉକ୍ତ ମାମଲାକୁ ନେଇ ବରଗଡ଼ ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନାଙ୍କ ଖବରଦାତା ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଯାଇଛି।

ଘଟଣାର କାରଣ ସମ୍ପର୍କରେ ପଚାରିବାରୁ ସେ ନେଇ ତଦନ୍ତ ଚାଲିଛି ବୋଲି ଏସ୍‌ପି କହିଛନ୍ତି। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ମଧ୍ୟରେ ହଠାତ୍‌ ଉତ୍ତେଜନା ହେବାରୁ ସେହି ଘଟଣା ଘଟିଥିବା ଏସ୍‌ପି କହିଛନ୍ତି। ମାତ୍ର କେଉଁ କାରଣରୁ ସେମାନଙ୍କ ମଧ୍ୟରେ ହଠାତ୍‌ ଉତ୍ତେଜନା ସୃଷ୍ଟି ହେଲା, ଏସ୍‌ପି ଖବରଦାତା ସମ୍ମିଳନୀରେ ତାହା ସ୍ପଷ୍ଟ କରି ପାରି ନ ଥିଲେ। ପୀଡ଼ିତା ଏବଂ ମୁଖ୍ୟ ଅଭିଯୁକ୍ତଙ୍କ ଫୋନ୍‌ ଜବତ୍‌ ହୋଇଛି ଏବଂ ତାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି କହିଛନ୍ତି। ଅନ୍ୟପକ୍ଷରେ ବୁଧବାର ମଧ୍ୟାହ୍ନରେ ମୁଖ୍ୟ ଅଭିଯୁକ୍ତ ରାକେଶଙ୍କୁ ଘଟଣାର ସିନ୍‌ ରିକ୍ରିଏଟ୍‌ ପାଇଁ ବରଗଡ଼ ସହର ଉପକଣ୍ଠ କୁର୍ଲା ଜଙ୍ଗଲକୁ ନେଇଥିଲା। ସେଠାରେ ମୁଖ୍ୟ ଅଭିଯୁକ୍ତ ରାକେଶଙ୍କୁ ପଚରାଯିବାରୁ ପୀଡ଼ିତାଙ୍କ ସହିତ ଗତ ୩ବର୍ଷ ଧରି ତାଙ୍କ ପ୍ରେମସମ୍ପର୍କ ରହିଥିବା ସେ କହିଥିଲେ। ତେବେ ପୋଲିସ ଘଟଣାର କାରଣ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନ ଥିବାରୁ ଏଥିରେ ପ୍ରେମ ସମ୍ପର୍କରେ ଫାଟ ନା ଅନ୍ୟ କିଛି ରହସ୍ୟ ଲୁଚି ରହିଛି, ତାକୁ ନେଇ ଏବେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ଖବରଦାତା ସମ୍ମିଳନୀରେ ଏସ୍‌ପି ମୀନା କହିଥିଲେ, ବରଗଡ଼ ଟାଉନ ଥାନା ପୋଲିସ ଗତ ୧୩ତାରିଖ ଏକ ନିଖୋଜ ମାମଲା ପଞ୍ଜୀକୃତ ହୋଇଥିଲା। ଗତ ୧୨ ତାରିଖରୁ ଝିଅ(ପୀଡ଼ିତା) ନିଖୋଜ ନେଇ ମା’ ଅଭିଯୋଗ କରିଥିଲେ। ଗତ ୧୪ତାରିଖ ପୀଡ଼ିତା ଉଦ୍ଧାର ହୋଇଥିଲେ ଏବଂ ସେହି ଘଟଣାକୁ ନେଇ ଟାଉନ ଥାନାରେ ଏକ ମାମଲା(ନଂ-୨୫/୨୫) ରୁଜୁ ହୋଇଥିଲା। ଉକ୍ତ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜିଲାର ବଛାବଛା ପୋଲିସ ଅଫିସରଙ୍କୁ ନେଇ ୭ଟିମ୍‌ ଗଠନ କରାଯାଇଥିଲା। ଫେରାର୍‌ ହେବା ପାଇଁ ମୁଖ୍ୟ ଅଭିଯୁକ୍ତ ବିଭିନ୍ନ ଉପାୟ ଅବଳମ୍ବନ କରି ନୂଆଦିଲ୍ଲୀ,ହାଇଦ୍ରାବାଦ, ସିକନ୍ଦରାବାଦ, ବିଜୟଓ୍ବାଡ଼ା ଆଦି ସ୍ଥାନକୁ ଯାଇ ଲୁଚିଥିଲେ। କିନ୍ତୁ ତାଙ୍କୁ ଧରିବା ପାଇଁ ଗଠିତ ଟିମ୍‌ ବିଭିନ୍ନ ଦିଗ, ସୂତ୍ରକୁ ଆଧାର କରି ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତଙ୍କୁ ଟିଟିଲାଗଡ଼ ରେଳ ଷ୍ଟେଶନରୁ ଧରିବାରେ ସକ୍ଷମ ହୋଇଥିଲେ। ତେବେ କେଉଁ କାରଣ ପାଇଁ ସେହି ଘଟଣା ଘଟିଲା, ସେ ନେଇ ବାରମ୍ବାର ପଚରାଯିବା ସତ୍ତ୍ୱେ ଏସ୍‌ପି ତାହା ସ୍ପଷ୍ଟ କରି ନ ପାରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପଟେ ସିନ୍‌ ରିକ୍ରିଏଟ୍‌ ସମୟରେ ପୋଲିସ ଘଟଣାସ୍ଥଳରୁ ଆକ୍ରମଣରେ ବ୍ୟବହୃତ ପଥର, ପୀଡ଼ିତାଙ୍କ ଜୋତା ଏବଂ ଏକ ପଲିଥିନ୍‌ରେ ରହିଥିବା କିଛି ସାମଗ୍ରୀ ଜବତ କରି ଆଣିଥିବା ଦେଖିବାକୁ ମିଳିଥିଲା।
ପ୍ରକାଶଥାଉକି, ଗତ ୧୨ ତାରିଖରେ ଧନୁଯାତ୍ରା ଦେଖିବାକୁ ଆସିଥିବା ସମୟରେ ପୀଡ଼ିତା ନିଖୋଜ ଥିଲେ। ନିଖୋଜ ହେବାର ପ୍ରାୟ ୪୮ଘଣ୍ଟା ପରେ ପୀଡ଼ିତାଙ୍କୁ ବରଗଡ଼ ସହର ଉପକଣ୍ଠ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପୋଲିସର ଅବହେଳା ପ୍ରତିବାଦରେ ମଙ୍ଗଳବାର ବରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଥିଲା ଏବଂ ବନ୍ଦ ପାଳନକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri