ନାବାଳିକାଙ୍କୁ ବଳାତ୍କାର କରି ୨୦ ବର୍ଷ ଜେଲ୍‌ ଗଲେ ଅଭିଯୁକ୍ତ

କେନ୍ଦୁଝର,୨୯ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଶୁକ୍ରବାର ସ୍ଥାନୀୟ ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ମୋନାଲିସା ମହାନ୍ତି ଜଣେ ଜଣେ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଜୟ କୁମାର ନାଏକଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଦୁଇ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଦୁଇ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ କରିଛନ୍ତି। ଏହି ଘଟଣାରେ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ସୁପାରିସ କରିଛନ୍ତି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ୬ ପୋକ୍ସୋ ଆକ୍ଟରେ ଏହି ଦଣ୍ଡବିଧାନ କରିଛନ୍ତି।

ସରକାରୀ ଓକିଲଙ୍କର ସୂଚନା ଅନୁଯାୟୀ, ଗତ ୮ ଜୁଲାଇ ୨୦୨୨ରେ ଘଟଗାଁ ଥାନା ଅଞ୍ଚଳର ନାବାଳିକା ତାଙ୍କ ପରିବାର ଲୋକଙ୍କ ସହ ବାହାଘର ଭୋଜି ଖାଇ ସନ୍ଧ୍ୟାରେ ଫେରୁଥିବା ସମୟରେ ଦୋଷୀ ଅଜୟ ତାକୁ ଟେକି ନେଇ ନିକଟସ୍ଥ ପୋଖରୀ ନିକଟରେ ବଳାତ୍କାର କରି ଫେରାର ହୋଇ ଯାଇଥିଲା। ପୀଡ଼ିତାଙ୍କୁ ପରିବାର ଲୋକେ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହାକୁ ନେଇ ପରିବାର ଲୋକ ଘଟଗାଁ ଥାନାରେ ଅଭିଯୋଗ କରିବା ପରେ ବିଭିନ୍ନ ଧାରାରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ଏହାର ଶୁଣାଣି କରି ସ୍ବତନ୍ତ୍ର କୋର୍ଟ ଉପରୋକ୍ତ ଆଦେଶ କରିଛନ୍ତି।

Dharitri – Odisha’s No.1 Odia Daily

Share