ଜାଗା ମିଶନ ସର୍ଭେରେ ଚଞ୍ଚକତା ଅଭିଯୋଗ

ଭୁବନେଶ୍ୱର,୩୧।୩ (ବ୍ୟୁରୋ): ଏପ୍ରିଲ ୧ ଓଡ଼ିଶା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା ମିଶନ ଅଧୀନରେ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କରିବେ। ସମୟ ପାଖେଇ ଆସୁଥିବାବେଳେ ଜାଗା ମିଶନ୍‌ ସର୍ଭେକୁ ନେଇ ଅଡୁଆ ବଢିବାରେ ଲାଗିଛି। ମହାନଗରରେ ଥିବା ବସ୍ତି ଅଞ୍ଚଳରେ ପ୍ରଥମେ ଡ୍ରୋନ୍‌ ସର୍ଭେ ଏବଂ ପରେ ଘରକୁ ଘର ବୁଲି ସର୍ଭେ ହୋଇଥିଲା। ଭୁବନେଶ୍ୱରରେ ୪୩୬ଟି ପଞ୍ଜୀକୃତ ବସ୍ତି ଥିବାବେଳେ ସେଥିମଧ୍ୟରୁ ପ୍ରାୟ ୧୨୫ଟି ବସ୍ତିରେ ସର୍ଭେ ହୋଇନାହିଁ। ଅପରପକ୍ଷେ ସର୍ଭେ ହୋଇଥିବା ବସ୍ତିଗୁଡିକ ମଧ୍ୟରୁ ଅଧିକାଂଶ ବସ୍ତିରେ ବାସିନ୍ଦାଙ୍କ ନାମ ତାଲିକାଭୁକ୍ତ ହୋଇନାହିଁ, ଯାହାକୁ ନେଇ ବିବାଦ ମୁଣ୍ଡ ଟେିକିଛି। ପ୍ରାୟ ୧୫ ଦିନ ହେବ ବିଭିନ୍ନ ବସ୍ତିବାସିନ୍ଦା ବିଏମ୍‌ସିର ଜୋନ୍‌ ଅଫିସ୍‌ ଓ ମୁଖ୍ୟ ଅଫିସ୍‌କୁ ଦୌଡୁଛନ୍ତି। ସେହିପରି ସରକାର କିନ୍ନରମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାର ବିଭିନ୍ନ ଯୋଜନା କରୁଥିବା କହୁଥିବାବେଳେ ସେମାନଙ୍କ ଥଇଥାନ ପାଇଁ ଏ ପର୍ଯ୍ୟନ୍ତ ସର୍ଭେ ହୋଇପାରି ନାହିଁ। ମହାବୀର ବିଜୁ ଆଦର୍ଶ କଲୋନୀ, ନିଳାଦ୍ରୀବିହାର ବସ୍ତି, ବନଫୁଲ ବସ୍ତି, ସୁବାଷ ବୋଷ ନଗର ବସ୍ତି, ପ୍ରଶାନ୍ତି ବିହାର ବସ୍ତି ଭଳି ବିଭିନ୍ନ ବସ୍ତିରେ ଏଭଳି ଅବ୍ୟବସ୍ଥା ହୋଇଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଲାଗି ରହିଛି। ତେବେ କଥା ଯେପରି ଆଗକୁ ନ ବଢିବ ସେଥିପାଇଁ ସମ୍ପୃକ୍ତ ଓ୍ବାର୍ଡର କର୍ପୋରେଟରମାନେ ବୈଠକ ପରେ ବୈଠକ କରି ଅସନ୍ତୁଷ୍ଟ ବସ୍ତି ବାସିନ୍ଦାଙ୍କୁ ବୁଝାଇବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ସର୍ଭେରେ ବ୍ୟାପକ ହେର୍‌ଫେର୍‌ ହୋଇଥିବା ଅଭିଯୋଗ କରି ଶୁକ୍ରବାର ରାଜ୍ୟ ଭାଜପା ପକ୍ଷରୁ ବିଏମ୍‌ସି ମୁଖ୍ୟାଳୟ ଘେରାଉ କରାଯିବ ବୋଲି ସୂଚନା ଦିଆଯାଇଛି।
ଏ ସମ୍ପର୍କରେ ଓଡ଼ିଶା ବସ୍ତି ମହାସଂଘର ସଭାପତି ପ୍ରତାପ ସାହୁ କହିଛନ୍ତି, ସର୍ଭେ ହୋଇଥିବା ସମସ୍ତ ବସ୍ତିରେ ଏଭଳି ଅବ୍ୟବସ୍ଥା ହୋଇଛି। ୪ଶହ ଲୋକ ରହୁଥିବା ବସ୍ତିରେ ୪୭ଜଣଙ୍କ ନାମ ତାଲିକାରେ ଆସିଛି। ଅଭିଯୋଗ କଲେ ଦ୍ୱିତୀୟ ପର୍ଯ୍ୟାୟରେ ତାଲିକା କରି ପଟ୍ଟା ବଣ୍ଟନ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସଫେଇ ଦିଆଯାଉଛି। ମାତ୍ର ଦ୍ୱିତୀୟ ପର୍ଯ୍ୟାୟରେ ପଟ୍ଟା ଦିଆଯିବା ନେଇ କ’ଣ ଗ୍ୟାରେଣ୍ଟି ରହିଛି ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ଶାସକ ଦଳ ପ୍ରଭାବ ରହିଥିବା ବସ୍ତି କିମ୍ବା କମିଟି ସଦସ୍ୟଙ୍କ ପରିଚିତ ବାସିନ୍ଦାଙ୍କୁ ତାଲିକାରେ ପ୍ରାଥମିକତା ଦିଆଯାଉଛି। ତେଣୁ ଏହାକୁ ଜୋରଦାର ବିରୋଧ କରାଯିବ ବୋଲି ପ୍ରତାପ କହିଛନ୍ତି। ସେହିପରି ସୁବାଷ ବୋଷ ନଗର ବସ୍ତି କମିଟି ସଭାପତି ପୁଷ୍କର ସୁବୁଦ୍ଧି କହିଛନ୍ତି, ଆମ ବସ୍ତିରେ ୧୨୬୭ଟି ଘରର ସର୍ଭେ ହୋଇଥିଲା। ସେଥିରୁ ମାତ୍ର ୮ଶହ ୬୯ଜଣଙ୍କର ନାମ ତାଲିକାଭୁକ୍ତ ହୋଇଥିବାବେଳେ ୩୯୮ଜଣଙ୍କ ନାମ ବାଦ୍‌ ପଡିଛି। ଏମାନେ ବସ୍ତିରେ ଦୀର୍ଘଦିନ ଧରି ରହୁଥିବାବେଳେ ସମସ୍ତ ପ୍ରମାଣ ପତ୍ର ମଧ୍ୟ ରହିଛି। ବିଏମ୍‌ସିର ଏଭଳି ଭୂଲ୍‌ ସର୍ଭେ କାରଣରୁ ଅଧିକାଂଶ ଲୋକ ଉପକୃତ ହୋବରୁ ବଞ୍ଚତ୍ତ ହେବେ ବୋଲି ପୁଷ୍କର କହିଛନ୍ତି। ବିଏମ୍‌ସି ଅଧିକାରୀଙ୍କ କହିବା ଅନୁଯାୟୀ, ଏପ୍ରିଲ ୧ ତାରିଖରେ ମୁଖ୍ୟମନ୍ତ୍ରୀ ୫୦ହଜାର ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ବଣ୍ଟନ କରିବେ। ତେଣୁ ମହାନଗର ଅଧିନରେ ଥିବା ବିଭିନ୍ନ ବସ୍ତି ମଧ୍ୟରୁ କିଛି କିଛି ବାସିନ୍ଦାଙ୍କ ନାମ ତାଲିକାଭୁକ୍ତ କରାଯାଇଛି। ଜମିପଟ୍ଟା ବଣ୍ଟନ ହେବାର ୧୦ ଦିନ ପରେ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟମାନଙ୍କ ନାମ ତାଲିକାଭୁକ୍ତ ହୋଇ ସେମାନଙ୍କୁ ପଟ୍ଟା ବଣ୍ଟନ କରାଯିବ ବୋଲି ସେ ସଫେଇ ଦେଇଛନ୍ତି। ମାତ୍ର ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବସ୍ତି ବାସିନ୍ଦା। ସେହିପରି ଜାଗା ମିଶନ କମିଟିରେ ଥିବା ବିଏମ୍‌ସି ଅଧିକାରୀମାନେ ପାତର ଅନ୍ତର କରିବା ସହ ହାତଗୁଞ୍ଜା ନେଇ ଏବଂ ନିଜ ପରିଚିତ ଲୋକଙ୍କ ନାମକୁ ତାଲିକାଭୁକ୍ତ କରିଥିବା ଅଭିଯୋଗ ହୋଇଥିଲା। ଯାହାପରେ ବିଏମ୍‌ସି ପକ୍ଷରୁ କମିଟିର ପ୍ରାୟ ୧୮ଜଣଙ୍କ ନାମରେ ନୋଟିସ୍‌ ଜାରି କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri