ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ବଳାତ୍କାର ମାମଲାରେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁ ରେ ଜଣେ ଯୁବତୀଙ୍କୁ ବିବାହପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ ସମ୍ପର୍କ ରଖିବା ପରେ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଯୁବକ ଜଣକ ହେଲେ ଆର୍. ମିଟୁ । ୧୯ ବର୍ଷୀୟା ପ୍ରତାରିତା ଯୁବତୀ ଜଣକ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୨୪୨/୨୬ ଅନୁଯାୟୀ ଅଭିଯୁକ୍ତ ଙ୍କ ବିରୋଧରେ ବଳାତ୍କାର ମକଦ୍ଦମା ରୁଜୁ କରିଥିଲେ ।

ପ୍ରାୟ ୫ ବର୍ଷ ହେଲା ମିଟୁ  ଯୁବତୀଙ୍କୁ ଭଲ ପାଉଥିଲେ । ବିବାହର ପ୍ରତିଶ୍ରୁତି ଦେଇ ସେ ଅନେକଥର ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। କିନ୍ତୁ ଅଭିଯୁକ୍ତ ଜଣକ ଯୁବତୀଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରିବା ସହ ବିବାହ କରିବାକୁ ରୋକ୍ ଠୋକ୍ ମନା କରି ଦେଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଯୁବତୀଙ୍କ ଡାକ୍ତରୀ ମାଇନା କରାଯିବା ସହ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା।

ରବିବାର ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅପରାହ୍ନରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଇବା ପରେ ବ୍ରହ୍ମପୁର କୋର୍ଟକୁ ଚାଲାଣ କରିଥିଲେ। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

 

Dharitri – Odisha’s No.1 Odia Daily

Share