ହସ୍ପିଟାଲରେ ଅଭିଯୁକ୍ତ, ସନ୍ଦେହରେ ପୋଲିସ ଭୂମିକା

ଭୁବନେଶ୍ୱର (ବ୍ୟୁରୋ)/ବାଲିଚନ୍ଦ୍ରପୁର, ୭।୧୧(ସ୍ବ.ପ୍ର): ଓଏଏସ୍‌ ଅଫିସର ତଥା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଜଣେ ଜୋନାଲ ଡେପୁଟି କମିଶନର (ଜେଡ଼ିସି)ଙ୍କ ଘରେ ଆଦିବାସୀ ନାବାଳିକାକୁ ବଳାତ୍କାର ଘଟଣାରେ ପୋଲିସ୍‌ର ଭୂମିକାକୁ ନେଇ ଏବେ ସନ୍ଦେହ ପ୍ରକାଶ ପାଇଛି। ଯାଜପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଭୁବନେଶ୍ୱରରେ ଚଢାଉ କରିବା ସହ ଡେରା ପକାଇ ରହିଥିବାବେଳେ ଓଏଏସ୍‌ ଅଫିସରଙ୍କ ଶ୍ୱଶୁରଙ୍କୁ ନିଜ ହେପାଜତକୁ ନେଇଥିଲା। ହେଲେ ପୋଲିସ ପହଞ୍ଚତ୍ବା ପରେ ହଠାତ୍‌ ଅଭିଯୁକ୍ତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଶୁକ୍ରବାର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନାଟକୀୟ ଢଙ୍ଗରେ ଯୋଜନା କରି ପୋଲିସ ଅଭିଯୁକ୍ତଙ୍କୁ ଛାଡ଼ିଦେବା ପାଇଁ ଏପରି ଯୋଜନା କରିଥିବା ଅଭିଯୋଗ ଉଠୁଛି। କିନ୍ତୁ ସୁସ୍ଥ ହେବା ପରେ ଅଭିଯୁକ୍ତଙ୍କୁ ହେପାଜତକୁ ନିଆଯିବ ବୋଲି ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସୁକାନ୍ତ ପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ଝିଅ ତଥା ଓଏଏସ୍‌ ଅଫିସରଙ୍କ ସ୍ତ୍ରୀ ବଳାତ୍କାର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଏକ ପ୍ରେସ୍‌ ବିବୃତିରେ ଦର୍ଶାଇଛନ୍ତି ଯେ, ସମ୍ପୃକ୍ତ ନାବାଳିକାର ଚରିତ୍ର ଠିକ୍‌ ନ ଥିଲା। ପୂର୍ବରୁ ମଧ୍ୟ ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ଥିଲା। ସମ୍ପୃକ୍ତ ଯୁବକଙ୍କୁ ବାଲିଚନ୍ଦ୍ରପୁର ଥାନା ପୋଲିସ ଗିରଫ କରିଛି। ସେହିପରି ନାବାଳିକାକୁ ବିଜୟ ନାମକ ଯୁବକ ବାରମ୍ବାର ଫୋନ୍‌ କରୁଥିବା ଓ ପ୍ରେମ ନିବେଦନ କରୁଥିବା ସେ କହିଛନ୍ତି। ଏଥିସହ ଉକ୍ତ ମାମଲାରେ ଗଣମାଧ୍ୟମ ପକ୍ଷପାତିତାପୂର୍ଣ୍ଣ ଖବର ପରିବେଷଣ କରିବା ସହ ତାଙ୍କ ପରିବାରର କାହାଠାରୁ ପ୍ରତିକ୍ରିୟା ନ ନେଇ କାହିଁକି ଅପପ୍ରଚାର କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଉକ୍ତ ନାବାଳିକାକୁ ଗତ ୨ବର୍ଷ ହେବ ସେ ଘରେ ରଖିଥିଲେ। ସେ ଓ ତାଙ୍କ ସ୍ବାମୀ କାର୍ଯ୍ୟବ୍ୟସ୍ତତା ହେତୁ ସଦାସର୍ବଦା ବାହାରେ ରହୁଥିବାରୁ ସମ୍ପୃକ୍ତ ନାବାଳିକା ତାଙ୍କ ୮୮ ବର୍ଷୀୟ ପିତା ଓ ୭୫ ବର୍ଷୀୟ ମା’ଙ୍କର ଯତ୍ନ ନେବା କଥା ସେ ଉଲ୍ଲେଖ କରିଛନ୍ତି। ସେ ଜଣେ ଅଧ୍ୟାପିକା ତଥା ତାଙ୍କ ସ୍ବାମୀ ଜଣେ ଓଏଏସ୍‌ ଅଫିସର ହୋଇଥିଲେ ହେଁ କିପରି ଜଣେ ନାବାଳିକାକୁ ଘରେ ରଖି ଏପରି କାର୍ଯ୍ୟରେ ଲଗାଇଲେ ତାହା ଉପରେ ସେ କିଛି ଉତ୍ତର ରଖିନାହାନ୍ତି।

ଅଫିସରଙ୍କ ଗିରଫ ଦାବି, ଆନ୍ଦୋଳନ ଚେତାବନୀ
ସେପଟେ ଶୁକ୍ରବାର ମଧ୍ୟାହ୍ନରେ ବଡ଼ଚଣା ଭାଜପା ନେତା ତଥା ରାଜ୍ୟ ସମ୍ପାଦକ ଅମର ନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲା ମହିଳା ଭାଜପା ଉପସଭାନେତ୍ରୀ ଦେବଜାନୀ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚତ୍ ଘଟଣାକୁ ଦୃଢ ନିନ୍ଦା କରିବା ସହିତ ପ୍ରତିବାଦ କରିଛନ୍ତି। ଦେବଜାନୀ ଦାବି କରିଛନ୍ତି ଯେ, ସମ୍ପୃକ୍ତ ଓଏଏସ୍‌ ଅଫିସର ଓ ତାଙ୍କ ଘରେ ଉକ୍ତ ନାବାଳିକାଙ୍କୁ ଛାଡ଼ିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉ। ସେମାନଙ୍କ ବିରୋଧରେ କଠୋର ଦଫା ଲଗାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯଦି ତଦନ୍ତରେ ବାଟବଣା ହୁଏ ତେବେ ମହିଳା ମୋର୍ଚ୍ଚା ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ରାଜ୍ୟ ଆଦିବାସୀ ହରିଜନ ପରିଷଦ ପକ୍ଷରୁ ହଳଧର ସେଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୀଡିତାଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ପଚାରିବୁଝିବା ସହ ସମବେଦନା ଜଣାଇଥିଲେ। ଜିଲା ଦଳିତ ସେଲର ସଭାପତି କୁଞ୍ଜ ଦଳେଇ, ଗୟାଧର ମଲ୍ଳିକ, ପ୍ରଶାନ୍ତ ଦାସ ଓ ବାପି ମଲ୍ଲିକ ପ୍ରମୁଖ ଏହି ଘଟଣାକୁ ନିନ୍ଦା କରିବା ସହ ସମାନଦାବି ଦୋହରାଇଛନ୍ତି।

ପୁରନ୍ଦର ନନ୍ଦ ବିଏମ୍‌ସିର ନର୍ଥ ଜୋନ୍‌ ଜେଡିସି
ବିଏମ୍‌ସି ନର୍ଥ ଜୋନ୍‌ ଜେଡ଼ିସି (ଜୋନାଲ ଡେପୁଟି କମିଶନର) ଭାବେ ଓଆର୍‌ଏସ୍‌ ପୁରନ୍ଦର ନନ୍ଦଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ଜୋନ୍‌ର ଜେଡ଼ିସି ପ୍ରମୋଦ ପୃଷ୍ଟି ଛୁଟିରେ ରହିଥିବା କାରଣରୁ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଆପାତକାଳୀନ ଭାବେ ପୁରନ୍ଦରଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ପୁରନ୍ଦର କୋଭିଡ୍‌ ସମୟରେ ସତ୍ୟ ନଗର ମଶାଣିରେ ଶବସତ୍କାର କାର୍ଯ୍ୟ ଓ ତା’ର ପରିଚାଳନାରେ ନିୟୋଜିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri