ପୋଲିସ ଗାଡ଼ିରେ ଅଭିଯୁକ୍ତଙ୍କ ମୃତ୍ୟୁ

ବରଗଡ଼/ରାଉରକେଲା, ୯।୧୦(ପ୍ରେମାନନ୍ଦ ଖମାରୀ/ସଙ୍ଗୀତା ଜେନା):ବରଗଡ଼ ଟାଉନ ଥାନା ପୋଲିସ ହାତରେ ଗତ ସେପ୍ଟେମ୍ବର ୨୫ତାରିଖରେ ଧରାପଡ଼ିଥିବା ଆନ୍ତଃରାଜ୍ୟ ଠକଗ୍ୟାଙ୍ଗର ୧୩ ଅଭିଯୁକ୍ତ ରବିବାର ଜାମିନରେ ବରଗଡ ଉପକାରାଗାର (ସବ୍‌ଜେଲ)ରୁ ମୁକ୍ତ ହୋଇଥିଲେ। ସେମାନେ ଉପକାରାଗାରରୁ ମୁକ୍ତ ହୋଇ ବାହାରକୁ ଆସିବା ପରେ ସେଠାରେ ପୂର୍ବରୁ ରହିଥିବା ରାଉରକେଲା ରଘୁନାଥପାଲି ଥାନା ପୋଲିସ ଅନୁରୂପ ଆଉ ଏକ ମାମଲାରେ ସେମାନଙ୍କୁ ସେଠାରୁ ଉଠାଇ ନେଇଥିଲା। ସେମାନଙ୍କୁ ରାଉରକେଲା ନେଉଥିବାବେଳେ ବାଟରେ ଜଣେ ଅଭିଯୁକ୍ତଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା। ତେବେ ଏହା ହୃଦ୍‌ଘାତଜନିତ ବୋଲି କୁହାଯାଉଛି। ମୃତ ଅଭିଯୁକ୍ତ ଜଣକ ହେଲେ ପଶ୍ଚିମବଙ୍ଗ ପରସର୍କିସ ନିବାସୀ ଅନିର୍ବାନ କାଜି(୩୯) । ତାଙ୍କ ମୃତଦେହକୁ ବୁର୍ଲାସ୍ଥିତ ଭିମ୍‌ସାର୍‌ ମର୍ଗ ହାଉସ୍‌ରେ ରଖାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଉକ୍ତ ୧୩ ଜଣିଆ ଠକଗ୍ୟାଙ୍ଗ ନିଜକୁ ମହିନ୍ଦ୍ରା କମ୍ପାନୀର ଅଧିକାରୀ ଏବଂ ମଧ୍ୟସ୍ଥ ବୋଲି ମିଛ ପରିଚୟ ଦେଇ ଚଢ଼ାଦରରେ କମ୍ପାନୀ ପାଇଁ ଭଡ଼ାଘର ଠିକ୍‌ କରିଦେବା ଆଳରେ ବରଗଡ଼ ଅମ୍ବାପାଲିର ଅଜୟ କୁମାର ରେଖାନୀଙ୍କଠାରୁ ୨ଲକ୍ଷ ଟଙ୍କା ଠକି ନେଇଥିଲେ। ନଦୀପଡ଼ାସ୍ଥିତ ରେଖାନୀଙ୍କ ୩ ମହଲା ବିଶିଷ୍ଟ କୋଠାଘରକୁ କମ୍ପାନୀ ପାଇଁ ମାସିକ ସାଢ଼େ ୬ଲକ୍ଷ ଟଙ୍କାରେ ଠିକ୍‌ କରି ଦେଇଥିବା କହି ଏହି ଗ୍ୟାଙ୍ଗ ତାଙ୍କଠାରୁ ଠକେଇ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଘର ମାଲିକ ରେଖାନୀ ଠକଗ୍ୟାଙ୍ଗର ଗତିବିଧି ଓ ଭାବଭଙ୍ଗୀକୁ ନେଇ ସନ୍ଦେହ କରିଥିଲେ ଏବଂ ସେହି ଗ୍ୟାଙ୍ଗ ମିଛ ପରିଚୟ ଦେଇ ତାଙ୍କଠାରୁ ୨ଲକ୍ଷ ଟଙ୍କା ଠକି ନେଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଗତ ସେପ୍ଟେମ୍ବର ୨୪ ତାରିଖରେ ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଏହାର ପରଦିନ ବରଗଡ଼ ଟାଉନ ଥାନା ପୋଲିସ ଏକ ମାମଲା (ନଂ.୫୭୧/୨୩) ରୁଜୁ କରିବା ସହିତ ବରଗଡ଼ର ଏକ ହୋଟେଲରୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ବରଗଡ଼ ଉପକାରାଗାରକୁ ପଠାଇ ଦିଆଯାଇଥିଲା। ତେବେ ଉକ୍ତ ଅଭିଯୁକ୍ତମାନଙ୍କୁ ଜାମିନ ମିଳିବା ପରେ ସେମାନେ ରବିବାର ଉପକାରାଗାରରୁ ବାହାରିଲା ବେଳେ ରଘୁନାଥପାଲି ପୋଲିସ ଗିରଫ କରି ରାଉରକେଲା ଆଣୁଥିଲା। ଖବର ଲେଖାଯିବା ସୁଦ୍ଧା (ରାତି ୧୦ଟା ୧୫) ଅନ୍ୟ ୧୨ ଅଭିଯୁକ୍ତଙ୍କୁ ରାଉରକେଲା ଅଣାଯାଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ରାଉରକେଲା ଅତିରିକ୍ତ ଏସ୍‌ପି ରବିକାନ୍ତ ସୁନାଙ୍କୁ ପଚାରିବାରୁ ସେ କହିଲେ, ଏକ ଠକେଇ ମାମଲାରେ ରଘୁନାଥପାଲି ଥାନା ପୋଲିସ ୧୩ଜଣିଆ ଠକଗ୍ୟାଙ୍ଗକୁ ବରଗଡ଼ରୁ ପୋଲିସ ବସ୍‌ ଯୋଗେ ରାଉରକେଲା ଆଣୁଥିଲା। ବାଟରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ସେ କହିଥିଲେ।

ଉଲ୍ଲେଖନୀୟ, ଉକ୍ତ ୧୩ଜଣିଆ ଆନ୍ତଃରାଜ୍ୟ ଠକଗ୍ୟାଙ୍ଗ ଅନୁରୂପ ଭାବେ ରାଉରକେଲା ସିଭିଲଟାଉନଶିପ୍‌ ଅଞ୍ଚଳରେ ମହିନ୍ଦ୍ରା କମ୍ପାନୀ ପାଇଁ ଉଚ୍ଚ ଦରରେ ଭଡାଘର ଠିକ୍‌ କରିଦେବା ଆଳରେ ଜଣଙ୍କଠାରୁ ୫ଲକ୍ଷ ଟଙ୍କା ଠକିନେଇଥିଲେ। ଏ ନେଇ ଅଭିଯୋଗ ହେବା ପରେ ରଘୁନାଥପାଲି ଥାନା ପୋଲିସ ତଦନ୍ତ ଚଳାଇ ବରଗଡ଼ ପୋଲିସ ସହ ଯୋଗସୂତ୍ର ରକ୍ଷା କରିଥିଲା। ଅଭିଯୁକ୍ତମାନେ ରବିବାର ଜାମିନରେ ମୁକ୍ତ ହେଉଥିବା ଜାଣିବାକୁ ପାଇ ରଘୁନାଥପାଲି ପୋଲିସ ଶନିବାର ବରଗଡ଼ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri