ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨।୯ (ବ୍ୟୁରୋ): ଜଣେ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର କରିବା ଅଭିଯୋଗରେ ଇନ୍‌ଫୋସିଟି ଥାନା ପୋଲିସ ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେ ହେଲେ ବନଫୁଲ ବସ୍ତିର ସନ୍ତୁ ଓରଫ୍‌ ସନ୍ତୋଷ ନାୟକ(୨୩)। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ସନ୍ତୁ ହେଉଛନ୍ତି ଜଣେ ଅଭ୍ୟାସଗତ ଅପରାଧୀ। ତାଙ୍କ ନାମରେ ପୂର୍ବରୁ ଲକ୍ଷ୍ମୀସାଗର, ଖାରବେଳନଗର, ବଡଗଡ ଓ ଇନ୍‌ଫୋସିଟି ଥାନାରେ ୧୩ ମାମଲା ରହିଥିବାବେଳେ ବାରମ୍ବାର ଗିରଫ ହୋଇ ଜେଲ୍‌ ଯାଇଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି।
ଅଭିଯୁକ୍ତ ସନ୍ତୁ ଗତ ୩୧ ତାରିଖରେ ପୀଡିତା ଅଭିଯୋଗକାରିଣୀଙ୍କ ଘରକୁ ଆସିଥିଲେ। ଘରେ କେହି ନ ଥିବା ସୁଯୋଗ ନେଇ ତାଙ୍କୁ ବଳାତ୍କାର କରିଥିଲେ। ପୀଡିତାଙ୍କ ମା ଘରେ ପହଞ୍ଚତ୍ ଘଟଣା ଦେଖି ପାଟି କରିବାରୁ ଅଭିଯୁକ୍ତ ସନ୍ତୁ ତାଙ୍କୁ ଖଣ୍ଡାରେ ହାଣି ମାରିଦେବାକୁ ଧମକ ଦେଇ ପଳାଇଥିଲେ। ପରେ ସେ ଖଣ୍ଡା ଧରି ପୁଣି ତାଙ୍କ ଘରକୁ ଆସି ପୀଡିତାଙ୍କୁ ବଳାତ୍କାର କରିବା ପାଇଁ ଉଦ୍ୟମ କରିଥିଲେ। ଚିତ୍କାର ଶୁଣି ଆଖପାଖର ଲୋକେ ପହଞ୍ଚତ୍ ଅଭିଯୁକ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଅଭିଯୁକ୍ତ ସନ୍ତୁ ଅରୁଣ ନାମକ ବ୍ୟକ୍ତିକୁ ଖଣ୍ଡାରେ ହାଣି ପଳାଇଥିଲେ। ଫଳରେ ତାଙ୍କ ବାମ ହାତ ପାପୁଲିରେ ଗଭୀର କ୍ଷତ ହୋଇଥିଲା। ପରେ ମା’ଙ୍କ ସହ ପୀଡିତା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା।