ହସ୍ପିଟାଲରେ ଅଭିଯୁକ୍ତ, ସନ୍ଦେହରେ ପୋଲିସ ଭୂମିକା

ଭୁବନେଶ୍ୱର (ବ୍ୟୁରୋ)/ବାଲିଚନ୍ଦ୍ରପୁର, ୭।୧୧(ସ୍ବ.ପ୍ର): ଓଏଏସ୍‌ ଅଫିସର ତଥା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଜଣେ ଜୋନାଲ ଡେପୁଟି କମିଶନର (ଜେଡ଼ିସି)ଙ୍କ ଘରେ ଆଦିବାସୀ ନାବାଳିକାକୁ ବଳାତ୍କାର ଘଟଣାରେ ପୋଲିସ୍‌ର ଭୂମିକାକୁ ନେଇ ଏବେ ସନ୍ଦେହ ପ୍ରକାଶ ପାଇଛି। ଯାଜପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଭୁବନେଶ୍ୱରରେ ଚଢାଉ କରିବା ସହ ଡେରା ପକାଇ ରହିଥିବାବେଳେ ଓଏଏସ୍‌ ଅଫିସରଙ୍କ ଶ୍ୱଶୁରଙ୍କୁ ନିଜ ହେପାଜତକୁ ନେଇଥିଲା। ହେଲେ ପୋଲିସ ପହଞ୍ଚତ୍ବା ପରେ ହଠାତ୍‌ ଅଭିଯୁକ୍ତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଶୁକ୍ରବାର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନାଟକୀୟ ଢଙ୍ଗରେ ଯୋଜନା କରି ପୋଲିସ ଅଭିଯୁକ୍ତଙ୍କୁ ଛାଡ଼ିଦେବା ପାଇଁ ଏପରି ଯୋଜନା କରିଥିବା ଅଭିଯୋଗ ଉଠୁଛି। କିନ୍ତୁ ସୁସ୍ଥ ହେବା ପରେ ଅଭିଯୁକ୍ତଙ୍କୁ ହେପାଜତକୁ ନିଆଯିବ ବୋଲି ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସୁକାନ୍ତ ପାତ୍ର କହିଛନ୍ତି।
ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ଝିଅ ତଥା ଓଏଏସ୍‌ ଅଫିସରଙ୍କ ସ୍ତ୍ରୀ ବଳାତ୍କାର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଏକ ପ୍ରେସ୍‌ ବିବୃତିରେ ଦର୍ଶାଇଛନ୍ତି ଯେ, ସମ୍ପୃକ୍ତ ନାବାଳିକାର ଚରିତ୍ର ଠିକ୍‌ ନ ଥିଲା। ପୂର୍ବରୁ ମଧ୍ୟ ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ଥିଲା। ସମ୍ପୃକ୍ତ ଯୁବକଙ୍କୁ ବାଲିଚନ୍ଦ୍ରପୁର ଥାନା ପୋଲିସ ଗିରଫ କରିଛି। ସେହିପରି ନାବାଳିକାକୁ ବିଜୟ ନାମକ ଯୁବକ ବାରମ୍ବାର ଫୋନ୍‌ କରୁଥିବା ଓ ପ୍ରେମ ନିବେଦନ କରୁଥିବା ସେ କହିଛନ୍ତି। ଏଥିସହ ଉକ୍ତ ମାମଲାରେ ଗଣମାଧ୍ୟମ ପକ୍ଷପାତିତାପୂର୍ଣ୍ଣ ଖବର ପରିବେଷଣ କରିବା ସହ ତାଙ୍କ ପରିବାରର କାହାଠାରୁ ପ୍ରତିକ୍ରିୟା ନ ନେଇ କାହିଁକି ଅପପ୍ରଚାର କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଉକ୍ତ ନାବାଳିକାକୁ ଗତ ୨ବର୍ଷ ହେବ ସେ ଘରେ ରଖିଥିଲେ। ସେ ଓ ତାଙ୍କ ସ୍ବାମୀ କାର୍ଯ୍ୟବ୍ୟସ୍ତତା ହେତୁ ସଦାସର୍ବଦା ବାହାରେ ରହୁଥିବାରୁ ସମ୍ପୃକ୍ତ ନାବାଳିକା ତାଙ୍କ ୮୮ ବର୍ଷୀୟ ପିତା ଓ ୭୫ ବର୍ଷୀୟ ମା’ଙ୍କର ଯତ୍ନ ନେବା କଥା ସେ ଉଲ୍ଲେଖ କରିଛନ୍ତି। ସେ ଜଣେ ଅଧ୍ୟାପିକା ତଥା ତାଙ୍କ ସ୍ବାମୀ ଜଣେ ଓଏଏସ୍‌ ଅଫିସର ହୋଇଥିଲେ ହେଁ କିପରି ଜଣେ ନାବାଳିକାକୁ ଘରେ ରଖି ଏପରି କାର୍ଯ୍ୟରେ ଲଗାଇଲେ ତାହା ଉପରେ ସେ କିଛି ଉତ୍ତର ରଖିନାହାନ୍ତି।

ଅଫିସରଙ୍କ ଗିରଫ ଦାବି, ଆନ୍ଦୋଳନ ଚେତାବନୀ
ସେପଟେ ଶୁକ୍ରବାର ମଧ୍ୟାହ୍ନରେ ବଡ଼ଚଣା ଭାଜପା ନେତା ତଥା ରାଜ୍ୟ ସମ୍ପାଦକ ଅମର ନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲା ମହିଳା ଭାଜପା ଉପସଭାନେତ୍ରୀ ଦେବଜାନୀ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚତ୍ ଘଟଣାକୁ ଦୃଢ ନିନ୍ଦା କରିବା ସହିତ ପ୍ରତିବାଦ କରିଛନ୍ତି। ଦେବଜାନୀ ଦାବି କରିଛନ୍ତି ଯେ, ସମ୍ପୃକ୍ତ ଓଏଏସ୍‌ ଅଫିସର ଓ ତାଙ୍କ ଘରେ ଉକ୍ତ ନାବାଳିକାଙ୍କୁ ଛାଡ଼ିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉ। ସେମାନଙ୍କ ବିରୋଧରେ କଠୋର ଦଫା ଲଗାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯଦି ତଦନ୍ତରେ ବାଟବଣା ହୁଏ ତେବେ ମହିଳା ମୋର୍ଚ୍ଚା ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ରାଜ୍ୟ ଆଦିବାସୀ ହରିଜନ ପରିଷଦ ପକ୍ଷରୁ ହଳଧର ସେଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୀଡିତାଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ପଚାରିବୁଝିବା ସହ ସମବେଦନା ଜଣାଇଥିଲେ। ଜିଲା ଦଳିତ ସେଲର ସଭାପତି କୁଞ୍ଜ ଦଳେଇ, ଗୟାଧର ମଲ୍ଳିକ, ପ୍ରଶାନ୍ତ ଦାସ ଓ ବାପି ମଲ୍ଲିକ ପ୍ରମୁଖ ଏହି ଘଟଣାକୁ ନିନ୍ଦା କରିବା ସହ ସମାନଦାବି ଦୋହରାଇଛନ୍ତି।

ପୁରନ୍ଦର ନନ୍ଦ ବିଏମ୍‌ସିର ନର୍ଥ ଜୋନ୍‌ ଜେଡିସି
ବିଏମ୍‌ସି ନର୍ଥ ଜୋନ୍‌ ଜେଡ଼ିସି (ଜୋନାଲ ଡେପୁଟି କମିଶନର) ଭାବେ ଓଆର୍‌ଏସ୍‌ ପୁରନ୍ଦର ନନ୍ଦଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ଜୋନ୍‌ର ଜେଡ଼ିସି ପ୍ରମୋଦ ପୃଷ୍ଟି ଛୁଟିରେ ରହିଥିବା କାରଣରୁ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଆପାତକାଳୀନ ଭାବେ ପୁରନ୍ଦରଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ପୁରନ୍ଦର କୋଭିଡ୍‌ ସମୟରେ ସତ୍ୟ ନଗର ମଶାଣିରେ ଶବସତ୍କାର କାର୍ଯ୍ୟ ଓ ତା’ର ପରିଚାଳନାରେ ନିୟୋଜିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri