ଏହି ୪ ରାଶିର ଯୁବତୀ ବହୁତ ସଚ୍ଚୋଟ, ପ୍ରେମିକଙ୍କୁ ଦିଅନ୍ତି ନାହିଁ ଧୋକା…

ଜୀବନସାଥୀ ନଚେତ ପ୍ରେମିକା ସଚ୍ଚୋଟ ହୁଅନ୍ତୁ, ତାଙ୍କୁ କୌଣସି କଥା ଲୁଚାନ୍ତୁ ନାହିଁ ବୋଲି ସମସ୍ତେ ଚାହାନ୍ତି। କାରଣ ସମ୍ପର୍କ ମଜଭୂତ କରିବା ଲାଗି ପ୍ରେମ ଯେତିକି ଜରୁରୀ ସେତିକି ସଚ୍ଚୋଟତା ଲୋଡ଼ା। ନଚେତ ଧୋକା ମିଳିବାଟା ସାର। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏଭଳି ୪ ରାଶି ରହିଛି, ଯେଉଁଥିରେ ଜନ୍ମିତ ଯୁବତୀ ବେଶ ସଚ୍ଚୋଟ ହୋଇଥାନ୍ତି। ଏମାନେ ନିଜ ସମ୍ପର୍କକୁ ବଞ୍ଚାଇ ରଖିବା ଲାଗି ବହୁତ ପରିଶ୍ରମ କରନ୍ତି। ଏମାନେ ନିଜ ସାଥୀଙ୍କୁ କେବେହେଲେ ମିଛ କୁହନ୍ତି ନାହିଁ। ଜାଣନ୍ତୁ…

-ବୃଷ ରାଶି: ଏହି ରାଶିର ଯୁବତୀମାନେ ସାଥୀଙ୍କ ବହୁତ ଯତ୍ନ ନେଇଥାନ୍ତି। ବୃଷ ରାଶିର ସ୍ବାମୀ ଶୁକ୍ର ଦେବ ହୋଇଥିବା ହେତୁ ସେମାନେ ରୋମାଣ୍ଟିକ ହୋଇଥାନ୍ତି। ଏମାନେ ନିଜର ସମ୍ପର୍କ ପ୍ରତି ସଚ୍ଚୋଟ ଥାନ୍ତି। ସର୍ବଦା ଏମାନେ ସତ୍ୟର ସାଥ ଦିଅନ୍ତି। ଯେକୌଣସି ପରିସ୍ଥିତିରେ ଏମାନେ ଜୀବନସାଥୀଙ୍କ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହୁଅନ୍ତି। ପରିବାରଲୋକଙ୍କୁ ଏମାନେ ବହୁତ ଭଲ ପାଆନ୍ତି। ଏମାନେ ଯେତିକି ସଚ୍ଚୋଟ ସେତିକି ସେମାନେ ଅନ୍ୟଠାରୁ ଆଶା କରିଥାନ୍ତି।

– ସିଂହ ରାଶି: ଏହି ରାଶିର ଯୁବତୀ ବେଶ ସଚ୍ଚୋଟ ଏବଂ ପରିଶ୍ରମୀ। ଏମାନଙ୍କୁ କୌଣସି ବି ସମ୍ପର୍କରେ ଲୋକଦେଖାଣିଆ ପସନ୍ଦ ନୁହେଁ। ଏଣୁ ଏମାନେ ଅନ୍ୟକୁ କଷ୍ଟ ଦେଇଦେଇଥାନ୍ତି। ସିଂହ ରାଶିର ସ୍ବାମୀ ସୂର୍ଯ୍ୟ। ଏହା ସେମାନଙ୍କୁ ବିଶେଷପ୍ରକାର ତେଜ ପ୍ରଦାନ କରିଥାଏ। ଏହି ରାଶିର ଯୁବତୀ ଆଦର୍ଶବାଦୀ ହୋଇଥାଏ ଏବଂ ନିଜ ସମ୍ପର୍କକୁ ପୁରା ସଚ୍ଚୋଟତା ସହ ନିର୍ବାହ କରିଥାନ୍ତି।

-ଧନୁ ରାଶି: ଏହି ରାଶିର ଯୁବତୀ ବହୁତ ଭାଗ୍ୟଶାଳୀ। ଏମାନେ ଭିଡ଼ ଭିତରୁ ମଧ୍ୟ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥାନ୍ତି। ଏମାନେ ସଚ୍ଚୋଟ ହୋଇଥାନ୍ତି। ଏହି ରାଶିର ସ୍ବାମୀ ଗୁରୁ। ଏଥିଯୋଗୁ ଏହି ଯୁବତୀମାନେ ଆଧ୍ୟାତ୍ମିକ ହୋଇଥାନ୍ତି। ଏମାନେ ନିଜ ସାଥୀଙ୍କୁ କେବେ ହେଲେ ଧୋକା ଦିଅନ୍ତୁ ନାହିଁ।

-କନ୍ୟା ରାଶି: ଏହି ରାଶିର ଯୁବତୀ ବହୁତ ସଚ୍ଚୋଟ ହୋଇଥାନ୍ତି। ଏମାନେ ସର୍ବଦା ସତ୍ୟର ସହ ରହିଥାନ୍ତି। ଏମାନେ ଯାହା କରିବାକୁ ଥରେ ଚିନ୍ତା କରିଥାନ୍ତି ତାହା କରିଥାନ୍ତି। ବ୍ୟକ୍ତିତ୍ୱ ତାଙ୍କର ବହୁତ ଆକର୍ଷକ ହୋଇଥାଏ। ଏଣୁ ଯେକେହି ତାଙ୍କ ଆଡ଼କୁ ଆକର୍ଷିତ ହୋଇଥାନ୍ତି। ଜୀବନସାଥୀଙ୍କୁ ବ୍ୟବସାୟରେ ଏମାନେ ସାହାଯ୍ୟ କରିଥାନ୍ତି। ଏମାନେ ନିଜର ପ୍ରେମିକଙ୍କୁ କେବେହେଲେ ଧୋକା ଦିଅନ୍ତୁ ନାହିଁ। ଏମାନଙ୍କର ରାଶି ବୁଧ, ଯାହାକି ସେମାନଙ୍କୁ ବୁଦ୍ଧିମାନ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri